କଳ୍ପନା ଛକରେ ଛୁଇଁ ଦେଲେ ପୁଲିସ ବାବୁ, ଧରାପଡ଼ି ବହେ ଛେଚା ଖାଇଲା  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର କଳ୍ପନା ଛକରେ ଜଣେ ଯୁବତୀଙ୍କୁ ଜଣେ ଏସ୍‌ଏସ୍‌ବି ପୁଲିସ ପିଛା କରିଥିଲେ। ପରେ ତାଙ୍କୁ ଟଣାଓଟରା କରିଥିବାକୁ ଉଦ୍ୟମ କରିଥିଲେ। ତା’ପରେ ଯୁବତୀ ଜଣକ ଦେଇଥିଲେ ୪୪୦ ଭୋଲ୍‌ଟ ଝଟକା। ସମସ୍ତଙ୍କ ସମ୍ମୁଖରେ ଗୋଇଠା ପରେ ଗୋଇଠା ମାଡ଼ ମାରିଥିଲେ। ଗଞ୍ଜାମ ଗୋଳନ୍ଥରା ଅଞ୍ଚଳର ଜଣେ ଯୁବକ ପପୁ(ଛଦ୍ମନାମ)ରେ ସ୍ପେଶାଲ୍‌ ସିକ୍ୟୁରିଟି ବାଟାଲିୟନ୍‌(ଏସ୍‌ଏସ୍‌ବି) କାର୍ଯ୍ୟକରନ୍ତି। ଆଜି ସେ କଳ୍ପନା ଛକରେ ଜଣେ ଯୁବତୀଙ୍କୁ ପିଛା କରିଥିଲା। ଆଉ ସମୟ ସୁବିଧା ଦେଖି […]

capital

Manoranjan Sial
  • Published: Sunday, 16 February 2020
  • , Updated: 17 February 2020, 09:44 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର କଳ୍ପନା ଛକରେ ଜଣେ ଯୁବତୀଙ୍କୁ ଜଣେ ଏସ୍‌ଏସ୍‌ବି ପୁଲିସ ପିଛା କରିଥିଲେ। ପରେ ତାଙ୍କୁ ଟଣାଓଟରା କରିଥିବାକୁ ଉଦ୍ୟମ କରିଥିଲେ। ତା’ପରେ ଯୁବତୀ ଜଣକ ଦେଇଥିଲେ ୪୪୦ ଭୋଲ୍‌ଟ ଝଟକା। ସମସ୍ତଙ୍କ ସମ୍ମୁଖରେ ଗୋଇଠା ପରେ ଗୋଇଠା ମାଡ଼ ମାରିଥିଲେ।

ଗଞ୍ଜାମ ଗୋଳନ୍ଥରା ଅଞ୍ଚଳର ଜଣେ ଯୁବକ ପପୁ(ଛଦ୍ମନାମ)ରେ ସ୍ପେଶାଲ୍‌ ସିକ୍ୟୁରିଟି ବାଟାଲିୟନ୍‌(ଏସ୍‌ଏସ୍‌ବି) କାର୍ଯ୍ୟକରନ୍ତି। ଆଜି ସେ କଳ୍ପନା ଛକରେ ଜଣେ ଯୁବତୀଙ୍କୁ ପିଛା କରିଥିଲା। ଆଉ ସମୟ ସୁବିଧା ଦେଖି ତାଙ୍କୁ ଟଣାଓଟରା କରିବାକୁ ଚେଷ୍ଟା କରୁଥିଲେ। ଏହା ଜାଣିପାରି ଯୁବତୀ ଜଣକ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ପପୁକୁ କାବୁ କରିନେଇଥିଲେ। ପରେ ଯୁବତୀ ଜଣକ ଗୋଇଠା ପରେ ଗୋଇଠା ମାରିଥିଲେ। ଯୁବତୀଙ୍କ ରାଗ ଏତେ ଥିଲା ଯେ, ଶେଷରେ ନିଜ ପାଦରୁ ଚପଲ ଖୋଲି ପିଟିଥିଲେ। ଏପରିକି ସେହି ରାସ୍ତା ଦେଇ ଯାଉଥିବା ଆଉ କିଛି ମହିଳା ମଧ୍ୟ ପପୁକୁ ମାଡ଼ ମାରିଥିଲେ। କ୍ୟାପିଟାଲ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛି।

Related story