‘ବିଶ୍ୱବିଦ୍ୟାଳୟ ନାଁରେ ୧୦୦ ଏକର ଜମି କରାଯାଉ’

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଏକ ଉନ୍ନତ ବିଶ୍ୱବିଦ୍ୟାଳୟ କରିବା ପାଇଁ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସଂଗଠନ ଦାବି କରିଛନ୍ତି। ବିଶ୍ୱବିଦ୍ୟାଳୟ ନାଁରେ ଜମି ନଥିବାରୁ ୧୦୦ ଏକର ଜମି ବିଶ୍ୱବିଦ୍ୟାଳୟ ନାଁରେ କରିବା ପାଇଁ ରାଜେନ୍ଦ୍ର କଲେଜର ଆଲୁମିନୀ ଆସୋସିଏସନ ଓ ବିଭିନ୍ନ ସଂଗଠନ ଦାବି କରି ଆସୁଛନ୍ତି। ଏଭଳି ସମୟରେ ବିଶ୍ୱବିଦ୍ୟାଳୟର ଷ୍ଟାଟସ୍‌ ଜାଣିବା ପାଇଁ ବଲାଙ୍ଗିର ଗସ୍ତରେ ଆସିଥିଲେ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର। ଉଚ୍ଚ ଶିକ୍ଷା ବିଭାଗର […]

Rajendra-University

Manoranjan Sial
  • Published: Thursday, 02 September 2021
  • , Updated: 02 September 2021, 04:59 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଏକ ଉନ୍ନତ ବିଶ୍ୱବିଦ୍ୟାଳୟ କରିବା ପାଇଁ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସଂଗଠନ ଦାବି କରିଛନ୍ତି। ବିଶ୍ୱବିଦ୍ୟାଳୟ ନାଁରେ ଜମି ନଥିବାରୁ ୧୦୦ ଏକର ଜମି ବିଶ୍ୱବିଦ୍ୟାଳୟ ନାଁରେ କରିବା ପାଇଁ ରାଜେନ୍ଦ୍ର କଲେଜର ଆଲୁମିନୀ ଆସୋସିଏସନ ଓ ବିଭିନ୍ନ ସଂଗଠନ ଦାବି କରି ଆସୁଛନ୍ତି। ଏଭଳି ସମୟରେ ବିଶ୍ୱବିଦ୍ୟାଳୟର ଷ୍ଟାଟସ୍‌ ଜାଣିବା ପାଇଁ ବଲାଙ୍ଗିର ଗସ୍ତରେ ଆସିଥିଲେ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର।

ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଜିଲ୍ଲାପାଳ ଓ ଭିସିଙ୍କ ଉପସ୍ଥିତିରେ ବିଶ୍ୱବିଦ୍ୟାଳୟ ବୁଲି ଦେଖିବା ସହିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏକ ବିଶ୍ୱସ୍ତରର ବିଶ୍ୱବିଦ୍ୟାଳୟ ପାଇଁ ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ଦଖଲରେ ଥିବା ପ୍ରାୟ ପଚାଶ ଏକର ଜମି ଯଥେଷ୍ଟ ବୋଲି କହିଥିଲେ ସଚିବ। ତେଣୁ ଖୁବଶୀଘ୍ର ୫୦ ଏକର ଜମି ବିଶ୍ୱବିଦ୍ୟାଳୟ ନାଁରେ କରାଇ ଦିଆଯିବ, ତା’ ସହିତ ଅଧ୍ୟାପକ ଓ ଅଧ୍ୟାପିକା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା କହିଛନ୍ତି ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର। କିନ୍ତୁ କେତେକ ସାମ୍ୱାଦିକ ବିଶ୍ୱବିଦ୍ୟାଳୟ ପାଇଁ ଅଧିକ ଜମି ଦରକାର ବୋଲି ପ୍ରଶ୍ନ କରିବାରୁ ସଚିବ କହିଛନ୍ତି, ଅଧିକ ଜମି ନେଇ ଜମିଦାର ହେବାର ନାହିଁ, କମ୍‌ ଜମିରେ ସବୁ ପ୍ରକାର ସୁବିଧା କରାଯିବ ବୋଲି ମଜାକିଆ ଷ୍ଟାଇଲରେ ଉତ୍ତର ଦେଇଥିଲେ ଶ୍ରୀ ମିଶ୍ର।

Related story