ବିମାନବନ୍ଦରରୁ ସୁନା ବିସ୍କୁଟ୍ ଜବତ: ୨ ଦୁବାଇ ଯାତ୍ରୀ ଅଟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଥରେ ଭୁବନେଶ୍ୱର ବିମାନବନ୍ଦରରୁ ସୁନା ବିସ୍କୁଟ୍ ଜବତ ହୋଇଛି।  ଆଜି ବିମାନବନ୍ଦରରୁ ୧କିଲୋ ୨୦୦ ଗ୍ରାମର ସୁନା ବିସ୍କୁଟ୍ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ।  କ୍ୱାଲାଲମ୍ପୁରରୁ ଆସିଥିବା ୨ ଦୁବାଇ ଯାତ୍ରୀଙ୍କ ଠାରୁ ଏହି ସୁନା ବିସ୍କୁଟ ଜବତ ହୋଇଛି।  ଯାତ୍ରୀ ଦୁଇ ଜଣଙ୍କୁ ପୋଲିସ ଅଟକି ରଖି ପଚରାଉଚରା କରୁଛି। ଗତକାଲି ମଧ୍ୟ ଏୟାରପୋର୍ଟରୁ ୧୨ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା। […]

gold

Rakesh Mallick
  • Published: Thursday, 29 March 2018
  • , Updated: 29 March 2018, 02:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଥରେ ଭୁବନେଶ୍ୱର ବିମାନବନ୍ଦରରୁ ସୁନା ବିସ୍କୁଟ୍ ଜବତ ହୋଇଛି।  ଆଜି ବିମାନବନ୍ଦରରୁ ୧କିଲୋ ୨୦୦ ଗ୍ରାମର ସୁନା ବିସ୍କୁଟ୍ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ।  କ୍ୱାଲାଲମ୍ପୁରରୁ ଆସିଥିବା ୨ ଦୁବାଇ ଯାତ୍ରୀଙ୍କ ଠାରୁ ଏହି ସୁନା ବିସ୍କୁଟ ଜବତ ହୋଇଛି।  ଯାତ୍ରୀ ଦୁଇ ଜଣଙ୍କୁ ପୋଲିସ ଅଟକି ରଖି ପଚରାଉଚରା କରୁଛି।

ଗତକାଲି ମଧ୍ୟ ଏୟାରପୋର୍ଟରୁ ୧୨ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୨ରେ  ଭୁବନେଶ୍ୱର ବିମାନ ବନ୍ଦରରୁ ବିଦେଶୀ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଜବତ ହୋଇଥିଲା। ଜବତ ସୁନା ଓ ମୁଦ୍ରାର ମୂଲ୍ୟ ୨୨ ଲକ୍ଷ ୨୩ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଇଥିଲା। ଏସବୁ ବିଦେଶୀ ସୁନା ଓ ମୁଦ୍ରା ବ୍ୟାଙ୍କକ୍‌ରୁ ଏୟାର ଇଣ୍ଡିଆ ବିମାନରେ ଭୁବନେଶ୍ୱର ଆସିଥିଲା।

Related story