ଭୁବନେଶ୍ୱରକୁ ପାନୀୟ ଜଳ ଯୋଗାଣ ପାଇଁ ନିର୍ମାଣ ହେବ ବ୍ୟାରେଜ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହରକୁ ପାନୀୟ ଜଳ ଯୋଗାଣ ପାଇଁ ନିର୍ମାଣ ହେବ ବ୍ୟାରେଜ୍। ଏଥିପାଇଁ ଖର୍ଚ୍ଚ ହେବ ୧୨୮ କୋଟି ଟଙ୍କା। ଏହି ବ୍ୟାରେଜ୍ ନିର୍ମାଣ ପ୍ରସ୍ତାବକୁ ଆଜି ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ। ପାଣ୍ଡରା ନିକଟରେ ଏହି ବ୍ୟାରେଜ୍ ନିର୍ମାଣ ହେବ। ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୩୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ରାଜ୍ୟ କ୍ୟାବିନେଟ ମିଶନ ଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମିଶନ ଶକ୍ତି ମହିଳାଙ୍କ […]

water

Jitendra Garnayak
  • Published: Wednesday, 18 May 2022
  • , Updated: 18 May 2022, 09:45 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହରକୁ ପାନୀୟ ଜଳ ଯୋଗାଣ ପାଇଁ ନିର୍ମାଣ ହେବ ବ୍ୟାରେଜ୍। ଏଥିପାଇଁ ଖର୍ଚ୍ଚ ହେବ ୧୨୮ କୋଟି ଟଙ୍କା। ଏହି ବ୍ୟାରେଜ୍ ନିର୍ମାଣ ପ୍ରସ୍ତାବକୁ ଆଜି ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ। ପାଣ୍ଡରା ନିକଟରେ ଏହି ବ୍ୟାରେଜ୍ ନିର୍ମାଣ ହେବ।

ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ ୩୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ରାଜ୍ୟ କ୍ୟାବିନେଟ ମିଶନ ଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମିଶନ ଶକ୍ତି ମହିଳାଙ୍କ ପାଇଁ ୫ ବର୍ଷରେ ୪,୯୭୩ କୋଟି ଟଙ୍କା ଖର୍ଚ୍ଚ ହେବ। ମିଶନ ଶକ୍ତି ମହିଳା ଗୋଷ୍ଠୀକୁ ୫୦ ହଜାର କୋଟିର ବ୍ୟାଙ୍କ ଋଣ ମିଳିବ। ମିଶନ ଶକ୍ତି ଉତ୍ପାଦ ସାମଗ୍ରୀ ବିକ୍ରି ପାଇଁ ୫୦୦ ବଜାର ସୃଷ୍ଟି କରାଯିବ ବୋଲି କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

ଏହାବ୍ୟତୀତ ଅନୁଗୋଳରେ ମେଗା ଆଲୁମିନିୟମ ପାର୍କ ପ୍ରତିଷ୍ଠାକୁ ମଧ୍ୟ ମଞ୍ଜୁରୀ ଦେଇଛି କ୍ୟାବିନେଟ୍। ଆଲୁମିନିୟମ ପାର୍କ ଜମି ଅଧିଗ୍ରହଣ ପାଇଁ ଇଡକୋକୁ ମିଳିବ ୪୨୮ କୋଟି ଟଙ୍କା।

ସେହିଭଳି ରାଜ୍ୟର ୨୪ଟି ଘରୋଇ ଉଚ୍ଚପ୍ରାଥମିକ ସ୍କୁଲକୁ ଜାନୁଆରୀ ପହିଲାରୁ ପିଛିଲା ଭାବେ ମିଳିବ ଅନୁଦାନ। ଏହା ସହିତ ୫ ବର୍ଷରେ ୧ ଲକ୍ଷ ନୂଆ ନଳକୂପ ଖୋଳାଯିବ। ଏଥିପାଇଁ ବ୍ୟୟ ହେବ ୪୧୯୮ କୋଟି ଟଙ୍କା। ଜଳସେଚନ ପାଇଁ ୩ ବର୍ଷରେ ୧୨୮୦ ଚେକ୍ ଡ୍ୟାମ୍ ନିର୍ମାଣ କରାଯିବ। ଏଥିପାଇଁ ୮୧୧ କୋଟି ଟଙ୍କା ବ୍ୟୟ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

Related story