ରେଳର ବେଳା ଖରାପ: ବଗିରୁ ଅଲଗା ହୋଇଗଲା ଇଞ୍ଜିନ

ବଲାଙ୍ଗିର/ରାୟଗଡ଼ା (ଓଡ଼ିଶା ରିପୋର୍ଟର): ଭାରତୀୟ ରେଳ ବିଭାଗର ବେଳା ଖରାପ ଚାଲିଛି। ଆଜି ଗୋଟିଲ ଦିନରେ ଘଟିଛି ଦୁଇଟି ଅଘଟଣ। ଯାହା ରେଳ ବିଭାଗର ନିଦ ହଜାର ଦେଇଛି। ଗୋଟିଏ ଅଘଟଣ ରାୟଗଡ଼ାରେ ଘଟିଥିବା ବେଳେ ଅନ୍ୟଟି ବଲାଙ୍ଗିରରେ ଘଟିଛି। ମାତ୍ର ଏଥିରେ କେହି ମୃତାହତ ହୋଇନାହାନ୍ତି। କହିବାକୁ ଗଲେ ଅଳ୍ପକେ ବର୍ତ୍ତି ଯାଇଛି ଟ୍ରେନ୍‌ ଯାତ୍ରୀଙ୍କ ଜୀବନ। ପୂରା ଘଟଣା ଏମିତି। ଆଜି ଏକ ମାଲବାହୀ ଟ୍ରେନ୍‌ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଷ୍ଟେସନ୍‌ରେ ଅତିକ୍ରମ କରୁଥିଲା। […]

goods train accident in titlagardh12

Rakesh Mallick
  • Published: Friday, 18 May 2018
  • , Updated: 18 May 2018, 07:51 PM IST

ବଲାଙ୍ଗିର/ରାୟଗଡ଼ା (ଓଡ଼ିଶା ରିପୋର୍ଟର): ଭାରତୀୟ ରେଳ ବିଭାଗର ବେଳା ଖରାପ ଚାଲିଛି। ଆଜି ଗୋଟିଲ ଦିନରେ ଘଟିଛି ଦୁଇଟି ଅଘଟଣ। ଯାହା ରେଳ ବିଭାଗର ନିଦ ହଜାର ଦେଇଛି। ଗୋଟିଏ ଅଘଟଣ ରାୟଗଡ଼ାରେ ଘଟିଥିବା ବେଳେ ଅନ୍ୟଟି ବଲାଙ୍ଗିରରେ ଘଟିଛି। ମାତ୍ର ଏଥିରେ କେହି ମୃତାହତ ହୋଇନାହାନ୍ତି। କହିବାକୁ ଗଲେ ଅଳ୍ପକେ ବର୍ତ୍ତି ଯାଇଛି ଟ୍ରେନ୍‌ ଯାତ୍ରୀଙ୍କ ଜୀବନ। ପୂରା ଘଟଣା ଏମିତି।

ଆଜି ଏକ ମାଲବାହୀ ଟ୍ରେନ୍‌ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଷ୍ଟେସନ୍‌ରେ ଅତିକ୍ରମ କରୁଥିଲା। ଏହି ସମୟରେ ଇଞ୍ଜିନରୁ ବଗି ଅଲଗା ହୋଇଯାଇ ଥିଲା। ମାତ୍ର ଏ ସମ୍ପର୍କରେ ଚାଳକ ଜାଣିପାରିନଥିଲେ। କିଛି ବାଟ ଗଲା ପରେ ଚାଳକ ପଛକୁ ଫେରି ବଗି ନେଇ ଯାଇଥିଲେ।

ରାୟଗଡ଼ା ସିଙ୍ଗାପୁର ଷ୍ଟେସନ୍‌ ନିକଟରେ ହାୱାଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍‌ର ଇଞ୍ଜିନରେ କିଛି ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଥିଲା। ଚାଳକ ଏହା ଜାଣିପାରି ଟ୍ରେନ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ କେଉଟଗୁଡ଼ାଠାରେ ଟ୍ରେନ୍‌ ଇଞ୍ଜିନ୍‌ର ଦୁଇଟି ଚକ ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ମାତ୍ର ଅନ୍ୟ ସମସ୍ତ ବଗି ସୁରକ୍ଷିତ ଅଛି। ଏଥିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ପରେ ରିଲିଫ ଟ୍ରେନ୍‌ରେ ବଗି ଗୁଡ଼ିକୁ ରାୟଗଡ଼ା ଆଣାଯାଉଛି। ସିଙ୍ଗଲ୍‌ ଲାଇନ୍‌ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି।

Related story