ବାତ୍ୟା ବେଳେ କୋଳକୁ ଆସିଲା ‘ଗୁଲାବ’

ଆସିକା (ମନୋଜ ମୁନୀ): ବାତ୍ୟା ‘ଗୁଲାବ’ ସ୍ଥଳଭାଗ ଛୁଇଁବା ବେଳେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ରିଙ୍କିଲତା ବେହେରାଙ୍କୁ କୋଳକୁ ଆସିଛି ପୁତ୍ର ସନ୍ତାନ। ମାଆ ହୋଇଛନ୍ତି ରିଙ୍କି। ଆଉ ତା’ ନାଁ ରହିଛି ‘ଗୁଲାବ’। ମେଡିକାଲ୍‌ ଡାକ୍ତର ଓ ଷ୍ଟାଫ୍‌ ଏହି ନାଁ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ ବରଡାବିଲି କୁମ୍ଭାର ସାହିର ରିଙ୍କିଲତାଙ୍କ ଘର। ବାତ୍ୟା ଯୋଗୁ ତାଙ୍କୁ ମା’ ଘରେ ରଖାଯାଇଥିଲା। ବାତ୍ୟା ଲ୍ୟାଣ୍ଡଫଲ୍‌ କରିବାର କିଛି ସମୟ ପୂର୍ବରୁ […]

Dharakote

Manoranjan Sial
  • Published: Tuesday, 28 September 2021
  • , Updated: 28 September 2021, 04:53 PM IST

ଆସିକା (ମନୋଜ ମୁନୀ): ବାତ୍ୟା ‘ଗୁଲାବ’ ସ୍ଥଳଭାଗ ଛୁଇଁବା ବେଳେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ରିଙ୍କିଲତା ବେହେରାଙ୍କୁ କୋଳକୁ ଆସିଛି ପୁତ୍ର ସନ୍ତାନ। ମାଆ ହୋଇଛନ୍ତି ରିଙ୍କି। ଆଉ ତା’ ନାଁ ରହିଛି ‘ଗୁଲାବ’। ମେଡିକାଲ୍‌ ଡାକ୍ତର ଓ ଷ୍ଟାଫ୍‌ ଏହି ନାଁ ଦେଇଛନ୍ତି।

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ ବରଡାବିଲି କୁମ୍ଭାର ସାହିର ରିଙ୍କିଲତାଙ୍କ ଘର। ବାତ୍ୟା ଯୋଗୁ ତାଙ୍କୁ ମା’ ଘରେ ରଖାଯାଇଥିଲା। ବାତ୍ୟା ଲ୍ୟାଣ୍ଡଫଲ୍‌ କରିବାର କିଛି ସମୟ ପୂର୍ବରୁ ରିଙ୍କି ପ୍ରସବ ଯନ୍ତ୍ରଣା ପାଇଥିଲେ। ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ଯନ୍ତ୍ରଣା ଅସମ୍ଭାଳ ହେବାରୁ ରଙ୍କିଙ୍କୁ ଧରି ଆସିକା ଉପଖଣ୍ଡ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ ଅଙ୍ଗନବାଡ଼ି ନାମିତ ଗୌଡ଼। ବାତ୍ୟାର ଉଗ୍ରରୂପ ଦେଖି ରିଙ୍କି ସମ୍ପୂର୍ଣ୍ଣ ଡ଼ରି ଯାଇଥିଲେ। କାରଣ ଆସିକାର ଉଭୟ ପାର୍ଶ୍ୱରେ ଦୁଇଟି ନଦୀ ପ୍ରବାହିତ ହେଉଛି। ସେଠାରେ ଯେତେବେଳେ ବନ୍ୟା ଆସେ, ଡାକ୍ତରଖାନା ବୁଡ଼ି ଯାଉଥିବାର ଭୟ ରିଙ୍କିଙ୍କ ମନରେ ଭୟ ଥିଲା।

https://twitter.com/DRDAGanjam/status/1442161395894607885?s=20

ବନ୍ୟାର ଭୟ ଓ ଆତଙ୍କ ଭିତରେ ମେଡିକାଲ୍‌ ୱାର୍ଡ଼ରେ ପୁତ୍ର ସନ୍ତାନ ପ୍ରସବ କଲେ ରିଙ୍କି। ଉଭୟ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ରିଙ୍କିର ଏହା ହେଉଛି ପ୍ରଥମ ସନ୍ତାନ। ପୁଅର ଜନ୍ମ ହେବା ଖୁସିରେ ବାପା ବାଲ୍ୟ ବେହେରା ରୋଜଗାର ପାଇଁ ଯାଇଥିବା ସୁରଟାରୁ ଗାଁକୁ ଫେରୁଛନ୍ତି। ବରଡାବିଲି ଗାଁର ରିଙ୍କି ବେହେରା ଆସିକା ଝଗଡେଇ ଗ୍ରାମର ବାଲ୍ୟ ବେହେରାଙ୍କୁ ବିବାହ କରିଥିଲେ। ବାତ୍ୟା ସମୟରେ ପିଲା ଜନ୍ମ ହୋଇଥିବାରୁ ଧରକୋଟ ସିଡିପିଓ ଡାଲିମ୍ବ ନାୟକ ନାଁ ରଖିଛନ୍ତି ‘ଗୁଲାବ’। ଆଉ ସେ କହିଛନ୍ତି, ଏ ପିଲା ସମସ୍ତଙ୍କ ମନରୁ ଭୟ ଦୂର କରି ହସ ଫିଟାଇବ।

Related story