ରାଜ୍ୟପାଳ ଖେଳିବେନି ହୋଲି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାରାତ୍ମକ କରୋନା ଭାଇରସ୍ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଚଳିତବର୍ଷ ହୋଲି ନଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜଭବନ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟପାଳ ଚଳିତବର୍ଷ ହୋଲି ଖେଳିବେ ନାହିଁ କିମ୍ବା ହୋଲି ମିଳନ ଓ ଉତ୍ସବ ଆଦିରେ ଯୋଗ ଦେବେ ନାହିଁ। ଭୟାବହ କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ନିମନ୍ତେ ପ୍ରତ୍ୟେକ ସତର୍କତାମୂଳକ ପଦକ୍ଷେପ ନେବା ସହ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।

ganeshi-lal

Manoranjan Sial
  • Published: Friday, 06 March 2020
  • , Updated: 06 March 2020, 09:38 PM IST

Related story