ଦୁର୍ଗା ମନ୍ଦିରରୁ ଚୋରି

କେନ୍ଦୁଝର (ଓଡ଼ିଶା ରିପୋର୍ଟର): ମା’ଙ୍କ ମନ୍ଦିରରୁ ଚୋରି। କେନ୍ଦୁଝର ସହରର ବସଷ୍ଟାଣ୍ଡ ନିକଟସ୍ଥ ଦୁର୍ଗା ମନ୍ଦିରରୁ ହୋଇଛି ଚୋରି। ମନ୍ଦିରର କବାଟର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ରୁପା ଓ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ଗତକାଲି ରାତିରେ ଘଟିଛି ଏହି ଘଟଣା। ଦୁର୍ବୃତ୍ତମାନେ ମା’ ଦୁର୍ଗା ଓ ପାର୍ଶ୍ୱ ମୂର୍ତ୍ତିଙ୍କଠାରେ ଲାଗିଥିବା ୫ଟି ରୁପା ମୁକୁଟ, ଗୋଟିଏ ସୁନା ମଙ୍ଗଳ ସୁତ୍ର, ମା’ଙ୍କର ରୂପା ଅଣ୍ଟାସୂତା ସହ ହୁଣ୍ଡି […]

temple

Rakesh Mallick
  • Published: Monday, 26 February 2018
  • , Updated: 26 February 2018, 10:39 AM IST

କେନ୍ଦୁଝର (ଓଡ଼ିଶା ରିପୋର୍ଟର): ମା’ଙ୍କ ମନ୍ଦିରରୁ ଚୋରି। କେନ୍ଦୁଝର ସହରର ବସଷ୍ଟାଣ୍ଡ ନିକଟସ୍ଥ ଦୁର୍ଗା ମନ୍ଦିରରୁ ହୋଇଛି ଚୋରି। ମନ୍ଦିରର କବାଟର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ରୁପା ଓ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଟାଉନ୍ ଥାନାରେ ଅଭିଯୋଗ ହୋଇଛି।

ଗତକାଲି ରାତିରେ ଘଟିଛି ଏହି ଘଟଣା। ଦୁର୍ବୃତ୍ତମାନେ ମା’ ଦୁର୍ଗା ଓ ପାର୍ଶ୍ୱ ମୂର୍ତ୍ତିଙ୍କଠାରେ ଲାଗିଥିବା ୫ଟି ରୁପା ମୁକୁଟ, ଗୋଟିଏ ସୁନା ମଙ୍ଗଳ ସୁତ୍ର, ମା’ଙ୍କର ରୂପା ଅଣ୍ଟାସୂତା ସହ ହୁଣ୍ଡି ଭାଙ୍ଗି ନଗଦ ଟଙ୍କା ଲୁଟି ନେଇଛନ୍ତି। ସବୁଠାରୁ ବଡ଼ କଥା ଏହି ମନ୍ଦିରଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୫୦ ମିଟର ଓ ଟାଉନ ଥାନା ଠାରୁ ୨୫୦ ମିଟର ଭିତରେ ଅବସ୍ଥିତ। କେନ୍ଦୁଝର ଟାଉନ ଥାନା ପୋଲିସ୍ ଘଟଣାର ତଦନ୍ତ କରୁଛି।

Related story