ଶିଖରଚଣ୍ଡୀ ମନ୍ଦିର ମାଷ୍ଟରପ୍ଲାନକୁ ମଞ୍ଜୁରୀ, ଖର୍ଚ୍ଚ ହେବ ୨୫କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରସ୍ଥିତ ଶିଖରଚଣ୍ଡୀ ମନ୍ଦିର ଓ ଏହାର ପରିପାଶ୍ୱିର୍କ ଅଂଚଳର ଉନ୍ନୟନ ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି । ୨୫କୋଟି ଟଙ୍କା ବ୍ୟୟରେ ଶିଖରଚଣ୍ଡୀ ମନ୍ଦିର ଓ ତା’ର ପାଶ୍ୱର୍ବର୍ତ୍ତୀ ମୋଟ ୫୩.୬୪ଏକର ଅଂଚଳରେ ଉନ୍ନତିକରଣ କାର୍ଯ୍ୟ ହେବ । ଆଜି ସନ୍ଧ୍ୟାରେ ଏକ ବୈଠକରେ ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂହ ଏଥିପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନକୁ ଉପସ୍ଥାପନ କରିଥିଲେ । ଶିଖରଚଣ୍ଡୀ ମନ୍ଦିର ଓ ଏହାର […]

Shikhar

Ordigital Desk
  • Published: Tuesday, 03 January 2023
  • , Updated: 03 January 2023, 07:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରସ୍ଥିତ ଶିଖରଚଣ୍ଡୀ ମନ୍ଦିର ଓ ଏହାର ପରିପାଶ୍ୱିର୍କ ଅଂଚଳର ଉନ୍ନୟନ ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି । ୨୫କୋଟି ଟଙ୍କା ବ୍ୟୟରେ ଶିଖରଚଣ୍ଡୀ ମନ୍ଦିର ଓ ତା’ର ପାଶ୍ୱର୍ବର୍ତ୍ତୀ ମୋଟ ୫୩.୬୪ଏକର ଅଂଚଳରେ ଉନ୍ନତିକରଣ କାର୍ଯ୍ୟ ହେବ ।

ଆଜି ସନ୍ଧ୍ୟାରେ ଏକ ବୈଠକରେ ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂହ ଏଥିପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନକୁ ଉପସ୍ଥାପନ କରିଥିଲେ । ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାଶ୍ୱର୍ବର୍ତ୍ତୀ ମୋଟ ୫୩.୬୪ଏକର ଜମିରେ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମାଷ୍ଟରପ୍ଲାନ ଅନୁସାରେ କରାଯିବ ଓ ବିଡିଏ ଏହି ଉନ୍ନୟନ କାର୍ଯ୍ୟ କରିବ । ଭବିଷ୍ୟତରେ ମଧ୍ୟ ଏହି ଅଚଂଳର ପରିଚାଳନା ଦାୟିତ୍ୱ ବିଡିଏ ନେବ । ମାଷ୍ଟରପ୍ଲାନ ଅନୁସାରେ ଏହି ୫୩.୬୪ଏକର ଅଂଚଳକୁ ୪ଟି ଜୋନରେ ବିଭକ୍ତ କରାଯାଇଛି । ପ୍ରଥମ ଜୋନରେ ପାର୍କିଂ, ସାଧାରଣ ଲୋକଙ୍କ କ୍ରୀଡ଼ା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସ୍ଥାନର ଉନ୍ନତିକରଣ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ । ଦ୍ୱିତୀୟ ଜୋନରେ ଭିୟୁ ପଂଏଟ ଓ ଟ୍ରେକିଂ ରୁଟ୍ ରହିବ । ଜୋନ୍ ୩ ଓ ୪ରେ ମନୋରଞ୍ଜନ ମୂଳକ କାର୍ଯ୍ୟ ପାଇଁ ଭିତ୍ତିଭୂମି, କମ୍ୟୁନିଟି ସେଂଟର, ମୁଖ୍ୟ ମନ୍ଦିରର ଉନ୍ନତିକରଣ, ଦୋକାନ ଗୃହ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା ଗ୍ରହଣ କରାଯିବ ।

ଆଜିର ଏହି ବୈଠକରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଶିଖରଚଣ୍ଡୀ ଆଂଚଳିକ ସେବା ସଂଘର ସଭାପତି କ୍ଷୀତିଶ ତ୍ରିପାଠୀ ଓ ମନ୍ଦିର ପୂଜକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପିକେ ଜେନାଙ୍କ ସମେତ ବିଭିନ୍ନ ପ୍ରମୁଖ ସଚିବ ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରିବା ପରେ ଏହାର ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ବିଡିଏକୁ ନିର୍ଦ୍ଦେଶ ଦେଇଥିଲେ ।

Related story