‘ଟ୍ରେନ୍‌ ଡକାୟତି ଘଟଣାରେ ଆହତ ୧୪ ଜଣଙ୍କୁ କ୍ଷତିପୂରଣ ଦିଅ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୫ ଖୋର୍ଦ୍ଧା-ପୁରୀ ପାସେଞ୍ଜର ଟ୍ରେନ୍‌ ଡକାୟତି ଘଟଣାରେ ଆହତ ୧୪ଜଣଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି)ଙ୍କ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଆହତଙ୍କୁ ୫ ହଜାର ଟଙ୍କା ଲେଖାଁଏ କ୍ଷତିପୂରଣ ଦେବାକୁ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଏଚଆରସି।  ୬ ସପ୍ତାହ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ କମିଶନ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ଗତ ୨୦୧୫ ଜାନୁୟାରୀ ୩ ତାରିଖରେ ଖୋର୍ଦ୍ଧା-ପୁରୀ ପାସେଞ୍ଜର ଟ୍ରେନରେ ଡକାୟତି ହୋଇଥିଲା। ଯାତ୍ରୀମାନେ […]

train

Rakesh Mallick
  • Published: Wednesday, 21 March 2018
  • , Updated: 21 March 2018, 10:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୫ ଖୋର୍ଦ୍ଧା-ପୁରୀ ପାସେଞ୍ଜର ଟ୍ରେନ୍‌ ଡକାୟତି ଘଟଣାରେ ଆହତ ୧୪ଜଣଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି)ଙ୍କ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଆହତଙ୍କୁ ୫ ହଜାର ଟଙ୍କା ଲେଖାଁଏ କ୍ଷତିପୂରଣ ଦେବାକୁ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଏଚଆରସି।  ୬ ସପ୍ତାହ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ କମିଶନ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।

ଗତ ୨୦୧୫ ଜାନୁୟାରୀ ୩ ତାରିଖରେ ଖୋର୍ଦ୍ଧା-ପୁରୀ ପାସେଞ୍ଜର ଟ୍ରେନରେ ଡକାୟତି ହୋଇଥିଲା। ଯାତ୍ରୀମାନେ ବିଭିନ୍ନ ଥାନା, ଜିଆର୍‌ପିକୁ ସୂଚନା ଦେଇଥିଲେ ମଧ୍ୟ କୌଣସି ତ୍ୱରିତ ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ୧୪ ଜଣ ଯାତ୍ରୀ ଆହତ ହୋଇଥିଲେ।

Related story