‘ସଂକ୍ରମଣକୁ ହେୟଜ୍ଞାନ କରନ୍ତୁ ନାହିଁ, ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଥରେ ମୁଣ୍ଡ ଟେକିଲାଣି କରୋନା । ବିଭିନ୍ନ ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨,୨୧୩  ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ସେହିପରି ରାଜ୍ୟରେ କରୋନା ଏବେ ୨ ଅଙ୍କ ଟ୍ରେଣ୍ଡରେ ପହଞ୍ଚିଛି। ସଂକ୍ରମଣ ପୁଣି ଥରେ ବଢ଼ୁଥିବାରୁ ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇ ନେବା ଉଚିତ । ଏବେ ସଂକ୍ରମଣ ଧୀରେ ଧୀରେ ବଢ଼ୁଛି, ହେଲେ ଏହାକୁ ଅଣଦେଖା କରିବା […]

bijya-mohapatra

Niharika Rout
  • Published: Thursday, 16 June 2022
  • , Updated: 16 June 2022, 04:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଥରେ ମୁଣ୍ଡ ଟେକିଲାଣି କରୋନା । ବିଭିନ୍ନ ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨,୨୧୩  ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ସେହିପରି ରାଜ୍ୟରେ କରୋନା ଏବେ ୨ ଅଙ୍କ ଟ୍ରେଣ୍ଡରେ ପହଞ୍ଚିଛି। ସଂକ୍ରମଣ ପୁଣି ଥରେ ବଢ଼ୁଥିବାରୁ ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇ ନେବା ଉଚିତ । ଏବେ ସଂକ୍ରମଣ ଧୀରେ ଧୀରେ ବଢ଼ୁଛି, ହେଲେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସେ କହିଛନ୍ତି, ଗତ ୭ ଦିନର ଟ୍ରେଣ୍ଡ ଦେଖିଲେ ରାଜ୍ୟରେ ୨ ଅଙ୍କ ବିଶିଷ୍ଟ ପଜିଟିଭ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧ ପଜିଟିଭି ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ମଧ୍ୟ କେତେବେଳେ ୩୧ ତ କେତେବଳେ ୨୨ ଓ କେତେବେଳେ ୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି।  କରୋନା ଗ୍ରାଫ ଉପରେ ତୀକ୍ଷଣ ନଜର ରଖାଯାଇଛି। ଏଥିସହ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢ଼ୁଥିବା ବେଳେ ଏହାର ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ।

ରାଜ୍ୟରେ ସର୍ଭିଲାନ୍ସକୁ ତ୍ୱରାନ୍ୱିତ କରାଯାଇଛି, ଟେଷ୍ଟିଂକୁ ୧୦ରୁ ୧୫% ବଢ଼ାଇବାକୁ କୁହାଯାଇଛି। ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ। ଭିଡ଼କୁ ଯାଆନ୍ତୁ ନାହିଁ, ଅଯଥା ଭିଡ଼ କରନ୍ତୁ ନାହିଁ । ଭିଡ଼କୁ ଗଲେ ମାସ୍କ ପିନ୍ଧନ୍ତୁ । ସର୍ଭିଲାନ୍ସ, ଟିକାକରଣ ଚାଲିଛି।

ଆସନ୍ତା ୨୧ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଇଣ୍ଟିଗ୍ରେଟେଡ ସର୍ଭିଲାନ୍ସ ଚାଲିବ । ବିଭିନ୍ନ ରୋଗର ସର୍ଭିଲାନ୍ସ କରାଯାଇ ପ୍ରତିଷେଧମୂଳକ ପଦକ୍ଷେପ ନିଆଯିବ । ଏଥର ତରଳ ଝାଡ଼ା, ମ୍ୟାଲେରିଆ, ଡେଙ୍ଗୁ, ଟିବି ଓ କୋଭିଡର ସର୍ଭିଲାନ୍ସ କରାଯିବ । ଏକସଙ୍ଗେ ବିଭିନ୍ନ ରୋଗର ସର୍ଭିଲାନ୍ସ କରାଯାଇ ତା’ ପରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ । ଲୋକଙ୍କୁ ସଚେତନ କରାଯିବା ସହ ଆବଶ୍ୟକ ସ୍ଥଳେ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯିବ ।  ଯେଉଁମାନେ ଭ୍ୟାକ୍ସିନ ନେଇନାହାନ୍ତି ସେମାନେ ତୁରନ୍ତ ଭ୍ୟାକ୍ସିନ ନେବାକୁ ପରାମର୍ଶ ଦିଆଯାଉଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Related story