ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଟିକିରିରେ ଅଟକିଲା କୋରାପୁଟ-ରାଉରକେଲା ଇଣ୍ଟରସିଟି

କଲ୍ୟାଣସିଂହପୁର (ମାଉଡି ବାରିକ): ରାୟଗଡ଼ା ଜିଲ୍ଲା ଭାଲୁମସ୍କା ଷ୍ଟେସନ୍‌ ନିକଟରେ ଏକ ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଫଳରେ କୋରାପୁଟ-ରାୟଗଡ଼ା ମଧ୍ୟ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ହୀରାଖଣ୍ଡ ଏକ୍ସପ୍ରେସ୍ ଲକ୍ଷ୍ମୀପୁରଠାରେ ଓ କୋରାପୁଟ-ରାଉରକେଲା ଇଣ୍ଟରସିଟି ଟିକିରିଠାରେ ଅଟକି ରହିଛି। ଟିକିରି ଷ୍ଟେସନ୍‌ରେ ଯାତ୍ରୀଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା ରେଳ ବିଭାଗ ପକ୍ଷରୁ କରାଯାଇଛି। ଦାମନଯୋଡ଼ି ନାଲକୋ ପ୍ଲାଣ୍ଟରୁ ଆଲୁମିନା ଆଣୁଥିବା ଏକ ମାଲ୍‌ବାହୀ ଟ୍ରେନ୍‌ର ଗୋଟିଏ ବଗିର ଚକ ଟ୍ରାକ୍‌ରୁ ଖସି ପଡ଼ିଥିଲା।  ଫଳରେ […]

goods-train-derailed

Manoranjan Sial
  • Published: Tuesday, 11 September 2018
  • , Updated: 11 September 2018, 04:15 PM IST
କଲ୍ୟାଣସିଂହପୁର (ମାଉଡି ବାରିକ): ରାୟଗଡ଼ା ଜିଲ୍ଲା ଭାଲୁମସ୍କା ଷ୍ଟେସନ୍‌ ନିକଟରେ ଏକ ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଫଳରେ କୋରାପୁଟ-ରାୟଗଡ଼ା ମଧ୍ୟ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ହୀରାଖଣ୍ଡ ଏକ୍ସପ୍ରେସ୍ ଲକ୍ଷ୍ମୀପୁରଠାରେ ଓ କୋରାପୁଟ-ରାଉରକେଲା ଇଣ୍ଟରସିଟି ଟିକିରିଠାରେ ଅଟକି ରହିଛି। ଟିକିରି ଷ୍ଟେସନ୍‌ରେ ଯାତ୍ରୀଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା ରେଳ ବିଭାଗ ପକ୍ଷରୁ କରାଯାଇଛି।
ଦାମନଯୋଡ଼ି ନାଲକୋ ପ୍ଲାଣ୍ଟରୁ ଆଲୁମିନା ଆଣୁଥିବା ଏକ ମାଲ୍‌ବାହୀ ଟ୍ରେନ୍‌ର ଗୋଟିଏ ବଗିର ଚକ ଟ୍ରାକ୍‌ରୁ ଖସି ପଡ଼ିଥିଲା।  ଫଳରେ ଟ୍ରେନ୍‌ର ସମସ୍ତ ବଗି ୮ କିମି ପର୍ଯ୍ୟନ୍ତ ଘୁଷୁରି ଘୁଷୁରି ଚାଲି ଯାଇଥିଲା। ଖବର ପାଇ ରାୟଗଡ଼ାରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମରାମତି କାମ ଆରମ୍ଭ କରିଛନ୍ତି। ତେବେ ରାତି ହୋଇଯାଇଥିବାରୁ କାମରେ ଅସୁବିଧା ସୃଷ୍ଟି ହୋଇଛି। ତଥାପି ମରାମତି କାମ ଜାରି ରହିଛି।
 
ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଥିବା ଯୋଗୁ ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍‌ ଆନ୍ଧ୍ରପ୍ରଦେଶର ଆରାକୁ ଜଙ୍କସନ୍‌ରୁ ବିଜୟନଗରମ ଦେଇ ଆସିବ। ସେହିପରି ଜୁନାଗଡ଼-ଭୁବନେଶ୍ୱର ଲିଙ୍କ୍‌ ବିଜୟନଗରମ-ହୀରାଖଣ୍ଡରେ ଲିଙ୍କ୍‌ ହୋଇ ଭୁବନେଶ୍ୱର ଆସିବ ବୋଲି ସୂଚନା ମିଳିଛି। 

Related story