ଏଣିକି ସରକାରୀ ଛୁଟିଦିନ ହେବ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଦିନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାନ୍ତାଳୀ ଭାଷାର ପ୍ରଚାର ତଥା ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଦିନକୁ ରାଜ୍ୟ ସରକାର ଛୁଟିଦିନ ଭାବେ ଘୋଷଣା କରିଛନ୍ତି। ପଣ୍ଡିତ ମୁର୍ମୁଙ୍କ ଜନ୍ମଦିନ ବୈଶାଖ ପୂର୍ଣ୍ଣିମା ଦିନ ପାଳନ ହେଉଥିବାରୁ ଏହି ଦିନ ଏଣିକି ସରକାରୀ ଛୁଟିଦିନ ଭାବେ ବିବେଚିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁସାରେ, ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନକୁ ସ୍ମରଣୀୟ […]

Pandit Raghunath Murmu

Ordigital Desk
  • Published: Wednesday, 17 November 2021
  • , Updated: 17 November 2021, 10:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାନ୍ତାଳୀ ଭାଷାର ପ୍ରଚାର ତଥା ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଦିନକୁ ରାଜ୍ୟ ସରକାର ଛୁଟିଦିନ ଭାବେ ଘୋଷଣା କରିଛନ୍ତି। ପଣ୍ଡିତ ମୁର୍ମୁଙ୍କ ଜନ୍ମଦିନ ବୈଶାଖ ପୂର୍ଣ୍ଣିମା ଦିନ ପାଳନ ହେଉଥିବାରୁ ଏହି ଦିନ ଏଣିକି ସରକାରୀ ଛୁଟିଦିନ ଭାବେ ବିବେଚିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କରିଛନ୍ତି।

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁସାରେ, ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନକୁ ସ୍ମରଣୀୟ କରିବା ପାଇଁ ତାଙ୍କର ଜନ୍ମଦିନକୁ ସରକାରୀ ଛୁଟିଦିନ ଭାବେ ବିବେଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ୨୦୨୨ ମେ’ ୧୬ତାରିଖ ବୈଶାଖ ବା ବୁଦ୍ଧ ପୂର୍ଣ୍ଣିମାରେ ତାଙ୍କର ଜନ୍ମଦିନକୁ ବିଧିବଦ୍ଧ ଭାବେ ସରକାରୀ ଛୁଟିଦିବସ ଭାବେ ଆଜି ଘୋଷଣା ହୋଇଛି। ୨୦୧୭ ମସିହାରୁ ବୈଶାଖ ବା ବୁଦ୍ଧ ପୂର୍ଣ୍ଣିମାକୁ ରାଜ୍ୟ ସରକାର ଇଚ୍ଛାଧୀନ ଛୁଟି ତାଲିକାରେ ସାମିଲ କରି ଆସୁଥିଲେ।

ସୂଚନାଯୋଗ୍ୟ, ପଣ୍ଡିତ ମୁର୍ମୁଙ୍କ ନାଁରେ ବାରିପଦାସ୍ଥିତ ସରକାରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ନାମିତ କରାଯାଇଥିଲା।

Related story