କ୍ଷୁଦ୍ରଶିଳ୍ପକୁ ଆଡ଼ ଆଖିରେ ଚାହୁଁ ନାହାନ୍ତି ସରକାର!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ଦେଖାଦେଇଛି ଅର୍ଥନୈତିକ ମାନ୍ଦାବସ୍ତା। ଏଥିରେ ସୁଧାର ଆଣିବା ପାଇଁ ଘୋଷଣା ହୋଇଥିଲା ପ୍ୟାକେଜ। ଆଜି ପର୍ଯ୍ୟନ୍ତ ଘୋଷଣା ହୋଇଥିବା ପ୍ୟାକେଜ ଗୁଡ଼ିକ କେବଳ ବଡ଼ ବଡ଼ ଶିଳ୍ପ ପାଇଁ। ହେଲେ କ୍ଷୁଦ୍ରଶିଳ୍ପକୁ ସରକାର ଆଡ଼ ଆଖିରେ ଚାହୁଁ ନଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱରର ଯୁବ ଉଦ୍ୟୋଗୀ ପରେଶ ସାହୁ। ୩ ବର୍ଷ ତଳେ ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ରେ ଶ୍ରୀ ଫୁଡ୍ସ ନାମକ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ଖୋଲି ଚିୟର୍ସ ବ୍ରାଣ୍ଡରେ ମୃଦୁପାନୀୟ […]

industri

Manoranjan Sial
  • Published: Friday, 05 March 2021
  • , Updated: 05 March 2021, 09:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ଦେଖାଦେଇଛି ଅର୍ଥନୈତିକ ମାନ୍ଦାବସ୍ତା। ଏଥିରେ ସୁଧାର ଆଣିବା ପାଇଁ ଘୋଷଣା ହୋଇଥିଲା ପ୍ୟାକେଜ। ଆଜି ପର୍ଯ୍ୟନ୍ତ ଘୋଷଣା ହୋଇଥିବା ପ୍ୟାକେଜ ଗୁଡ଼ିକ କେବଳ ବଡ଼ ବଡ଼ ଶିଳ୍ପ ପାଇଁ। ହେଲେ କ୍ଷୁଦ୍ରଶିଳ୍ପକୁ ସରକାର ଆଡ଼ ଆଖିରେ ଚାହୁଁ ନଥିବା ଅଭିଯୋଗ ହୋଇଛି।

ଭୁବନେଶ୍ୱରର ଯୁବ ଉଦ୍ୟୋଗୀ ପରେଶ ସାହୁ। ୩ ବର୍ଷ ତଳେ ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ରେ ଶ୍ରୀ ଫୁଡ୍ସ ନାମକ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ଖୋଲି ଚିୟର୍ସ ବ୍ରାଣ୍ଡରେ ମୃଦୁପାନୀୟ ତିଆରି କରି ବଜାରକୁ ଛାଡ଼ୁଥିଲେ। ପରେଶ ଉତ୍ପାଦ କରୁଥିବା ମୃଦୁପାନୀୟର ଚାହିଦା ମଧ୍ୟ ଭଲ ଥିଲା। ବେପାର ବଢ଼ି ଆସୁଥିଲା। ୪୦ ପରିବାର ପାଇଁ ଦାନାପାଣି ଯୋଗାଉଥିଲା ପରେଶଙ୍କର ଏହି କ୍ଷୁଦ୍ର ଶିଳ୍ପ। ହେଲେ କାଳ ହୋଇ ଗ୍ରାସିଲା କରୋନା ମହାମାରୀ ଓ ତା’ ପରର ଲକ୍‌ଡାଉନ। ଆଉ ଯେତେବେଳେ କଟକଣା ହଟିଲା, କ୍ଷତି ଏତେ ହୋଇଥିଲା ଯେ ପରେଶ ଘରଭଡ଼ା ଦେବାକୁ ପଇସା ପାଇଲେ ନାହିଁ। ତେଣୁ ସବୁଦିନ ପାଇଁ ବନ୍ଦ ହୋଇଗଲା ପରେଶଙ୍କ ସ୍ୱପ୍ନର କ୍ଷୁଦ୍ରଶିଳ୍ପ। ଏବେ ପରେଶଙ୍କ ସବୁ ରୋଷ ସରକାରଙ୍କ ଉପରେ।

