ପରୀ ପରିବାରକୁ ୯ ଲକ୍ଷ ଟଙ୍କା ଦିଅ

ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼ ଯଦୁପୁର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପରୀର ପରିବାରକୁ ୯ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି। କ୍ଷତିପୂରଣ ଦେବାକୁ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣର ନିଷ୍ପତ୍ତି। ଜିଲ୍ଲା ପ୍ରାଧିକରଣ ନିଷ୍ପତ୍ତିକୁ ମଂଜୁରୀ ଦେଲା ରାଜ୍ୟ ଆଇନ ସେବା ପ୍ରାଧିକରଣ। ଏବେ ୫୦% ଏବଂ ବିଚାର ସରିଲେ ବାକି ୫୦% ଅର୍ଥ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିଷ୍ପତ୍ତି କାଯର୍ୟକାରୀ କରିବାକୁ […]

ino

Tapas Behera
  • Published: Monday, 01 February 2021
  • , Updated: 01 February 2021, 08:26 PM IST

ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼ ଯଦୁପୁର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପରୀର ପରିବାରକୁ ୯ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି। କ୍ଷତିପୂରଣ ଦେବାକୁ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣର ନିଷ୍ପତ୍ତି।

ଜିଲ୍ଲା ପ୍ରାଧିକରଣ ନିଷ୍ପତ୍ତିକୁ ମଂଜୁରୀ ଦେଲା ରାଜ୍ୟ ଆଇନ ସେବା ପ୍ରାଧିକରଣ। ଏବେ ୫୦% ଏବଂ ବିଚାର ସରିଲେ ବାକି ୫୦% ଅର୍ଥ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିଷ୍ପତ୍ତି କାଯର୍ୟକାରୀ କରିବାକୁ ନୟାଗଡ଼ DLSA ସଂପାଦକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ପରୀ ହତ୍ୟା ମାମଲା ଏବେ ସୁପ୍ରିମ କୋର୍ଟରେ ପହଞ୍ଚିଛି। ପରୀର ମାଆ ସୌଦାମିନୀ ସୁପ୍ରିମକୋର୍ଟ​ର ଦ୍ୱାରସ୍ଥ ହୋଇଛନ୍ତି। ପରୀ ହତ୍ୟା ଘଟଣାର ତଦନ୍ତ ଦାବି ଏବଂ ଉଚିତ ନ୍ୟାୟ ଦାବିରେ ସେ ସୁପ୍ରିମକୋର୍ଟ ଯାଇଛନ୍ତି। ସୌଦାମିନୀଙ୍କ କହିବା କଥା ହେଲା ପରୀ ମାମଲାରେ ଯେଉଁ ପିଲାକୁ ଗିରଫ କରାଯାଇଛି, ସେ ସେଭଳି ପିଲା ନୁହେଁ। ତାକୁ ମୋହରା କରାଯାଉଛି। ଏସଆଇଟି ତଦନ୍ତ ଉପରେ ଆମର ଭରସା ନାହିଁ। ଆମେ ସିବିଆଇ ତଦନ୍ତ ଦାବି କରୁଛୁ ବୋଲି କହିଛନ୍ତି।

Related story