ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଆଜି ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି। ରାଜଭବନର ପିଆରଓ ରକ୍ଷକ ନାୟକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ୭୮ବର୍ଷୀୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ରୁଟିନ୍ ଚେକଅପ୍ ପାଇଁ ଆପୋଲୋ ହସ୍ପିଟାଲ ଯାଇଥିଲେ। ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ଅଛି। ଅଧିକ ଚେକଅପର ଆବଶ୍ୟକତା ଥିବାରୁ ଡାକ୍ତରମାନେ ତାଙ୍କୁ ହସ୍ପିଟାଲରେ ରହିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟପାଳଙ୍କ […]

governer

Manoranjan Sial
  • Published: Thursday, 23 July 2020
  • , Updated: 23 July 2020, 08:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଆଜି ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି।

ରାଜଭବନର ପିଆରଓ ରକ୍ଷକ ନାୟକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ୭୮ବର୍ଷୀୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ରୁଟିନ୍ ଚେକଅପ୍ ପାଇଁ ଆପୋଲୋ ହସ୍ପିଟାଲ ଯାଇଥିଲେ। ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ଅଛି। ଅଧିକ ଚେକଅପର ଆବଶ୍ୟକତା ଥିବାରୁ ଡାକ୍ତରମାନେ ତାଙ୍କୁ ହସ୍ପିଟାଲରେ ରହିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାର କୌଣସି କାରଣ ନଥିବା ସେ କହିଛନ୍ତି।

Related story