ଭଗବାନଙ୍କ ଶରଣରେ ଗାଁ ଲୋକେ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ହଳଦିଆପଦର ଓଭରବ୍ରିଜ୍‌ରେ କାହିଁକି ବାରମ୍ବାର ଘଟୁଛି ଦୁର୍ଘଟଣା? ଏହାର କାରଣ ଖୋଜିବା ପାଇଁ ଆଖପାଖ ଗାଁ ଲୋକେ ବାରମ୍ୱାର ପ୍ରଶାସନ ପାଖରେ ଗୁହାରୀ କରୁଥିଲେ। ହେଲେ ପ୍ରଶାସନ ଏଥିପ୍ରତି ତିଳେ ମାତ୍ର ନଜର ଦେଉନଥିଲା। ଶେଷରେ ପ୍ରଶାସନଠାରୁ ନିରାଶ ହୋଇ ଗାଁ ଲୋକେ ଆଜି ଭଗବାନଙ୍କ ଶରଣ ପଶିଛନ୍ତି। ଦୁର୍ଘଟଣା ଘଟୁଥିବା ସ୍ଥାନରେ ଦୁର୍ଗାମାଧମବଙ୍କ ଫଟୋ ରଖି ପୂଜାର୍ଚ୍ଚନା କରିଛନ୍ତି। ୧୬ ନମ୍ୱର ଜାତୀୟ ରାଜପଥକୁ ସଂଯୋଗ କରୁଛି ହଳଦିଆପଦା ଓଭରବ୍ରିଜ୍‌। ଲୋକଙ୍କ […]

god-will-save-people-life-in-ganjam

Manoranjan Sial
  • Published: Thursday, 30 January 2020
  • , Updated: 30 January 2020, 04:22 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ହଳଦିଆପଦର ଓଭରବ୍ରିଜ୍‌ରେ କାହିଁକି ବାରମ୍ବାର ଘଟୁଛି ଦୁର୍ଘଟଣା? ଏହାର କାରଣ ଖୋଜିବା ପାଇଁ ଆଖପାଖ ଗାଁ ଲୋକେ ବାରମ୍ୱାର ପ୍ରଶାସନ ପାଖରେ ଗୁହାରୀ କରୁଥିଲେ। ହେଲେ ପ୍ରଶାସନ ଏଥିପ୍ରତି ତିଳେ ମାତ୍ର ନଜର ଦେଉନଥିଲା। ଶେଷରେ ପ୍ରଶାସନଠାରୁ ନିରାଶ ହୋଇ ଗାଁ ଲୋକେ ଆଜି ଭଗବାନଙ୍କ ଶରଣ ପଶିଛନ୍ତି। ଦୁର୍ଘଟଣା ଘଟୁଥିବା ସ୍ଥାନରେ ଦୁର୍ଗାମାଧମବଙ୍କ ଫଟୋ ରଖି ପୂଜାର୍ଚ୍ଚନା କରିଛନ୍ତି।

୧୬ ନମ୍ୱର ଜାତୀୟ ରାଜପଥକୁ ସଂଯୋଗ କରୁଛି ହଳଦିଆପଦା ଓଭରବ୍ରିଜ୍‌। ଲୋକଙ୍କ ସୁରକ୍ଷା ଓ ଧନଜୀବନ ସୁରକ୍ଷା ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇଥିବା ଏହି ଓଭରବ୍ରିଜ୍‌ ୨୦୧୪ ମସିହାରେ ଲୋକାର୍ପିତ ହୋଇଥିଲା। ହେଲେ ଏହି ବ୍ରିଜ୍‌ ଏବେ ଲୋକଙ୍କ ମରଣ ଯନ୍ତା ପାଲଟିଛି। ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଛି। ୨୦୧୪ରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୬୦ରୁ ୭୦ ଲୋକଙ୍କ ପ୍ରାଣ ଯାଇଥିବା ଆଲୋଚନା ହେଉଛି। ଏହାଛଡ଼ା ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଏଠାରେ ଦୁର୍ଘଟଣା କିଭଳି ରୋକାଯାଇପାରିବ, ସେନେଇ ସ୍ଥାନୀୟ ଲୋକେ ବହୁ ବାର ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି। ମାତ୍ର କେହି କର୍ଣ୍ଣପାତ କରୁନଥିବା ଲୋକେ ଅଭିଯୋଗ ହେଉଛି। ଶେଷରେ ଆଖପାଖ ଗାଁ ଲୋକେ ଭଗବାନଙ୍କ ଆଶ୍ରୟ ନେଇଛନ୍ତି।

ଓଭରବ୍ରିଜ୍‌ ନିକଟରେ ଆଜି ଦୁର୍ଗାମାଧବଙ୍କ ଫଟୋ ରଖି ଗାଁ ଲୋକେ ପୂଜାର୍ଚ୍ଚନା କରୁଛନ୍ତି। ହଳଦିଆପଦର ସମେତ ରାଳବ ରୋଡ୍‌, କନିଷି ଓ ଆଖପାଖ ଅଞ୍ଚଳର ଶତାଧିକ ଲୋକେ ପୂଜାରେ ସାମିଲ ହୋଇଛନ୍ତି। ଏଠାରେ ଦୁର୍ଘଟଣା ଯେମିତି ନଘଟୁ, ସେଥିପାଇଁ ପ୍ରଭୁଙ୍କୁ ଆରାଧନା କରିଛନ୍ତି।

Related story