ସରକାର ଓ ଦଳୀୟ ବ୍ୟାପାରରେ ସମନ୍ୱୟ ରଖି ମନ୍ତବ୍ୟ ଦେବାକୁ ବିଜେଡି ମୁଖପାତ୍ରମାନଙ୍କୁ ପରାମର୍ଶ

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବିଜେଡି ମୁଖପାତ୍ରମାନଙ୍କର ଏକ ବୈଠକ ବସିଥିଲା। ଏଥିରେ ଦଳର ଅଧିକାଂଶ ମୁଖପାତ୍ର ଯୋଗ ଦେଇଥିଲେ। ବୈଠକରେ କେଉଁ ବିଷୟରେ ଆଲୋଚନା ହୋଇଥିଲା ତାହା ସ୍ପଷ୍ଟ ହୋଇପାରିନି। ତଥାପି ସରକାର ଓ ଦଳୀୟ ବ୍ୟାପାରରେ ସମନ୍ୱୟ ରକ୍ଷା କରି ମନ୍ତବ୍ୟ ଦେବା ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ବିଭିନ୍ନ ସମୟରେ ଦଳର ଆଭିମୁଖ୍ୟ ସମ୍ପର୍କରେ ମୁଖପାତ୍ରମାନେ ମତ ରଖିଥାନ୍ତି। ଏହି ମତ କିପରି ହେବା ଉଚିତ୍‌ ଓ […]

bjd

Rakesh Mallick
  • Published: Monday, 28 November 2016
  • , Updated: 28 November 2016, 08:36 PM IST

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବିଜେଡି ମୁଖପାତ୍ରମାନଙ୍କର ଏକ ବୈଠକ ବସିଥିଲା। ଏଥିରେ ଦଳର ଅଧିକାଂଶ ମୁଖପାତ୍ର ଯୋଗ ଦେଇଥିଲେ। ବୈଠକରେ କେଉଁ ବିଷୟରେ ଆଲୋଚନା ହୋଇଥିଲା ତାହା ସ୍ପଷ୍ଟ ହୋଇପାରିନି। ତଥାପି ସରକାର ଓ ଦଳୀୟ ବ୍ୟାପାରରେ ସମନ୍ୱୟ ରକ୍ଷା କରି ମନ୍ତବ୍ୟ ଦେବା ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ବିଭିନ୍ନ ସମୟରେ ଦଳର ଆଭିମୁଖ୍ୟ ସମ୍ପର୍କରେ ମୁଖପାତ୍ରମାନେ ମତ ରଖିଥାନ୍ତି। ଏହି ମତ କିପରି ହେବା ଉଚିତ୍‌ ଓ ବିବାଦୀୟ ପ୍ରସଙ୍ଗରେ ମୁଖପାତ୍ରମାନେ ଦଳର ସଭାପତିଙ୍କ ପରାମର୍ଶ ନେବା ସମ୍ପର୍କରେ ଆଲୋଚନା ବୈଠକରେ ହୋଇଥିଲା। ଏହାଛଡ଼ା ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଓ ବିରୋଧୀମାନଙ୍କ ଅଭିଯୋଗ ଉପରେ କିଭଳି ଉତ୍ତର ଦିଆଯିବ ସେନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି,“ଆଉ ଦୁଇ ଦିନ ପରେ ବିଧାନସଭା ଅଧିବେଶନ ଆରମ୍ଭ ହେବ। ସେହି ସମୟରେ ଦଳର ମୁଖପାତ୍ରମାନେ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ଉତ୍ତର ଦେବା ଉପରେ ବୈଠକରେ ଆଲୋଚନା ହୋଇଥିଲା।”

ଅନ୍ୟତମ ମୁଖପାତ୍ର ସମୀର ଦାଶ କହିଛନ୍ତି,“ଆଗକୁ ବିଧାନସଭା ଅଧିବେଶନ ଥିବାରୁ କିପରି ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରିହେବ ସେ ସମ୍ପର୍କରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ଦଳର ମୁଖପାତ୍ରମାନଙ୍କୁ ଡାକିଥିଲେ। ସେ ସମ୍ପର୍କରେ ଆଲୋଚନା ହେଲା।”

Related story