ଚେତେଇଦେଲେ ଖାଉଟି ମନ୍ତ୍ରୀ, ଖାଇବା ତେଲ ଉପରୁ ଶୁଳ୍କ ହ୍ରାସ୍‌ କର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୁଷ-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିପ୍ରେକ୍ଷୀରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର ସରକାରଙ୍କୁ ଚେତେଇ ଦେଇଛନ୍ତି। ଆଉ କହିଛନ୍ତି, ସାମୟିକ ଭାବେ ଖାଇବା ତେଲ ଉପରୁ ଶୁଳ୍କ ହ୍ରାସ କରାଯାଉ। ନହେଲେ ଖାଉଟିଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। ଶ୍ରୀ ସ୍ୱାଇଁ ଟ୍ୱିଟ୍‌ କରି ଲେଖିଛନ୍ତି, କେନ୍ଦ୍ର ସରକାର ଖାଇବା ତେଲ ଉପରେ ସଂଗ୍ରହ କରୁଥିବା ଆମଦାନୀ ଓ ଅନ୍ୟାନ୍ୟ ଶୁଳ୍କ ସାମୟିକ ଭାବେ […]

Sunflower

Manoranjan Sial
  • Published: Friday, 04 March 2022
  • , Updated: 04 March 2022, 04:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୁଷ-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିପ୍ରେକ୍ଷୀରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର ସରକାରଙ୍କୁ ଚେତେଇ ଦେଇଛନ୍ତି। ଆଉ କହିଛନ୍ତି, ସାମୟିକ ଭାବେ ଖାଇବା ତେଲ ଉପରୁ ଶୁଳ୍କ ହ୍ରାସ କରାଯାଉ। ନହେଲେ ଖାଉଟିଙ୍କ ଉପରେ ଏହାର ପ୍ରଭାବ ପଡ଼ିବ।

ଶ୍ରୀ ସ୍ୱାଇଁ ଟ୍ୱିଟ୍‌ କରି ଲେଖିଛନ୍ତି, କେନ୍ଦ୍ର ସରକାର ଖାଇବା ତେଲ ଉପରେ ସଂଗ୍ରହ କରୁଥିବା ଆମଦାନୀ ଓ ଅନ୍ୟାନ୍ୟ ଶୁଳ୍କ ସାମୟିକ ଭାବେ ହ୍ରାସ୍‌ କରିବା ଉଚିତ। ନ ହେଲେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ ଭଳି ଖାଇବା ତେଲର ଦରବୃଦ୍ଧି ଘଟିବ। ଏହା ଗରିବ, ଚାଷୀ, ମୂଲିଆ, ଖଟିଖିଆ ଓ ମଧ୍ୟବିତ୍ତ ପରିବାର ପାଇଁ ଦୁର୍ବିସହ ହେବ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍‌ କରି ଲେଖିଛନ୍ତି।

https://twitter.com/rajaaswain/status/1499621562223267848?s=20&t=0gBPHQMNJ3wz9jce1xw52w

ଶ୍ରୀ ସ୍ୱାଇଁ ଟ୍ୱିଟ୍‌ରରେ ଲେଖିଛନ୍ତି, ସାଂପ୍ରତିକ ଯୁଦ୍ଧ ପରିସ୍ଥିତି ଯୋଗୁ ଅନେକ ଦେଶ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ ହେଉଛନ୍ତି। ଆଗାମୀ ଦିନରେ ଆହୁରି ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ଦେଶରେ ଖାଇବା ତେଲ, ବିଶେଷ କରି ସୂର୍ଯ୍ୟମୁଖି ତେଲର ଦର ଅହେତୁକ ଭାବେ ବଢିବା ଆଶଙ୍କା ରହିଛି। ବଜାରରେ ଏହାର ପ୍ରଭାବ ଅନୁଭୂତ ହେବା ଆରମ୍ଭ ହୋଇଛି ବୋଲି ଶ୍ରୀ ସ୍ୱାଇଁ ଟ୍ୱିଟ୍‌ କରିଛନ୍ତି।

https://twitter.com/rajaaswain/status/1499617620797972480?s=20&t=0gBPHQMNJ3wz9jce1xw52w

 

ସେ ଆହୁରି ଲେଖିଛନ୍ତି, “ସୂର୍ଯ୍ୟମୁଖି ତେଲର ପାଖାପାଖି ୮୦% କେବଳ ୟୁକ୍ରେନ ଓ ରୁଷିଆରୁ ଆମଦାନୀ ହୋଇଥାଏ। ୟୁକ୍ରେନ୍‌ ଓ ରୁଷିଆ ଯୁଦ୍ଧ ପରିପେକ୍ଷୀରେ ସୂର୍ଯ୍ୟମୁଖି ତେଲର ଅହେତୁକ ମୂଲ୍ୟବୃଦ୍ଧିର ଆଶଙ୍କା ରହିଛି। ତେଣୁ କୃତ୍ରିମ ସଙ୍କଟ ଓ କଳାବଜାରୀ ରୋକିବା ସହ ଖାଇବା ତେଲର ଅନବରତ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଅଛି।”

https://twitter.com/rajaaswain/status/1499617185584467970?s=20&t=0gBPHQMNJ3wz9jce1xw52w

ସେପଟେ ସୂର୍ଯ୍ୟମୁଖି ଓ ପାମୋଲିନ୍ ଦର ଲିଟର୍ ପିଛା ୨୦ ଟଙ୍କା ବୃଦ୍ଧି ପାଇଛି। ଦର ବୃଦ୍ଧି ନେଇ କଟକ ଚାମ୍ବର୍ସ ଅଫ୍ କମର୍ସର କର୍ମକର୍ତ୍ତା କହିଛନ୍ତି, ସୂର୍ଯ୍ୟମୁଖି ତେଲ ଓଡ଼ିଶାକୁ ମୁଖ୍ୟତଃ ୟୁକ୍ରେନରୁ ଆମଦାନୀ ହୋଇଥାଏ। ତେବେ ୟୁକ୍ରେନରେ ଯୁଦ୍ଧ ଲାଗିବାରୁ ତେଲ ଆସିପାରୁନି। ଯେଉଁ କାରଣରୁ ତେଲ ଦର ବଢ଼ିଛି। ଅନ୍ୟପକ୍ଷରେ ଇଣ୍ଡୋନେସିଆରେ ଗତ ମାସେ ହେବ ପାମୋଲିନ୍ ତେଲ ବଢ଼ିଚାଲିଛି। ତେଣୁ ଓଡ଼ିଶାରେ ମଧ୍ୟ ପାମୋଲିନ ଦର ବଢ଼ିଛି। ତେବେ ଆଗକୁ ମଧ୍ୟ ଦର ଆହୁରି ବଢ଼ିପାରେ ବୋଲି କଟକ ଚାମ୍ବର୍ସ ଅଫ୍ କମର୍ସର କର୍ମକର୍ତ୍ତା କହିଛନ୍ତି।

Related story