ସୁନା ଚାଲାଣର ନୂଆ ଟ୍ରିକ୍ସ: ମଳଦ୍ୱାର, ସ୍କ୍ରୁ ଡ୍ରାଇଭର ପରେ ଏଥର ପାଦ ତଳେ

ଭୁବନେଶ୍ୱର(ଓଡିଶା ରିପୋର୍ଟର): କୁଆଲାଲମପୁରରୁ ଆସି ଭୁବନେଶ୍ୱରେ ଲ୍ୟାଣ୍ଡ କଲା ବିମାନ। ଘୋଘା, ହୋ ହାଲ୍ଲା ଭିତରେ ଖସିଗଲେ ସେମାନେ। ସାଧାରଣ ଯାତ୍ରୀଙ୍କ ଭଳି ପ୍ୟାଣ୍ଟ ସାର୍ଟ ପିନ୍ଧି ସେମାନେ ଯାତ୍ରା କରୁଥିଲେ । ଏଣୁ ସନ୍ଦେହର କୌଣସି ଅବକାଶ ନ ଥିଲା। ବିମାନ ବନ୍ଦର ମୁହଁରେ କଷ୍ଟମ୍ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ ବି କିଛି ଜାଣି ପାରିଲେ ନାହିଁ। ୩ ଜଣ ଯାକ ପହଞ୍ଚିଲେ ପାର୍କିଂ ପ୍ଲେସରେ। ଗାଡି ବାହାରିଲା ଯିବାକୁ। ଚେକ୍‌ ଗେଟ୍‌ କ୍ରସ୍‌ […]

suna1

Rakesh Mallick
  • Published: Monday, 07 May 2018
  • , Updated: 07 May 2018, 07:24 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): କୁଆଲାଲମପୁରରୁ ଆସି ଭୁବନେଶ୍ୱରେ ଲ୍ୟାଣ୍ଡ କଲା ବିମାନ। ଘୋଘା, ହୋ ହାଲ୍ଲା ଭିତରେ ଖସିଗଲେ ସେମାନେ। ସାଧାରଣ ଯାତ୍ରୀଙ୍କ ଭଳି ପ୍ୟାଣ୍ଟ ସାର୍ଟ ପିନ୍ଧି ସେମାନେ ଯାତ୍ରା କରୁଥିଲେ । ଏଣୁ ସନ୍ଦେହର କୌଣସି ଅବକାଶ ନ ଥିଲା। ବିମାନ ବନ୍ଦର ମୁହଁରେ କଷ୍ଟମ୍ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ ବି କିଛି ଜାଣି ପାରିଲେ ନାହିଁ। ୩ ଜଣ ଯାକ ପହଞ୍ଚିଲେ ପାର୍କିଂ ପ୍ଲେସରେ। ଗାଡି ବାହାରିଲା ଯିବାକୁ। ଚେକ୍‌ ଗେଟ୍‌ କ୍ରସ୍‌ ବି କଲା । ଦ୍ରୁତ ଗତିରେ ଗଡ଼ି ଚାଲିଲା କାର୍‌। ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଥିବା ଚକି ପାଖାପାଖି ହେଲାବେଳକୁ ସେହି ଗାଡିକରୁ ଧକ୍କା ଦେଲା ଆଉ ଗୋଟିଏ କାର୍‌। ତୁରନ୍ତ ଗାଡିରୁ ବାହାରି କିଛି ଅଧିକାରୀ ଅନ୍ୟ କାରରେ ଥିବା ୩ ଜଣଙ୍କୁ ଘୋଷାଡି ଆଣିଲେ, ଆଉ କାବୁ କରିନେଲେ ।
ହେଲେ କିଏ ସେମାନେ? ଆପଣଙ୍କ ଏ ପ୍ରଶ୍ନର ଉତ୍ତର ହେଉଛି, “ଏମାନେ ହେଉଛନ୍ତି ଆନ୍ତରାଷ୍ଟ୍ରୀୟ ସୁନା ତସ୍କର”। ଯେଉଁମାନେ ଆଜି ଭୁବନେଶ୍ୱର ବିମାନ ବନ୍ଦରରୁ ଧରା ପଡିଛନ୍ତି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀ ବିମାନବନ୍ଦର ବାହାରୁ ତାଙ୍କୁ ଗିରଫ କରିଛନ୍ତି।

ଗିରଫ ପରେ ଏହି ସୁନା ତସ୍କରଙ୍କ ଅଭିନବ ତସ୍କରୀର ପର୍ଦ୍ଦାଫାଶ ହୋଇଛି। ୩ ଅଭିଯୁକ୍ତ ପାଦରେ ପ୍ରାୟ ୧ କୋଟି ୮୯ ଲକ୍ଷ ଟଙ୍କାର ସୁନା ବିସ୍କୁଟ ରଖି ଏହା ଉପରେ ଅଠା ଟେପ୍‌ ଗୁଡାଇ ଦେଇଥିଲେ। ତା ଉପରେ ମୋଜା ଓ ଜୋତା ପିନ୍ଧି ସେମାନେ କୁଆଲାଲମପୁରରୁ ଭୁବନେଶ୍ୱର ଆସିଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଭୁବନେଶ୍ୱର ବିମାନବନ୍ଦର ଆନ୍ତର୍ଜତୀୟ ମାନ୍ୟତା ପାଇବା ପରେ ଏଭଳି ଅଭିନବ ଉପାୟରେ ସୁନା ତସ୍କରୀରର ପର୍ଦ୍ଦାଫାଶ ହେବାରା ଲାଗଛି। ଏଠାରୁ ସିଧାଶଳଖ ବିଦେଶକୁ ବିମାନ ଉଡାଣ ଆରମ୍ଭ ହୋଇଥିବାରୁ ଏହାର ସୁଯୋଗ ନେଇ ସୁନା ତସ୍କର ସକ୍ରିୟ ହୋଇ ଉଠିଥିବା ଅଭିଯୋଗ ହୋଇଛି। ତା ହେଲେ ଆସନ୍ତୁ ଜାଣିବା ପୂର୍ବରୁ କେଉଁ ଉପାୟରେ ଏଭଳି ସୁନା ଚାଳାଣ ଯୋଜନା କରାଯାଇଛି।
- ଜିନ୍ସ ପୋଷାକରେ ଥିବା ବଡ଼ ବଡ଼ ବଟମରେ
- ଟ୍ରଲି ବ୍ୟାଗ୍‌ ତଳେ ଥିବା ଚକାରେ
- ସ୍କ୍ରୁ ଡ୍ରାଇଭା ଭିତରେ ଥିବା ଖାଲି ସ୍ଥାନରେ
- ସୁନା ଉପରେ ରୂପା ଆସ୍ତରଣ ଦେଇ
- ଅପରେସନ ଜରିଆରେ ମଳ ଦ୍ୱାର ଦେଇ

Related story