ଲାଞ୍ଚ ନେଉଥିଲେ ସରକାରୀ ବାବୁ, ଧରି ପକାଇଲା ଭିଜିଲାନ୍ସ

ଜୟପୁର( ଟି.ଗୌରି ଶଙ୍କର): ଲାଞ୍ଚ ନେବା ହେଲା କାଳ। ଭିଜିଲାନ୍ସ ହାତରେ ଧରାପଡ଼ିଗଲେ ସରକାରୀ ବାବୁ। ଭିଜିଲାନ୍ସ ତାଙ୍କ ନିକଟରୁ ଟଙ୍କା ଜବତ କରିବା ସହ ଗିରଫ କରିଛି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁରରେ। ସୂଚନାଯୋଗ୍ୟ, ଜୟପୁର ପାୱରହାଉସ କଲୋନୀର ବିଦ୍ୟୁତ୍ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କେ.ଶ୍ରୀନିବାସ ପାତ୍ର ଲ୍ୟାଡରମ୍ୟାନ ଭାବେ ଚାକିରି ପାଇଥିବା ଜଣେ ଯୁବକଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଯୁବକଜଣଙ୍କ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। […]

vigilance

Tapaswini Nayak
  • Published: Wednesday, 15 September 2021
  • , Updated: 15 September 2021, 10:29 AM IST

ଜୟପୁର( ଟି.ଗୌରି ଶଙ୍କର): ଲାଞ୍ଚ ନେବା ହେଲା କାଳ। ଭିଜିଲାନ୍ସ ହାତରେ ଧରାପଡ଼ିଗଲେ ସରକାରୀ ବାବୁ। ଭିଜିଲାନ୍ସ ତାଙ୍କ ନିକଟରୁ ଟଙ୍କା ଜବତ କରିବା ସହ ଗିରଫ କରିଛି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁରରେ।

ସୂଚନାଯୋଗ୍ୟ, ଜୟପୁର ପାୱରହାଉସ କଲୋନୀର ବିଦ୍ୟୁତ୍ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କେ.ଶ୍ରୀନିବାସ ପାତ୍ର ଲ୍ୟାଡରମ୍ୟାନ ଭାବେ ଚାକିରି ପାଇଥିବା ଜଣେ ଯୁବକଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଯୁବକଜଣଙ୍କ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ।

ପୂର୍ବ ଯୋଜନା ମୁତାବକ, ଗତକାଲି ବ୍ୟକ୍ତି ଜଣଙ୍କ କେ.ଶ୍ରୀନିବାସଙ୍କୁ ତାଙ୍କ କାର୍ଯ୍ୟାଳୟରେ ୨୦ ହଜାର ଟଙ୍କା ଦେଇଥିଲେ। ଉକ୍ତ ସମୟରେ ପୂର୍ବ ଯୋଜନା ମୁତାବକ ଛପି ରହିଥିବା ଜୟପୁର  ଭିଜିଲାନ୍ସ ଟିମ୍‌    ନିର୍ବାହୀ ଯନ୍ତ୍ରୀଙ୍କୁ କାବୁ କରିବା ସହ  ଟଙ୍କା ଜବତ କରିଥିଲା। ଏହାପରେ ତାଙ୍କ କାର୍ଯ୍ୟାଳୟ ଏବଂ ପାଓ୍ୱାର ହାଉସ କଲୋନୀ ଘର ଓ ଗଞ୍ଜାମ ଛତ୍ରପୁର ପୈତୃକ ଘରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ କିଛି ଗୁରୁପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା।

ଜୟପୁର ଭିଜିଲାନ୍ସ ବିଭାଗର ଅତିରିକ୍ତ ଏସ୍‌ପି ସୁରେନ୍ଦ୍ରନାଥ ପାଣିଗ୍ରାହୀ  କହିଛନ୍ତି,  “ଅଭିଯୋଗକାରୀ ଜଣକ ପାୱରହାଉସ କଲୋନୀର ବିଦ୍ୟୁତ୍ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଫିସରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ।  ସେଠାରେ ଲ୍ୟାଡରମ୍ୟାନ ପୋଷ୍ଟ ଖାଲି ହୋଇଥିବା ବେଳେ ଯୁବକଜଣକ ଏହି ପୋଷ୍ଟ ପାଇଁ ଆବେଦନ କରିଥିଲେ। ବିଦ୍ୟୁତ୍ ବିଭାଗର ସହକାରୀ ର୍ନିବାହୀ ଯନ୍ତ୍ରୀ କେ.ଶ୍ରୀନିବାସ ତାଙ୍କୁ ସେହି ପୋଷ୍ଟରେ ଚାକିରି ଦେବା ପାଇଁ  ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମାତ୍ର ଏତେ ଟଙ୍କା ଦେଇପାରିବେନି ବୋଲି ଯୁବକ ଜଣକ କହିବା ସହ ଚାକିରି ପାଇ ସାରିବା  ପରେ ପଇସା ଦେବେ ବୋଲି କହିଥିଲେ। ଚାକିରି ପାଇବା ପରେ କେ.ଶ୍ରୀନିବାସ ତାଙ୍କୁ ବାରବାର  ଟଙ୍କା ମାଗିଥିଲେ। ଏନେଇ ଯୁବକଜଣକ ଭିଜିଲାନ୍ସ  ବିଭାଗ ନିକଟରେ ଅଭିଯୋଗ କରିଥିଲେ।  ଏହାପରେ ବିଦ୍ୟୁତ୍ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଟଙ୍କା ନେବାବେଳେ ତାଙ୍କୁ ଗିରଫ କରାଯାଇଛି।”

Related story