କମିବ କି ସିଭିଲ ସର୍ଭିସ୍‌ ପରୀକ୍ଷା ପାଇଁ ସର୍ବାଧିକ ବୟସ ସୀମା ?

ନୂଆଦିଲ୍ଲୀ: ସିଭିଲ ସର୍ଭିସ୍‌ ପରୀକ୍ଷାର୍ଥୀଙ୍କ ଲାଗି ନୂଆ ଖବର । ଏହି ସର୍ବୋଚ୍ଚ ପ୍ରଶାସନିକ ପରୀକ୍ଷା ଲାଗି ସର୍ବାଧିକ ବୟସ ୩୨ ବର୍ଷ ରହିଥିବା ବେଳେ ଏବେ ଏହାକୁ କୋହଳ କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି ଜଣାପଡିଛି । ୮ମାସ ତଳେ ଦାଖଲ ହୋଇଥିବା ବାସୱାନ କମିଟି ରିପୋର୍ଟରେ ପରୀକ୍ଷା ଲାଗି ବୟସସୀମା କମାଇବା ସହ ପରୀକ୍ଷା ପ୍ୟାଟର୍ଣ୍ଣ ପରିବର୍ତ୍ତନ ଲାଗି ସୁପାରିସ୍‌ କରାଯାଇଛି ବୋଲି ଜଣାପଡିଛି । ଏବେ ଏହାର ତର୍ଜମା କରାଯାଉଛି । […]

UPSC-Civil-Services-Preliminary-Examination

Rakesh Mallick
  • Published: Wednesday, 15 November 2017
  • , Updated: 15 November 2017, 06:39 PM IST

ନୂଆଦିଲ୍ଲୀ: ସିଭିଲ ସର୍ଭିସ୍‌ ପରୀକ୍ଷାର୍ଥୀଙ୍କ ଲାଗି ନୂଆ ଖବର । ଏହି ସର୍ବୋଚ୍ଚ ପ୍ରଶାସନିକ ପରୀକ୍ଷା ଲାଗି ସର୍ବାଧିକ ବୟସ ୩୨ ବର୍ଷ ରହିଥିବା ବେଳେ ଏବେ ଏହାକୁ କୋହଳ କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି ଜଣାପଡିଛି । ୮ମାସ ତଳେ ଦାଖଲ ହୋଇଥିବା ବାସୱାନ କମିଟି ରିପୋର୍ଟରେ ପରୀକ୍ଷା ଲାଗି ବୟସସୀମା କମାଇବା ସହ ପରୀକ୍ଷା ପ୍ୟାଟର୍ଣ୍ଣ ପରିବର୍ତ୍ତନ ଲାଗି ସୁପାରିସ୍‌ କରାଯାଇଛି ବୋଲି ଜଣାପଡିଛି । ଏବେ ଏହାର ତର୍ଜମା କରାଯାଉଛି । ଆଗାମୀ ଦିନରେ ଏ ନେଇ ବିଧିବଦ୍ଧ ଘୋଷଣା ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି ।

କମିଟି ଏହି ରିପୋର୍ଟ ୨୦୧୬ ଅଗଷ୍ଟ ୯ ତାରିଖରେ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି)ରେ  ଦାଖଲ କରିଥିଲା। କାର୍ମିକ ଓ ପ୍ରଶିକ୍ଷଣ ବିଭାଗକୁ ପିଟିଆଇର ଜଣେ ସାମ୍ବାଦିକ ମାଗିଥିବା ଆରଟିଆଇ ଉତ୍ତରରେ ଏହି କଥା ସାମ୍ନାକୁ ଆସିଛି। ବାସୱାନ କମିଟିର ରିପୋର୍ଟ ୟୁପିଏସ୍‌ସି ସୁପାରିସ୍‌ ପତ୍ର ସହ ୨୦ ମାର୍ଚ୍ଚ ୨୦୧୭ରେ ବିଭାଗର ହସ୍ତଗତ ହୋଇଛି । ଏ ନେଇ ତର୍ଜମା କରାଯାଉଛି ।

୨୦୧୫ ଅଗଷ୍ଟରେ ପୂର୍ବତମ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ପୂର୍ବ ସଚିବ ତଥା ସେବାନିବୃତ ଆଇଏଏସ୍‌ ଅଧିକାରୀ ବି.ଏସ୍‌. ବାସୱନଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇ ପ୍ରଶାସନିକ ସେବା ପରୀକ୍ଷା ପାଇଁ ରହିଥିବା ବ୍ୟବସ୍ଥାବଳୀର ତର୍ଜମା ଲାଗି ଦାୟିତ୍ୱ ଦିଆଯାଇଥିଲା।

Related story