ଜିଏସ୍‌ଟି ସଂଶୋଧନ: ଖାଦ୍ୟ, ରେଷ୍ଟୁରାଣ୍ଟ, ଡିଜେଲ ଇଞ୍ଜିନ୍ ଓ ହାତବୁଣା ସାମଗ୍ରୀ ଉପରେ ଟିକସ କୋହଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଜିଏସଟି ବ୍ୟବସ୍ଥାରେ ଆଜି କେତେକ ସଂଶୋଧନ କରିଛନ୍ତି। ମୋଟ ୨୭ଟି ସାମଗ୍ରୀ ଉପରେ GST କମିବା ନେଇ ଜେଟ୍ଲୀ ସୂଚନା ଦେଇଛନ୍ତି। ଯେଉଁମାନଙ୍କର କାରବାର ଦେଢ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇଥିବ ସେମାନେ ଏଣିକି ମାସିକ ବଦଳରେ ତ୍ରୈମାସିକ ରିଟର୍ଣ୍ଣ ଫାଇଲ କରିବେ। ଏହାସହ ରପ୍ତାନୀକାରୀଙ୍କ ପାଇଁ ୨୦୧୮ ଏପ୍ରିଲ ସୁଦ୍ଧା ଇ-ଓ୍ବାଲେଟ୍ ବ୍ୟବସ୍ଥା ମଧ୍ୟ କରାଯିବ। ରପ୍ତାନୀ ଉପରେ ମାତ୍ର ୦.୧% ଟିକସ ଲାଗିବ। କ୍ଷୁଦ୍ର ବ୍ୟବସାୟୀଙ୍କ […]

Rakesh Mallick
  • Published: Friday, 06 October 2017
  • , Updated: 06 October 2017, 10:14 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଜିଏସଟି ବ୍ୟବସ୍ଥାରେ ଆଜି କେତେକ ସଂଶୋଧନ କରିଛନ୍ତି। ମୋଟ ୨୭ଟି ସାମଗ୍ରୀ ଉପରେ GST କମିବା ନେଇ ଜେଟ୍ଲୀ ସୂଚନା ଦେଇଛନ୍ତି। ଯେଉଁମାନଙ୍କର କାରବାର ଦେଢ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇଥିବ ସେମାନେ ଏଣିକି ମାସିକ ବଦଳରେ ତ୍ରୈମାସିକ ରିଟର୍ଣ୍ଣ ଫାଇଲ କରିବେ। ଏହାସହ ରପ୍ତାନୀକାରୀଙ୍କ ପାଇଁ ୨୦୧୮ ଏପ୍ରିଲ ସୁଦ୍ଧା ଇ-ଓ୍ବାଲେଟ୍ ବ୍ୟବସ୍ଥା ମଧ୍ୟ କରାଯିବ। ରପ୍ତାନୀ ଉପରେ ମାତ୍ର ୦.୧% ଟିକସ ଲାଗିବ। କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ କମ୍ପୋଜିସନ୍ ସ୍କିମ୍ କୋହଳ କରାଯାଇଛି। ଯେଉଁଥିରେ ଟ୍ରେଡିଂ -୧%, ମାନ୍ୟୁଫାକ୍ଚର-୨%, ରେଷ୍ଟୁରାଣ୍ଟ-୫% ଟିକସ ଦେବାକୁ ପଡିବ। କିଛି ଖାଦ୍ୟ ସାମଗ୍ରୀ ଉପରେ ମଧ୍ୟ ଟିକସ କମ ନିଷ୍ପତ୍ତି ନିଆଯାଇଛି। ଡିଜେଲ ଇଞ୍ଜିନ୍ ସାମଗ୍ରୀ ଉପରେ GST ୨୮%ରୁ ୧୮%କୁ ହ୍ରାସ କରାଯାଇଛି। ନନ୍‌ବ୍ରାଣ୍ଡ ନମକିନ୍ ଉପରେ GST ୧୨%ରୁ ୫%କୁ କମାଯାଇଛି। ହାତବୁଣା ସାମଗ୍ରୀ ଉପରେ ମଧ୍ୟ GST ୫%କୁ ହ୍ରାସ କରାଯାଇଛି।

Related story