ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଜବତ ହେଲା ସୁନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି। ପ୍ରାୟ ୧ କେଜି ସୁନା ଜବତ କରିଛି ସୀମାଶୁଳ୍କ କମିଶନ। ବ୍ୟାଙ୍କକ ଏବଂ ଦୁବାଇରୁ ଆସିଥିବା ୨ଜଣ ଯାତ୍ରୀଙ୍କ ଠାରୁ ସମସ୍ତ ସୁନା ଜବତ କରାଯାଇଛି। ୨ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ଦିଲ୍ଲୀ ଏବଂ ଅନ୍ୟ ଜଣେ ଜଗତସିଂହପୁରର ବୋଲି ଜଣାପଡିଛି। ଜବତ ସୁନାର ଆନୁମାନିକ ମୂଲ୍ୟ ୩୧ ଲକ୍ଷ ଟଙ୍କାରୁ ଅଧିକ ହେବ। ଗତବର୍ଷ ଡିସେମ୍ବର ମାସ ୬ ତାରିଖରେ ଭୁବନେଶ୍ୱର ବିମାନ […]

g

Rakesh Mallick
  • Published: Sunday, 24 June 2018
  • , Updated: 24 June 2018, 05:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି। ପ୍ରାୟ ୧ କେଜି ସୁନା ଜବତ କରିଛି ସୀମାଶୁଳ୍କ କମିଶନ। ବ୍ୟାଙ୍କକ ଏବଂ ଦୁବାଇରୁ ଆସିଥିବା ୨ଜଣ ଯାତ୍ରୀଙ୍କ ଠାରୁ ସମସ୍ତ ସୁନା ଜବତ କରାଯାଇଛି। ୨ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ଦିଲ୍ଲୀ ଏବଂ ଅନ୍ୟ ଜଣେ ଜଗତସିଂହପୁରର ବୋଲି ଜଣାପଡିଛି। ଜବତ ସୁନାର ଆନୁମାନିକ ମୂଲ୍ୟ ୩୧ ଲକ୍ଷ ଟଙ୍କାରୁ ଅଧିକ ହେବ।

ଗତବର୍ଷ ଡିସେମ୍ବର ମାସ ୬ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରୁ ୩ କେଜି ସୁନା ଜବତ କରାଯାଇଥିଲା। ଏହାର ଅନୁମାନିକ ମୂଲ୍ୟ ୯୦ ଲକ୍ଷ ଟଙ୍କା ଥିଲା।

ଗତ ଏପ୍ରିଲ ମାସରେ ଏଥର ସୁନାକୁ ପଂଜାବୀ କଡ଼ାରେ ପରିଣତ କରି ଚୋରାରେ ଅଣାଯାଉଥିଲା ବେଳେ ଧରାଯାଇଥିଲା। ୧୮୦ ଗ୍ରାମ ଏହି ସୁନାର ମୂଲ୍ୟ ୫ ଲକ୍ଷ ୬୬ ହଜାରରୁ ଅଧିକ ଥିଲା। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କଙ୍କରୁ ଜଣେ ବ୍ୟବସାୟୀ ସାର୍ଟ ତଳେ ଏହି ସୁନା ଲୁଚାଇ ଆଣୁଥିବା ବେଳେ କଷ୍ଟମ ଅଧିକାରୀମାନେ ଧରିଥିଲେ।

ମାର୍ଚ୍ଚ ୨୯ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରୁ ସୁନା ବିସ୍କୁଟ୍ ଜବତ ହୋଇଥିଲା।  ୧କିଲୋ ୨୦୦ ଗ୍ରାମର ସୁନା ବିସ୍କୁଟ୍ ଜବତ କରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ଥିଲା।  କ୍ୱାଲାଲମ୍ପୁରରୁ ଆସିଥିବା ୨ ଦୁବାଇ ଯାତ୍ରୀଙ୍କ ଠାରୁ ଏହି ସୁନା ବିସ୍କୁଟ ଜବତ କରାଯାଇଥିଲା।

ମଳଦ୍ୱାରରେ ଆଣୁଛନ୍ତି ସୁନା

ମଳଦ୍ୱାରରେ ମଧ୍ୟ ସୁନା ରଖି ଲୋକେ ଚୋରାଚାଲାଣ କରୁଛନ୍ତି। ଗତ ମାର୍ଚ୍ଚ ମାସରେ ଭୁବନେଶ୍ୱର ବିମାନ ବନ୍ଦରରେ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା। ଜଣେ ବ୍ୟକ୍ତି ୬୦୦ ଗ୍ରାମରୁ ଅଧିକ ଓଜନର ସୁନା ନିଜ ମଳଦ୍ୱାରରେ ରଖି ଆଣିଥିଲେ। ଚଳିତ ମାସରେ ପୁଣି ଏପରି ଏକ ଘଟଣା ଏଠାରେ ଦେଖିବାକୁ ମିଳିଥିଲା। ଜଣେ ବ୍ୟକ୍ତି ୨୯୫ ଗ୍ରାମର ସୁନା ନିଜ ମଳଦ୍ୱାରରେ ଲୁଚାଇ ଆଣିଥିବା ବେଳେ ଧରାପଡ଼ିଥିଲେ। ଏହା ପୂର୍ବରୁ ଏହି ମାସରେ ଜଣେ ବ୍ୟକ୍ତି ସୁନାକୁ ପାଉଡ଼ର ଫର୍ମରେ ସୁନାକୁ ପେଷ୍ଟ ଭଳି କରି ୪ଟି କ୍ୟାପସୁଲ୍‌ରେ ଭର୍ତ୍ତି କରି ଆଣୁଥିବା ବେଳେ ଧରାପଡ଼ିଥିଲେ। ସେ ବି ନିଜ ମଳଦ୍ୱାରରେ ଏଗୁଡ଼ିକୁ ରଖିଥିଲେ। ମଳଦ୍ୱାରରେ ଏମିତି ସୁନା ଆଣି ବିଭିନ୍ନ ସମୟରେ ଅନେକ ଲୋକ ଭୁବନେଶ୍ୱର ବିମାନବନ୍ଦରରେ ଧରାପଡ଼ିଲେଣି।

Related story