ପିଆଜ ଦରବୃଦ୍ଧି ରୋକିବାକୁ ଦେଲେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ , ଆଳୁ ପାଇଁ ଚୁପ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ କିଛିମାସ ଧରି ଆଳୁ ଓ ପିଆଜ ଦର ବୃଦ୍ଧି ପାଇ ଚାଲିଥିଲେ ମଧ୍ୟ ରାଜ୍ୟ ସରକାର ଆଜି କେବଳ ପିଆଜ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ଲୋକଙ୍କୁ ଆଳୁ ଦର କିଲୋ ପିଛା ୪୦ଟଙ୍କା ଅତିଷ୍ଠ କରୁଥିବାବେଳେ ସରକାର କେବଳ ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ ଜିଲ୍ଲାପାଳମାନଙ୍କୁ ତାଗିଦ୍ କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି […]

onion-1

onion-1

Tapas Behera
  • Published: Thursday, 22 October 2020
  • Updated: 22 October 2020, 09:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ କିଛିମାସ ଧରି ଆଳୁ ଓ ପିଆଜ ଦର ବୃଦ୍ଧି ପାଇ ଚାଲିଥିଲେ ମଧ୍ୟ ରାଜ୍ୟ ସରକାର ଆଜି କେବଳ ପିଆଜ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ଲୋକଙ୍କୁ ଆଳୁ ଦର କିଲୋ ପିଛା ୪୦ଟଙ୍କା ଅତିଷ୍ଠ କରୁଥିବାବେଳେ ସରକାର କେବଳ ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ ଜିଲ୍ଲାପାଳମାନଙ୍କୁ ତାଗିଦ୍ କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ଭିଭି ଯାଦବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ପିଆଜ ଦର ବୃଦ୍ଧି ଯୋଗୁ ସାଧାରଣ ଲୋକ ପ୍ରଭାବିତ ହେଉଥିବା ନେଇ ଉଦବେଗ ବ୍ୟକ୍ତ କରିଛନ୍ତି। ପିଆଜ ଆମଦାନୀ ହେଉଥିବା ରାଜ୍ୟଗୁଡ଼ିକରେ ଫସଲ ନଷ୍ଟ ଯୋଗୁ ଏଭଳି ହୋଇଛି। ଯଦିଓ ଦେଶବ୍ୟାପୀ ଏଭଳି ସମସ୍ୟା ଦେଖାଦେଇଛି ତଥାପି ଅସାଧୁ ବ୍ୟବସାୟୀ ଯେଭଳି ଅଧିକ ମୁନାଫା ଓ ଚଢ଼ାଦରରେ ପିଆଜ ବିକ୍ରି କରିନପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି। ପିଆଜର ଉପଲବ୍ଧତା ଓ ଦରବୃଦ୍ଧି ଉପରେ ତୀକ୍ଷ୍ଣ ନଜର ରଖିବା ସହ ପିଆଜର ହୋଲସେଲ୍ ଓ ରିଟେଲ ବ୍ୟବସାୟ ଉପରେ ନିୟମିତ ଭାବେ କ୍ଷେତ୍ର କର୍ମଚାରୀମାନଙ୍କୁ ତଦାରଖ କରାଇବାକୁ ପରାମର୍ଶ ଦେଇଛନ୍ତି। ଯାହାଫଳରେ ଉଚିତ୍ ଦରରେ ପିଆଜ ଗ୍ରାହକଙ୍କ ନିକଟରେ ଉପଲବ୍ଧ ହୋଇପାରିବ।

ଅନ୍ୟପକ୍ଷରେ ପିଆଜ ଦର ଏବେ କିଲୋ ପିଛା ୫୦ଟଙ୍କା ରୁ ଏବେ ୯୦ ଟଙ୍କାରେ ପହଂଚିବା ପରେ ସରକାରଙ୍କ ନିଦ ଭାଙ୍ଗିଥିବାବେଳେ ଗତ ଏକମାସ ଧରି ଆଳୁ କିଲୋ ୪୦ଟଙ୍କାରେ ବିକ୍ରି ହେଉଥିଲେ ମଧ୍ୟ କାହିଁକି ବଜାରକୁ ନିୟନ୍ତ୍ରଣ କରାଯାଉନି, ତାକୁ ନେଇ ପ୍ରଶ୍ନ ଉଠିଛି। କରୋନା ମହାମାରୀ ସଂକ୍ରମଣ ଆରମ୍ଭ ବେଳେ ବଜାରରେ ଆଳୁ ଦର କିଲୋ ପିଛା ୨୦ରୁ ୨୫ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ତାହା ବଢ଼ି ୪୦ଟଙ୍କାରେ ପହଂଚିଲାଣି। ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଆଳୁ ଆସୁଥିବାବେଳେ ଦର ଚଢ଼ା ରହିବାକୁ ନେଇ ସରକାର ଚୁପ୍ ରହିଛନ୍ତି।

ଗତବର୍ଷ ଅକ୍ଟୋବର ମାସରେ ଆଳୁ କ୍ୱିଣ୍ଟାଲ ପିଛା ହୋଲସେଲ୍ ଦର ୧୩୭୪ଟଙ୍କା ଥିବାବେଳେ ୨୦୧୮ ଅକ୍ଟୋବର ମାସରେ ଆଳୁ ଦର ୧୫୧୮ଟଙ୍କା କ୍ୱିଣ୍ଟାଲ ପିଛା ରହିଥିଲା। କିନ୍ତୁ ଚଳିତ ଅକ୍ଟୋବର ମାସରେ କ୍ୱିଣ୍ଟାଲ ପିଛା ପ୍ରାୟ ୩୮୦୦ଟଙ୍କା ରହିଛି।
ରାଜ୍ୟରେ ବାର୍ଷିକ ୧୦.୨୦ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଆବଶ୍ୟକ ପଡ଼ୁଥିବାବେଳେ ରାଜ୍ୟରେ ମାତ୍ର ୨.୯୦ଲକ୍ଷ ମେଟ୍ରିକ ଟନ୍ ଆଳୁ ଉତ୍ପାଦନ ହୋଇଥାଏ। ଯଦିଓ ଆଳୁ ମିଶନ ମାଧ୍ୟମରେ ୩ବର୍ଷରେ ଆଳୁ ଉତ୍ପାଦନ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା କିନ୍ତୁ ସରକାରୀ ବ୍ୟବସ୍ଥାରେ ବିଫଳତା ଯୋଗୁ ଏହି ମିଶନ୍ ଲକ୍ଷ୍ୟହୀନ ହୋଇପଡ଼ି ସମ୍ପୂର୍ଣ୍ଣ ଫେଲ୍ ମାରିଛି।
ସାଧାରଣ ଲୋକର ପରିବାରରେ ଦୈନିକ ପରିବା ଭିତରେ ଆଳୁ ଅତ୍ୟନ୍ତ ଜରୁରୀ ହୋଇଥିଲେ ବି ଏହାର ଦର ନିୟନ୍ତ୍ରଣ ଦିଗରେ ସରକାର କୌଣସି ପଦକ୍ଷେପ ନନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଖାଉଟିମାନେ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos