ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କୁ ମିଳିବ କୋଭିଡ୍ ଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର କୋଭିଡ୍ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିବାକୁ ପଦକ୍ଷେପ ନେଇଛନ୍ତି । ଅତ୍ୟାବଶ୍ୟକ ସେବାରେ ସାମିଲ ଥିବା କର୍ମଚାରୀମାନଙ୍କୁ କୋଭିଡ୍ ଟିକା ପ୍ରଦାନ ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଅତ୍ୟାବଶ୍ୟକ ସେବା ଯଥା […]

odisha secretariat

Jitendra Garnayak
  • Published: Saturday, 27 March 2021
  • , Updated: 27 March 2021, 09:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର କୋଭିଡ୍ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିବାକୁ ପଦକ୍ଷେପ ନେଇଛନ୍ତି । ଅତ୍ୟାବଶ୍ୟକ ସେବାରେ ସାମିଲ ଥିବା କର୍ମଚାରୀମାନଙ୍କୁ କୋଭିଡ୍ ଟିକା ପ୍ରଦାନ ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।

ଅତ୍ୟାବଶ୍ୟକ ସେବା ଯଥା ଇଲେକ୍ଟ୍ରି, ଜଳଯୋଗାଣ, ସଡ଼କ ପରିବହନ ଆଦି କ୍ଷେତ୍ର ସହ ଜଡ଼ିତ କର୍ମଚାରୀମାନଙ୍କୁ କୋଭିଡ୍ ଟିକା ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏସବୁ ବର୍ଗର ବ୍ୟକ୍ତିମାନଙ୍କୁ କୋ-ୱିନ୍ ପୋର୍ଟାଲରେ ଅନ୍ ଦି ସ୍ପଷ୍ଟ ରେଜିଷ୍ଟ୍ରେସନ କରାଇ ସେମାନଙ୍କୁ କୋଭିଡ୍ ଟିକା ପ୍ରଦାନ କରିବାକୁ କୁହାଯାଇଛି। ଏଥିପାଇଁ ରାଜ୍ୟ ଷ୍ଟିଅରିଂ କମିଟି ନିଷ୍ପତ୍ତି ନେଇଥିବା ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀ ମହାପାତ୍ର ଗତକାଲି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି କୋଭିଡ୍ ଟିକା ଯୋଗାଣରେ ପାତରଅନ୍ତର ନକରିବାକୁ ଅନୁରୋଧ କରିଥିଲେ। ଅନ୍ୟ ରାଜ୍ୟଗୁଡ଼ିକରେ ଦିନକୁ ୩ଲକ୍ଷ ପର୍ଯ୍ୟନ୍ତ ଟିକାକରଣ ହେଉଥିବାବେଳେ ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଣ ହେଉ ନଥିବାରୁ ଲକ୍ଷ୍ୟଧାର୍ଯ୍ୟ ପୂରଣ ହୋଇପାରୁନି। ଓଡ଼ିଶାକୁ ଅତିକମରେ ୧ କୋଟି ଟିକା ଆବଶ୍ୟକତା ଥିବା ଶ୍ରୀ ମହାପାତ୍ର କହିବା ସହ ଆସନ୍ତା ଏପ୍ରିଲ ପହିଲାରୁ ୪୫ବର୍ଷ ବୟସରୁ ଅଧିକ ସମସ୍ତ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅତିକମରେ ଦିନକୁ ୨ଲକ୍ଷ କୋଭିଡ୍ ଟିକାକରଣ କରିବା ନିମନ୍ତେ ଓଡ଼ିଶା ଲକ୍ଷ୍ୟ ରଖିଥିବାବେଳେ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଣ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ।

Related story