‘ଘରୋଇ ଶିକ୍ଷାନୁଷ୍ଠାନରେ ପଶିଛି କରୋନା, ତେଣୁ ବନ୍ଦ ହେବନି ସରକାରୀ ସ୍କୁଲ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ କରୋନା ହୋଇନି। ଯାହା ହୋଇଛି ଘରୋଇ ଶିକ୍ଷାନୁଷ୍ଠାନରେ ହୋଇଛି । ତେଣୁ ନବମ ଏବଂ ଏକାଦଶ କ୍ଲାସ ବନ୍ଦ ହେବ ନାହିଁ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏନେଇ ମନ୍ତ୍ରୀ କହିଛନ୍ତି, ଆସନ୍ତା ୩୦ ତାରିଖରେ ସେମାନଙ୍କର ଅଭ୍ୟାସ ପରୀକ୍ଷା ଅଛି। ରାଜ୍ୟ ସରକାର ସମସ୍ତ ଏସ୍ଓପି ମାନି କ୍ଲାସ ଚଳାଇଛନ୍ତି। ତେଣୁ ସ୍କୁଲ ବନ୍ଦ ହେବ ନାହିଁ । ସୂଚନାଯୋଗ୍ୟ, ଶିକ୍ଷାନୁଷ୍ଠାନରେ […]

samir-das

Niharika Rout
  • Published: Monday, 29 March 2021
  • , Updated: 29 March 2021, 12:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ କରୋନା ହୋଇନି। ଯାହା ହୋଇଛି ଘରୋଇ ଶିକ୍ଷାନୁଷ୍ଠାନରେ ହୋଇଛି । ତେଣୁ ନବମ ଏବଂ ଏକାଦଶ କ୍ଲାସ ବନ୍ଦ ହେବ ନାହିଁ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଏନେଇ ମନ୍ତ୍ରୀ କହିଛନ୍ତି, ଆସନ୍ତା ୩୦ ତାରିଖରେ ସେମାନଙ୍କର ଅଭ୍ୟାସ ପରୀକ୍ଷା ଅଛି। ରାଜ୍ୟ ସରକାର ସମସ୍ତ ଏସ୍ଓପି ମାନି କ୍ଲାସ ଚଳାଇଛନ୍ତି। ତେଣୁ ସ୍କୁଲ ବନ୍ଦ ହେବ ନାହିଁ ।

ସୂଚନାଯୋଗ୍ୟ, ଶିକ୍ଷାନୁଷ୍ଠାନରେ କରୋନା ପଶି ରାଜ୍ୟ ସରକାରଙ୍କ ନିଦ ହଜାଇ ଦେଇଛି। ଗତକାଲି ରାଜ୍ୟର ୩ଟି ଶିକ୍ଷାନୁଷ୍ଠାନରୁ ୩୦ରୁ ଅଧିକ ଆକ୍ରାନ୍ତ ବାହାରିବାରୁ ଭୟଭୀତ ହୋଇପଡ଼ିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ।

ଗତକାଲି ଭୁବନେଶ୍ୱର ମୈତ୍ରୀବିହାରସ୍ଥିତ ଆଲେନ ଇନଷ୍ଟିଚ୍ୟୁଟ୍‌ରୁ ୨୦ ଆକ୍ରାନ୍ତ ବାହାରିଥିବା ବେଳେ ଜଟଣିସ୍ଥିତ ଆଇଆଇଟି ଇନଷ୍ଟିଚ୍ୟୁଟରୁ ୧୦ ଓ ରାଉରକେଲା NITରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଲେନ ଇନଷ୍ଟିଚ୍ୟୁଟକୁ ସିଲ୍‌ କରି ଦିଆଯାଇଥିବା ବେଳେ ଅନ୍ୟ ୨ ଇନଷ୍ଟିଚ୍ୟୁଟ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖି ଚିକିତ୍ସା କରାଯାଉଛି। ହେଲେ ସରକାରୀ ଶିକ୍ଷାନୁଷ୍ଠାନରୁ କେହି ପଜିଟିଭ ଚିହ୍ନଟ ହୋଇ ନ ଥିବାରୁ ଏହାକୁ ବନ୍ଦ କରିବା ଆବଶ୍ୟକ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

Related story