ଘର ପାଇଁ ହିତାଧିକାରୀ ହନ୍ତସନ୍ତ, ବ୍ୟାପକ ଅନିୟମିତତା ଅଭିଯୋଗ

କରଞ୍ଜିଆ (ସତ୍ୟବ୍ରତ ବେହେରା): ଗରିବଙ୍କ ମୁଣ୍ଡ ଉପରେ ଛାତ ଖଣ୍ଡେ ଦେବା ପାଇଁ କେନ୍ଦ୍ର ସରକାରଙ୍କଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଯାଏ ସମସ୍ତେ ଘୋଷଣା କରିଛନ୍ତି ମାଳମାଳ ଯୋଜନା। ତେବେ ବହୁ ଗରିବଙ୍କ ପାଇଁ ଏସବୁ ଯୋଜନା ଏବେବି ଅପହଞ୍ଚ। ଏପରି ବହୁ ଯୋଜନା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ପ୍ରହସନରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ଇନ୍ଦିରା ଆବାସ ବା ବିଜୁ ପକ୍କା ଘର ଯୋଜନା- ମୟୂରଭଞ୍ଜ ଜିଲ୍ଲାରେ ଏସବୁଥିରେ […]

pht-5..

pht-5..

Niharika Rout
  • Published: Friday, 30 August 2019
  • Updated: 30 August 2019, 02:01 PM IST

Sports

Latest News

କରଞ୍ଜିଆ (ସତ୍ୟବ୍ରତ ବେହେରା): ଗରିବଙ୍କ ମୁଣ୍ଡ ଉପରେ ଛାତ ଖଣ୍ଡେ ଦେବା ପାଇଁ କେନ୍ଦ୍ର ସରକାରଙ୍କଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଯାଏ ସମସ୍ତେ ଘୋଷଣା କରିଛନ୍ତି ମାଳମାଳ ଯୋଜନା। ତେବେ ବହୁ ଗରିବଙ୍କ ପାଇଁ ଏସବୁ ଯୋଜନା ଏବେବି ଅପହଞ୍ଚ। ଏପରି ବହୁ ଯୋଜନା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ପ୍ରହସନରେ ପରିଣତ ହୋଇଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ଇନ୍ଦିରା ଆବାସ ବା ବିଜୁ ପକ୍କା ଘର ଯୋଜନା- ମୟୂରଭଞ୍ଜ ଜିଲ୍ଲାରେ ଏସବୁଥିରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜିଲ୍ଲାର ବହୁ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳିଛି। ହେଲେ ଟଙ୍କା ମିଳି ନଥିବାରୁ ଘର ତିଆରି କରିବାରେ ଅସୁବିଧା ହେଉଛି। ସେହିପରି ଆଉ କିଛି ଯୋଗ୍ୟ ବ୍ୟକ୍ତି ବାରମ୍ବାର ଆବେଦନ କରୁଥିଲେ ମଧ୍ୟ ସେମାନଙ୍କୁ କୌଣସି ଯୋଜନାରେ ସାମିଲ କରାଯାଉ ନଥିବା ଅଭିଯୋଗ ହୋଇଛି।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍‌ ଘଡ଼ାଘାଗୁରି ଗାଁରେ ରହନ୍ତି ଯୋଗେଶ୍ୱରୀ ମହାନ୍ତ। ସ୍ୱାମୀ ଚାଲିଗଲା ପରେ ପୁଅକୁ ନେଇ କଷ୍ଟେମଷ୍ଟେ ଚାଲିଛି ତାଙ୍କର ଛୋଟିଆ ସଂସାର। ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇବା ପରେ ସେ ଘର କାମ ଆରମ୍ଭ କରିଥିଲେ। କିନ୍ତୁ ପ୍ରଥମ କିସ୍ତି ପରେ ଆଉ ଟଙ୍କା ନ ମିଳିବାରୁ ସେ ଛାତ ପକାଇ ପାରୁ ନାହାନ୍ତି।

ସେହିପରି ଏହି ବ୍ଲକ୍‌ର ହାତୀଶାଳବେଡ଼ା ଗାଁର ସମାୟ ମୁର୍ମୁ ଘର କାମ ସାରିଛନ୍ତି। କିନ୍ତୁ ଶେଷ କିସ୍ତି ଟଙ୍କା ଏଯାଏ ପାଇପାରି ନାହାନ୍ତି। ବ୍ଳକ୍‌ ଅଫିସ୍‌ ଦୌଡ଼ି ଦୌଡ଼ି ସେ ନୟାନ୍ତ ହେଲେଣି। ହେଲେ ଟଙ୍କା ମିଳୁନାହିଁ। ଅନ୍ୟପକ୍ଷରେ ବିଡିଓ ସଫେଇ ଦେଇଛନ୍ତି ଯେ ବିଳମ୍ବରେ କାମ କରିଥିବାରୁ ତାଙ୍କୁ ଟଙ୍କା ମିଳି ନାହିଁ।

ଠାକୁରମୁଣ୍ଡା ବ୍ଲକ୍‌ ସିମିଡ଼ିହା ଗାଁରେ ବି ଦେଖିବାକୁ ମିଳିଛି ଏମିତି ଅବସ୍ଥା। ଏହି ଗାଁରେ ଶାଶୂ, ଶ୍ୱଶୁର ଓ ପିଲାଛୁଆଙ୍କୁ ନେଇ ମାଳତୀ ବେହେରାଙ୍କ ୮ ପ୍ରାଣୀ କୁଟୁମ୍ବ ଏକ ଭଙ୍ଗା ଦଦରା କୁଡ଼ିଆରେ ଜୀବନ କାଟୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ସେ ବହୁବାର ଆବେଦନ କରିଛନ୍ତି। ହେଲେ ଆବେଦନପତ୍ର ହଜିଯାଇଥିବା କହି ତାଙ୍କୁ ପଞ୍ଚାୟତ ଅଧିକାରୀ ନିରାଶ କରୁଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଉପରେ ପଞ୍ଚାୟତ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ବିଡିଓ କିଛି କହିବାକୁ ମନା କରି ଦେଇଛନ୍ତି।

ଗରିବଙ୍କ ମୁଣ୍ଡ ଉପରେ ଛାତ ଦେବା ପାଇଁ ସରକାର ଏସବୁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଅନେକ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁ ସେମାନେ ଏଥିରୁ ଉପକୃତ ହୋଇପାରୁ ନାହିଁ। ପୁଣି ତା’ ସହିତ ଅନିୟମିତା ବି ହେଉଛି। ମୟୂରଭଞ୍ଜ ଜିଲ୍ଲାରେ ଏ ଯେଉଁ ସମସ୍ୟା ଦେଖା ଦେଇଛି, ସେଥିପ୍ରତି ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଦାବି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos