ପ୍ରଥମ ପର୍ଯ୍ୟାୟ ଟିକାକରଣକୁ ଦିଅ ପ୍ରାଥମିକତା: ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ସାମୁହିକ ଟିକାକରଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶରେ କୋଭିଶିଲଡ୍ ଟିକାର ଦ୍ୱିତୀୟ ଡୋଜ୍ ପାଇଁ ରହିଥିବା ଅବଧି ବୃଦ୍ଧି ନିଷ୍ପତ୍ତିରେ କାର୍ଯ୍ୟକାରୀ ନିମନ୍ତେ ନିର୍ଦ୍ଦେଶ ଜାରି କରିଛନ୍ତି। ଦ୍ୱିତୀୟ ଡୋଜ୍ ଅବଧି ବୃଦ୍ଧି ହୋଇଥିବା ଯୋଗୁ ସ୍ୱାସ୍ଥ୍ୟକର୍ମୀ, କୋଭିଡ୍ ଯୋଦ୍ଧା, ୪୫ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ପ୍ରଥମ ପର୍ଯ୍ୟାୟ ଟିକା ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ଆଜି […]

Vaccine

Ordigital Desk
  • Published: Friday, 14 May 2021
  • , Updated: 14 May 2021, 10:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ସାମୁହିକ ଟିକାକରଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶରେ କୋଭିଶିଲଡ୍ ଟିକାର ଦ୍ୱିତୀୟ ଡୋଜ୍ ପାଇଁ ରହିଥିବା ଅବଧି ବୃଦ୍ଧି ନିଷ୍ପତ୍ତିରେ କାର୍ଯ୍ୟକାରୀ ନିମନ୍ତେ ନିର୍ଦ୍ଦେଶ ଜାରି କରିଛନ୍ତି।

ଦ୍ୱିତୀୟ ଡୋଜ୍ ଅବଧି ବୃଦ୍ଧି ହୋଇଥିବା ଯୋଗୁ ସ୍ୱାସ୍ଥ୍ୟକର୍ମୀ, କୋଭିଡ୍ ଯୋଦ୍ଧା, ୪୫ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ପ୍ରଥମ ପର୍ଯ୍ୟାୟ ଟିକା ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ଆଜି ସମସ୍ତ ଜିଲ୍ଲାପାଳ, ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ପରାମର୍ଶର ୧୩ତାରିଖର ନିର୍ଦ୍ଦେଶନାମା ସମ୍ପର୍କରେ ଅବଗତ କରାଇଛନ୍ତି। କୋଭିଶିଲଡ୍ ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ଅବଧିକୁ ୬ରୁ ୮ ସପ୍ତାହ ପରିବର୍ତ୍ତେ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରାଯାଇଛି। ତେଣୁ ଏବେ କୋଭିଶିଲଡ୍ ଟିକାର ଦ୍ୱିତୀୟ ଡୋଜ୍ ପାଇଁ ଜିଲ୍ଲାସ୍ତରରେ ବିଶେଷ ଚାପ ନାହିଁ। ସେଥିପାଇଁ ଏହି କୋଭିଶିଲଡ୍ ଟିକାର ପ୍ରଥମ ପର୍ଯ୍ୟାୟ ଡୋଜକୁ ସ୍ୱାସ୍ଥ୍ୟକର୍ମୀ, କରୋନା ଯୋଦ୍ଧା, ୪୫ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କୁ ଟିକା ପ୍ରଦାନରେ ପ୍ରାଥମିକତା ଦେବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।

ତେବେ କୋଭାକ୍ସିନ୍ ଟିକାର ଦୁଇଟି ଡୋଜ୍ ମଧ୍ୟରେ ଥିବା ଅବଧି ୪ରୁ ୬ ସପ୍ତାହ ରହିଛି । କୋଭିଶିଲଡ୍ ଟିକାର ଦୁଇଟି ଡୋଜ୍ ମଧ୍ୟରେ ଥିବା ଅବଧି ସାନି ନିର୍ଦ୍ଧାରିତ ହୋଇଥିବାରୁ ସେ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Related story