ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ‘ରକ୍ଷକ’ : ୩୦ ହଜାର ଲୋକଙ୍କୁ ତାଲିମ ଦେବେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରି ସେମାନଙ୍କ ଜୀବନ ବଂଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଆଜିଠୁ ‘ରକ୍ଷକ’ ନାମରେ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ତାଲିକା କାର୍ଯ୍ୟକ୍ରମରେ ୩୦ହଜାର ପ୍ରଥମ ଜୀବନ ରକ୍ଷାକାରୀଙ୍କୁ ତାଲିମ ପ୍ରଦାନ କରାଯିବ। ୩୦୦ ପ୍ରଶିକ୍ଷକ ରାଜ୍ୟର ୩୦ଟି ଜିଲ୍ଲାରେ ୩୦ ସପ୍ତାହ ପାଇଁ ତାଲିମ ପ୍ରଦାନ କରିବେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା […]

Rakhayak

Rakhayak

Ordigital Desk
  • Published: Wednesday, 10 November 2021
  • Updated: 10 November 2021, 10:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରି ସେମାନଙ୍କ ଜୀବନ ବଂଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଆଜିଠୁ ‘ରକ୍ଷକ’ ନାମରେ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ତାଲିକା କାର୍ଯ୍ୟକ୍ରମରେ ୩୦ହଜାର ପ୍ରଥମ ଜୀବନ ରକ୍ଷାକାରୀଙ୍କୁ ତାଲିମ ପ୍ରଦାନ କରାଯିବ। ୩୦୦ ପ୍ରଶିକ୍ଷକ ରାଜ୍ୟର ୩୦ଟି ଜିଲ୍ଲାରେ ୩୦ ସପ୍ତାହ ପାଇଁ ତାଲିମ ପ୍ରଦାନ କରିବେ।

https://twitter.com/IPR_Odisha/status/1458444222449676294?s=20

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବା ସହ ସଡ଼କ ଦୁର୍ଘଟଣାରେ ଆହତ ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଦିଆଯାଇ ସେମାନଙ୍କୁ ଜୀବନ ବଂଚାଯାଇପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ କ୍ଷେତ୍ରରେ ଡ୍ରାଇଭରମାନଙ୍କ ଯେତିକି ଦାୟିତ୍ୱ, ସଡ଼କ ବ୍ୟବହାର କରୂୁଥିବା ବ୍ୟକ୍ତିର ମଧ୍ୟ ସେତିକି ଦାୟିତ୍ୱ ରହିଛି । ଦୁର୍ଘଟଣା ସ୍ଥଳରେ ଥିବା ଅନ୍ୟ ଲୋକମାନଙ୍କର ମଧ୍ୟ ବିଶେଷ ଦାୟିତ୍ୱ ରହିଛି । ତେଣୁ ସେମାନଙ୍କର ସାମାନ୍ୟ ସହଯୋଗରେ ଅନେକ ଜୀବନ ରକ୍ଷା ହୋଇପାରିବ ଓ ଅନେକ ପରିବାର ଦୁର୍ଦ୍ଦିନରୁ ରକ୍ଷା ପାଇପାରିବେ ।

https://twitter.com/IPR_Odisha/status/1458444251520389127?s=20

ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁୂ ଜଣେ ଜଣେ ଉତ୍ତମ ନାଗରିକ ଭାବେ ଯଦି ସହଯୋଗର ହାତ ବଢ଼ାଇବା ତା’ହେଲେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ତୁରନ୍ତ ଚିକିତ୍ସା ସହାୟତା ମିଳିପାରିବ ଓ ଅନେକ ଜୀବନ ରକ୍ଷା ହୋଇପାରିବ । ବିପଦରେ ଥିବା ଲୋକଙ୍କର ଜୀବନ ବଂଚାଇବାଠୁ ବଡ଼ ପୁଣ୍ୟ ଆଉ କିଛି ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା କରୁଥିବା ଲୋକଙ୍କୁ ୨ହଜାର ଟଙ୍କାର ସହାୟତା ଦେବାର ବ୍ୟବସ୍ଥା ହୋଇଛି । ଏହାସହିତ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିମାନଙ୍କର ଚିକିତ୍ସା ପାଇଁ ମଧ୍ୟ ରାଜ୍ୟ ସରକାର ୧୪୭କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପରିବହନ ବିଭାଗର ମନ୍ତ୍ରୀ ଓ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos