ଆସିଲା ମରୁଡ଼ି ରିପୋର୍ଟ, ୩୦ରେ ଘୋଷଣା ହେବ କେଉଁଠି କେମିତି ଅଛି ସ୍ଥିତି

Ordigital Desk
  • Published: Tuesday, 24 October 2017
  • , Updated: 24 October 2017, 01:09 PM IST
<p>ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରୁ ଆସିଥିବା ମରୁଡି ରିପୋର୍ଟ ରାଜ୍ୟ ସରକାରଙ୍କର ହସ୍ତଗତ ହୋଇଛି। &nbsp;ଜିଲ୍ଲାପାଳ ମାନଙ୍କ ଦ୍ୱାରା ପ୍ରଦତ୍ତ ଏହି ରିପୋର୍ଟକୁ ନେଇ ବର୍ତ୍ତମାନ ସରକାରୀ ସ୍ତରରେ ତର୍ଜମା ଚାଲିଛି। ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଆଜି ଏହି ସୂଚନା ଦେଇଛନ୍ତି।</p> <p>ସେ କହିଛନ୍ତି- &ldquo; ଅକ୍ଟୋବର ମାସ ଶେଷ ସୁଦ୍ଧା ମରୁଡ଼ି ଅଞ୍ଚଳ ଘୋଷଣା କରାଯିବ। ଆସନ୍ତା ୩୦ ତାରିଖ ଆମର ଡେଡ୍&zwnj;ଲାଇନ ରହିଛି।</p> <p>ସୂଚନାଯୋଗ୍ୟ ଯେ, ରାଜ୍ୟର ୯୯ଟି ବ୍ଲକ୍&zwnj; ଅଂଚଳରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ମରୁଡ଼ି ସ୍ଥିତି ଦେଖାଦେଇଛି। ସେଥିମଧ୍ୟରୁ ୨୧ଟି ବ୍ଲକରେ ସ୍ଥିତି ଗମ୍ଭୀର ରହିଛି। ଚଳିତ ବର୍ଷ ରାଜ୍ୟର ୭୬ଟି ବ୍ଲକ୍&zwnj;ରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି। ୨୧ଟି ବ୍ଲକ୍&zwnj;ରେ ଖୁବ୍ କମ୍&zwnj; ବୃଷ୍ଟିପାତ ହୋଇଛି। ଏଥିରେ ବେଶୀ ପ୍ରଭାବିତ ହୋଇଛି ଅନୁଗୋଳ ଜିଲ୍ଲା। ତେବେ ଜୁନ୍ ୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ ଭଦ୍ରକ, ସୋନପୁର, କେନ୍ଦୁଝର, ବରଗଡ଼, ଢେଙ୍କାନାଳ, ବୌଦ୍ଧ, ଯାଜପୁର, ବଲାଙ୍ଗୀର ଓ ଅନୁଗୋଳ ଜିଲ୍ଲାରେ ଆବଶ୍ୟକତାଠାରୁ କମ୍ ବର୍ଷା ହୋଇଛି।</p>

Related story