ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ସତ୍ୟପାଲ

Ordigital Desk
  • Published: Wednesday, 21 March 2018
  • , Updated: 21 March 2018, 10:34 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ସତ୍ୟପାଲ ମଲ୍ଲିକ। ରାଜଭବନରେ ତାଙ୍କୁ ଶପଥପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ। ବିହାର ରାଜ୍ୟପାଳ ଥିବା ସତ୍ୟପାଲଙ୍କୁ ଓଡ଼ିଶାର ଅତିରିକ୍ତ ଦାୟିତ୍ୱ ମିଳିଛି। ଆଜି ଅପରାହ୍ନରେ ସତ୍ୟପାଲ ମଲ୍ଲିକ ଭୁବନେଶ୍ୱରରେ ପହଞ୍ଚିବା ପରେ ଏୟାରପୋର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ପ୍ରଦୀପ ଅମାତ ସ୍ୱାଗତ କରିଥିଲେ। ଏୟାରପୋର୍ଟରୁ ସିଧା ରାଜଭବନ ଯାଇଥିଲେ ସତ୍ୟପାଲ। ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ୨୦୧୭ ସେପ୍ଟେମ୍ବର ୩୦ ତାରିଖରେ ସତ୍ୟପାଳ ବିହାର ରାଜ୍ୟପାଳ ନିଯୁକ୍ତ ହୋଇଥିଲେ। ଗତକାଲି&nbsp; ରାଜ୍ୟପାଳ ଏସ.ସି. ଜମିରଙ୍କ କାର୍ଯ୍ୟକାଳ ଶେଷ ହେବାପରେ ସତ୍ୟାପାଳଙ୍କୁ ଓଡ଼ିଶା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିଲା।</p>

Related story