ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁରେ ବିବାଦୀୟ ଡିଏଫଓଙ୍କ ବଦଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁରେ ବିବାଦୀୟ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁୁ ରାଜ୍ୟ ସରକାର ବଦଳି କରିଛନ୍ତି। ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ରାଜ୍ୟବ୍ୟାପୀ ହୋ-ହାଲ୍ଲା ଓ ଦାବି ସତ୍ତ୍ୱେ ରାଜ୍ୟ ସରକାର ଶ୍ରୀ ବେହେରାଙ୍କୁ ବଦଳି କରିନଥିଲେ। ତେବେ ଆଜି ତାଙ୍କର ବଦଳି ହୋଇଛି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଅନୁଗୋଳସ୍ଥିତ ଓଡ଼ିଶା ଫରେଷ୍ଟ ରେଞ୍ଜର୍ସ କଲେଜ […]

DFO

Ordigital Desk
  • Published: Tuesday, 26 April 2022
  • , Updated: 26 April 2022, 09:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁରେ ବିବାଦୀୟ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁୁ ରାଜ୍ୟ ସରକାର ବଦଳି କରିଛନ୍ତି। ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ରାଜ୍ୟବ୍ୟାପୀ ହୋ-ହାଲ୍ଲା ଓ ଦାବି ସତ୍ତ୍ୱେ ରାଜ୍ୟ ସରକାର ଶ୍ରୀ ବେହେରାଙ୍କୁ ବଦଳି କରିନଥିଲେ। ତେବେ ଆଜି ତାଙ୍କର ବଦଳି ହୋଇଛି।

ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଅନୁଗୋଳସ୍ଥିତ ଓଡ଼ିଶା ଫରେଷ୍ଟ ରେଞ୍ଜର୍ସ କଲେଜ (ଓଏଫଆରସି)ର ଇନଚାର୍ଜ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେହିପରି ବାରିପଦାସ୍ଥିତ ଆରସିସିଏଫ ଏମ. ୟୋଗାନନ୍ଦଙ୍କୁ ଅନୁଗୋଳସ୍ଥିତ ଆରସିସିଏଫ ଭାବେ ବଦଳି କରାଯାଇଥିବାବେଳେ ଅନୁଗୋଳର ଓଏଫଆରସି ଇନଚାର୍ଜ ନିର୍ଦ୍ଦେଶକ ଟି ଅଶୋକ କୁମାରଙ୍କୁ ବାରିପଦା ଆରସିସିଏଫ ଭାବେ ବଦଳି ହୋଇଛି । ସେହିପରି ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକଙ୍କୁ ପାରଳାଖେମୁଣ୍ଡି ଡିଭିଜନର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି ।

ସୂଚନାଯୋଗ୍ୟ, ଗତବର୍ଷ ଏସିଏଫ ସୌମ୍ୟରଞ୍ଜନଙ୍କର ତାଙ୍କ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ମୃତ୍ୟୁ ହୋଇଥିଲା । ଏହ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଦାବି କରିବା ସହ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି।

Related story