ବ୍ଲକରେ ଷ୍ଟିଂ ଅପରେସନ୍‌: ଛୁଆବାବୁ ବଖାଣିଲେ କିଏ ନେଉଛି କେତେ

Ordigital Desk
  • Published: Friday, 18 May 2018
  • , Updated: 18 May 2018, 05:17 PM IST
<p>ସାଲେପୁର (ମନୋଜ ଆଚାର୍ଯ୍ୟ): ପରସେନ୍&zwnj;ଟେଜ୍&zwnj; (ପିସି) ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଯେତେ ଯାହା କହିଲେ ମଧ୍ୟ ଏହି ରୋଗଟି ସତେ ଯେମିତି କିଛି ଅଫିସରଙ୍କ ଅସ୍ତିମଜାଗତ ହୋଇଯାଇଛି। ଆଗରୁ ଆପଣ ଅଫିସରମାନେ ପିସି ନେବା କଥା ଶୁଣିଥିବେ କି ଜାଣିଥିବେ। କିନ୍ତୁ ପିସି କାରବାର କେମିତି ହୁଏ ? କିଏ କେତେ ଟଙ୍କା ନିଅନ୍ତି ? କାହା ସେୟାର କେତେ ହୁଏ ଏସବୁ ଚିତ୍ର କେବେ ନିଜ ଆଖିରେ ଦେଖିଛନ୍ତି କି? ଯଦି ଦେଖି ନ ଥବେ ତେବେ ନିମ୍ନରେ ଥିବା ଭିଡିଓ ଦେଖି ଆପଣ ସବୁ ଜାଣିପାରିବେ। ପିସି କାରବାରର ଧାରା ବିବରଣୀ ଏହି ଭିଡିରେ ଦେଖି ପାରିବେ। ଖୋଦ୍ ପଞ୍ଚାୟତ ପିଇଓ କହୁଛନ୍ତି ସେମାନେ କେମିତି ନିଅନ୍ତି ପିସି। ପିସି କାରବାର ଏହି ନଗ୍ନ ଚିତ୍ର ସାଲେପୁରରେ ଦେଖିବାକୁ ମିଳିଛି।</p> <p>ଏପରିକି ବ୍ଲକରେ କେଉଁ ବାବୁ କେତେ ଟଙ୍କା ନେଉଛନ୍ତି ତାହା ମଧ୍ୟ ବଖାଣୁଛନ୍ତି ପଞ୍ଚାୟତ ପିଇଓ। ଯାହାର ଚିତ୍ର କ୍ୟାମେରାରେ କଏଦ ହୋଇଛି। &nbsp;କଟକ ଜିଲ୍ଲା ସାଲେପୁର ବ୍ଲକ ସୁଦୁଖଣ୍ଡ ପଞ୍ଚାୟତର ଦୁଇ ଜଣ ଯୁବକ ପଞ୍ଚାୟତର କିଛି ଉନ୍ନୟନ ମୂଳକ କାମ କରିଥିଲେ। ହେଲେ ଏପର୍ଯ୍ୟନ୍ତ ସେମାନେ ବିଲ୍&zwnj; ପାଇନାହାନ୍ତି। ଏନେଇ ସେମାନେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟରୁ ଅରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ନୟାନ୍ତ ହେଲେଣି। ତେବେ ବିଲ କରିବା ପାଇଁ ଜଣେ ଛୁଆବାବୁ ଲାଞ୍ଚ ମାଗିଥିବା ଦେଖିବାକୁ ମିଳିଛି। ବ୍ଲକରେ ଜେଇ ଓ ଆସିଷ୍ଟାଣ୍ଟ ଇଂଜିନିୟରି ୭ %, ସରପଞ୍ଚ ୪ %, ଭିଏଲଡବ୍ଲୁ ୩ %, ଜିପିଓ ୧/୨ %, ବ୍ଲକ ଆକାଉଣ୍ଟାଣ୍ଟ ୧/୨%, ବିଡ଼ିଓ ୧/୨% ଓ ଅଡିଟ ପାଇଁ ୧% ପିସି ବାବଦକୁ ମୋଟ୍&zwnj; (୧୬.୫%) ପିସି ଦେଲେ ବିଲ ହୋଇଯିବ ବୋଲି ପିଇଓ କହିଥିଲେ।ଯାହା ମୋବାଇଲ କ୍ୟାମରାରେ ରେକର୍ଡ଼ିଂ ହୋଇଛି। ଏପଟେ ବିଡିଓ ଏହି ଅଭିଯୋଗର ତଦନ୍ତ କରିବେ ବୋଲି କହିଛନ୍ତି।</p> <p>&amp;nbsp;</p>

Related story