ଗୋଟି ପହଣ୍ଡିରେ ନୀଳାଦ୍ରିବିଜେ କଲେ ବଳଭଦ୍ର ଓ ଦେବି ସୁଭଦ୍ରା

ପୁରୀ: ଚଳିତ ଶତାବ୍ଦୀର ପ୍ରଥମ ନବକଳେବର ରଥଯାତ୍ରା ତିନିଠାକୁରଙ୍କ ନୀଳାଦ୍ରି ବିଜେ ସହ ଆଜି ସମ୍ପର୍ଣ୍ଣ ହୋଇଯାଇଛି । ଆଜି ପ୍ରଥମଥର ପାଇଁ ରତ୍ନ ସିଂହାସନ ମଣ୍ଡନ କରିଛନ୍ତି ନୂଆ ବିଗ୍ରହ। ପରମ୍ପରା ଅନୁସାରେ ପ୍ରଥମେ ରାମକୃଷ୍ଣ ଓ ମଦନ ମୋହନ ଦକ୍ଷିଣ ଘରକୁ ବିଜେ କିଥିଲେ । ରାତି ପ୍ରାୟ ୮ଟାରେ ପ୍ରଥମେ ଶ୍ରୀ ସୁଦର୍ଶନ ପହଣ୍ଡିରେ ଶ୍ରୀମନ୍ଦିରକୁ ଯାଇଥିଲେ । ପରେ ବଡ ଠାକୁର ବଳଭଦ୍ର ରାତି ପ୍ରାୟ ୮ଟା ୧୪ରେ ପହଣ୍ଡିରେ ନୀଳାଦ୍ରି […]

balabhadra

Rakesh Mallick
  • Published: Thursday, 30 July 2015
  • , Updated: 30 July 2015, 05:51 PM IST

ପୁରୀ: ଚଳିତ ଶତାବ୍ଦୀର ପ୍ରଥମ ନବକଳେବର ରଥଯାତ୍ରା ତିନିଠାକୁରଙ୍କ ନୀଳାଦ୍ରି ବିଜେ ସହ ଆଜି ସମ୍ପର୍ଣ୍ଣ ହୋଇଯାଇଛି । ଆଜି ପ୍ରଥମଥର ପାଇଁ ରତ୍ନ ସିଂହାସନ ମଣ୍ଡନ କରିଛନ୍ତି ନୂଆ ବିଗ୍ରହ। ପରମ୍ପରା ଅନୁସାରେ ପ୍ରଥମେ ରାମକୃଷ୍ଣ ଓ ମଦନ ମୋହନ ଦକ୍ଷିଣ ଘରକୁ ବିଜେ କିଥିଲେ । ରାତି ପ୍ରାୟ ୮ଟାରେ ପ୍ରଥମେ ଶ୍ରୀ ସୁଦର୍ଶନ ପହଣ୍ଡିରେ ଶ୍ରୀମନ୍ଦିରକୁ ଯାଇଥିଲେ । ପରେ ବଡ ଠାକୁର ବଳଭଦ୍ର ରାତି ପ୍ରାୟ ୮ଟା ୧୪ରେ ପହଣ୍ଡିରେ ନୀଳାଦ୍ରି ବିଜେଳାଗି ଯାଇଥିଲେ । ରାତି ପ୍ରାୟ ୯ଟା ୪୦ରେ ବଡ ଠାକୁର ନୀଳାଦ୍ରି ବିଜେ କରିବା ପରେ ଦେବି ସୁଭଦ୍ରାଙ୍କର ପହଣ୍ଡି ଆରମ୍ଭ ହୋଇଥିଲା । ମାଆ ସୁଭଦ୍ରା ୯ଟା ୪୩ରେ ପହଣ୍ଡିରେ ଶ୍ରୀମନ୍ଦିର ଅଭିମୁଖେ ବାହାରି ୧୦ଟା ୨୭ରେ ପହଞ୍ଚି ଥିଲେ । ରାତି ୧୦ଟାରେ ମହାପ୍ରଭୁ ଜଗନ୍ନାଥଙ୍କ ନୀଳାଦ୍ରି ବିଜେ ଳାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା । ୧୧ଟା ୩୦ରେ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ପହଣ୍ଡି ପରେ ଚାରମାଳ ଆସିବ । ପରେ ଭେଟ ମଣ୍ଡପରେ ମହାଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କୁ ଭେଟ କରିଥାନ୍ତି । ମହାପ୍ରଭୁ ଜୟବିଜୟ ଦ୍ୱାରକୁ ଯିବା ପରେ, ସେଠାରେ ମହାଲକ୍ଷ୍ମୀ ଦ୍ୱାର ବନ୍ଦ କରି ଦେଇଥାନ୍ତି । ପରମ୍ପରା ଅନୁସାରେ ସେଠାରେ ବଚନିକା ନୀତି କରାଯାଇଥାଏ। ତାପରେ ବିବାହ ଗଇଁଠାଳ ନୀତି ଓ ରସଗୋଲା ଭୋଗ ପରେ ରତ୍ନ ସିଂହାସନକୁ ବିଜେ କରିଥାନ୍ତି କାଳିଆ ସାଆନ୍ତ।

Related story