ପରେଶ ସାହୁ କହିଛନ୍ତି-“ଛୋଟ ୟୁନିଟ୍‌କୁ ବଢ଼ାଇବା ଉପରେ ରାଜ୍ୟ ସରକାରଙ୍କର ନଜର ନାହିଁ। ସରକାର କେବଳ ବଡ଼ ୟୁନିଟ୍‌ ଗୁଡ଼ିକ ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ସବୁ ପ୍ରକାର ପ୍ରୋତ୍ସାହନ ଦେଉଛନ୍ତି। କିନ୍ତୁ ଛୋଟ ୟୁନିଟ୍‌ ପାଇଁ କିଛି ବ୍ୟବସ୍ଥା କରାଯାଉନି।”

ସେପଟେ ବିଧାନସଭାରେ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ତଥ୍ୟ ରଖି କହୁଛି, ଗତ ବର୍ଷକ ଭିତରେ କରୋନା କାରଣରୁ ବନ୍ଦ ହୋଇଯାଇଛି ରାଜ୍ୟର ୩ ହଜାର ୨୦୭ଟି ଶିଳ୍ପ ସଂସ୍ଥା। ଏମିତିକି ଅଣ-କୋଭିଡ୍‌ କାରଣରୁ ୮ ହଜାରରୁ ଅଧିକ ୟୁନିଟ୍‌ ମଧ୍ୟ ତାଲା ଝୁଲୁଛି। ହେଲେ ଶିଳ୍ପ ସଂଘର କହିବା କଥା, ରାଜ୍ୟରେ ବାସ୍ତବ ପକ୍ଷେ କେତେ କ୍ଷୁଦ୍ର ଶିଳ୍ପ ରହିଛି ସେ ସମ୍ପର୍କରେ ସରକାରଙ୍କ ପାଖରେ ତଥ୍ୟ ନାହିଁ। ଅନେକ କ୍ଷୁଦ୍ରଶିଳ୍ପ ସରକାରଙ୍କ ନିକଟରେ ପଞ୍ଜୀକୃତ ହୋଇ ନଥିବାରୁ ବନ୍ଦ ହୋଇଥିବା ଏମ୍ଏସ୍ଏମ୍ଇ ୟୁନିଟ ସରକାରଙ୍କ ତଥ୍ୟଠୁ ଢେର ଅଧିକ। ଏପଟେ ଶିଳ୍ପ ବିଶେଷଜ୍ଞଙ୍କ ମତରେ ଶିଳ୍ପ ସଂସ୍ଥା ବନ୍ଦ ହେବାର ବାସ୍ତବ କାରଣ ଖୋଜିବାକୁ ସରକାର ଟେକ୍ନିକାଲ ଟିମ୍‌ ଗଢ଼ନ୍ତୁ, ଯେଉଁ ଶିଳ୍ପକୁ ଯେମିତି ଆବଶ୍ୟକ, ସେମିତି ସହାୟତା ଯୋଗାଇ ଦିଅନ୍ତୁ।

ରାଜ୍ୟରେ ମେଗା ଶିଳ୍ପ ପ୍ରତିଷ୍ଠା ପାଇଁ ଏମ୍ଓୟୁ ପରେ ଏମ୍ଓୟୁ ହେଉଛି। ଜମି ପାଣି ବିଜୁଳି ସବୁ ଯୋଗାଉଛନ୍ତି ସରକାର। ହେଲେ କରୋନା ଯୋଗୁ ଅତ୍ୟନ୍ତ ରୁଗ୍‌ଣା ଅବସ୍ଥାରେ ଥିବା ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଟ୍ରାକ୍‌କୁ ଫେରାଇ ଆଣିବାକୁ ସରକାର କି ପଦକ୍ଷେପ ନେଉଛନ୍ତି, ତାକୁ ହିଁ ଅପେକ୍ଷା।

Related story