କଳାହାଣ୍ଡି ପାଇଁ ନୀତି ଆୟୋଗ ସହ ବେଦାନ୍ତର ଚୁକ୍ତି

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଆକାଙ୍‌କ୍ଷୀ ଜିଲ୍ଲା ଅଭିଯାନ ଅଧୀନରେ କଳାହାଣ୍ଡି ଜିଲ୍ଲାର ବିକାଶ ପ୍ରକ୍ରିୟାରେ ସହଯୋଗୀ ହେବାକୁ ଆଗ୍ରହ ପ୍ରକାଶ କରିଛି ବେଦାନ୍ତ ଶିଳ୍ପ ଗୋଷ୍ଠୀ। ଏହି ଉଦ୍ଦେଶ୍ୟରେ ନୀତି ଆୟୋଗ ସହିତ ବେଦାନ୍ତ ଲିମିଟେଡ ଏକ ଷ୍ଟେଟମେଣ୍ଟ ଅଫ୍‌ ଇଣ୍ଟେଣ୍ଟ ବା ଏସ୍‌ଓଆଇ ସ୍ବାକ୍ଷର କରିଛି। କମ୍ପାନୀର ଏକ ପ୍ରେସ ବିଜ୍ଞପ୍ତି ଉଦ୍ଧାର କରି ଜାତୀୟ ସ୍ତରର କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ବେଦାନ୍ତ କମ୍ପାନୀ କଳାହାଣ୍ଡି ଜିଲ୍ଲାର ପୁଷ୍ଟି ଓ ସ୍ବାସ୍ଥ୍ୟ, […]

vadant

Debendra Prusty
  • Published: Tuesday, 27 August 2019
  • , Updated: 27 August 2019, 06:05 PM IST

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଆକାଙ୍‌କ୍ଷୀ ଜିଲ୍ଲା ଅଭିଯାନ ଅଧୀନରେ କଳାହାଣ୍ଡି ଜିଲ୍ଲାର ବିକାଶ ପ୍ରକ୍ରିୟାରେ ସହଯୋଗୀ ହେବାକୁ ଆଗ୍ରହ ପ୍ରକାଶ କରିଛି ବେଦାନ୍ତ ଶିଳ୍ପ ଗୋଷ୍ଠୀ। ଏହି ଉଦ୍ଦେଶ୍ୟରେ ନୀତି ଆୟୋଗ ସହିତ ବେଦାନ୍ତ ଲିମିଟେଡ ଏକ ଷ୍ଟେଟମେଣ୍ଟ ଅଫ୍‌ ଇଣ୍ଟେଣ୍ଟ ବା ଏସ୍‌ଓଆଇ ସ୍ବାକ୍ଷର କରିଛି।
କମ୍ପାନୀର ଏକ ପ୍ରେସ ବିଜ୍ଞପ୍ତି ଉଦ୍ଧାର କରି ଜାତୀୟ ସ୍ତରର କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ବେଦାନ୍ତ କମ୍ପାନୀ କଳାହାଣ୍ଡି ଜିଲ୍ଲାର ପୁଷ୍ଟି ଓ ସ୍ବାସ୍ଥ୍ୟ, ଶିକ୍ଷା, ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଦକ୍ଷତା ବିକାଶ ଓ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ କାର୍ଯ୍ୟ କରିବ। ସେଥିପାଇଁ କମ୍ପାନୀର ସିଏସ୍‌ଆର ବା ଔଦ୍ୟୋଗିକ ସାମାଜିକ ଉତ୍ତରଦାୟିତ୍ବ ପାଣ୍ଠିରୁ ଅର୍ଥ ବ୍ୟୟ ହେବ।

ଜିଲ୍ଲାର ଲୋକମାନଙ୍କର ଜୀବନ ଧାରଣର ମାନ ଉନ୍ନତ କରିବା ପାଇଁ ଉଭୟ ନୀତି ଆୟୋଗ ଓ ବେଦାନ୍ତ ମିଳିମିଶି ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ।

Related story