ବିଦ୍ୟୁତଚାଳିତ ଗାଡ଼ି କିଣା ପାଇଁ ମିଳିବ ପ୍ରୋତ୍ସାହନ, ସରକାର ଗଢ଼ିବେ ‘ବୈଦ୍ୟୁତିକ ଯାନ ପାଣ୍ଠି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ବିଦ୍ୟୁତଚାଳିତ ଗାଡ଼ି କିଣିବା ପାଇଁ ଗ୍ରାହକଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଖୁବଶୀଘ୍ର ‘ବୈଦ୍ୟୁତିକ ଯାନ ପାଣ୍ଠି’ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଦ୍ୟୁତଚାଳିତ ଯାନ କିଣୁଥିବା ଗ୍ରାହକଙ୍କୁ ଆସନ୍ତା ୪ବର୍ଷ ପର୍ଯ୍ୟନ୍ତ ଏହି ପ୍ରୋତ୍ସାହନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ। ମିଳିଥିବା ସୂଚନା ଅନୁସାରେ, ବିଦ୍ୟୁତଚାଳିତ ଦୁଇଚକିଆ ଗାଡ଼ି କିଣିଲେ ଗ୍ରାହକଙ୍କୁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଅବା ସର୍ବାଧିକ ୫ହଜାର ଟଙ୍କା ପର୍ଯ୍ୟନ୍ତ, ୩ଚକିଆ ଗାଡ଼ି କିଣିଲେ […]

Electric Vehicles

Electric Vehicles

Ordigital Desk
  • Published: Friday, 17 September 2021
  • Updated: 17 September 2021, 10:16 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ବିଦ୍ୟୁତଚାଳିତ ଗାଡ଼ି କିଣିବା ପାଇଁ ଗ୍ରାହକଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଖୁବଶୀଘ୍ର ‘ବୈଦ୍ୟୁତିକ ଯାନ ପାଣ୍ଠି’ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଦ୍ୟୁତଚାଳିତ ଯାନ କିଣୁଥିବା ଗ୍ରାହକଙ୍କୁ ଆସନ୍ତା ୪ବର୍ଷ ପର୍ଯ୍ୟନ୍ତ ଏହି ପ୍ରୋତ୍ସାହନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ।

ମିଳିଥିବା ସୂଚନା ଅନୁସାରେ, ବିଦ୍ୟୁତଚାଳିତ ଦୁଇଚକିଆ ଗାଡ଼ି କିଣିଲେ ଗ୍ରାହକଙ୍କୁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଅବା ସର୍ବାଧିକ ୫ହଜାର ଟଙ୍କା ପର୍ଯ୍ୟନ୍ତ, ୩ଚକିଆ ଗାଡ଼ି କିଣିଲେ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଅବା ସର୍ବୋଚ୍ଚ ୧୦ହଜାର ଟଙ୍କା, ଚାରିଚକିଆ ଯାନ କିଣିଲେ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଅବା ସର୍ବୋଚ୍ଚ ୫୦ହଜାର ଟଙ୍କାର ପ୍ରୋତ୍ସାହନ ଯୋଗାଇ ଦିଆଯିବ। ସେହିପରି ବସ୍ କିଣିଲେ ଗାଡ଼ି ମୂଲ୍ୟର ୧୦ ପ୍ରତିଶତ ଓ ସର୍ବାଧିକ ୪ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ସରକାର ଯୋଗାଇ ଦେବେ। ବିଦ୍ୟୁତଚାଳିତ ମାଲବାହୀ ଗାଡ଼ି ପାଇଁ ସରକାର ୩୦ହଜାର ଟଙ୍କା ପ୍ରୋତ୍ସାହନ ଯୋଗାଇବେ। ଯଦି କେହି ନିଜସ୍ୱ ବ୍ୟବହାର ପାଇଁ ବୈଦ୍ୟୁତିକ ଗାଡ଼ି କିଣିବାକୁ ଋଣ କରିବେ , ତା’ହେଲେ ସରକାର ସେହି ଋଣ ଉପରେ ୫ପ୍ରତିଶତ ସୁଧ ଛାଡ଼ କରିବେ।

ସେହିପରି ୪ବର୍ଷ ପାଇଁ ସବୁବର୍ଗର ବିଦ୍ୟୁତଚାଳିତ ଯାନର ପଞ୍ଜିକରଣ ଓ ମୋଟର ଯାନ ଟିକସ ଦେୟ ମଧ୍ୟ ଛାଡ଼ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଏହାସହିତ ବିଦ୍ୟୁତଚାଳିତ ଯାନ ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକୁ ଶତପ୍ରତିଶତ ଏସଜିଏସଟି ଛାଡ଼ କରାଯିବ। ଏମଏସଏମଇ ନୀତି-୨୦୧୬ ଅନୁସାରେ କ୍ଷୁଦ୍ର ଓ ଅଣୁ ବ୍ୟାଟେରୀ ଉଦ୍ୟୋଗୀଙ୍କୁ ମଧ୍ୟ ପ୍ରୋତ୍ସାହନ ଦିଆଯିବ। ଉଦ୍ୟୋଗୀଙ୍କ ନିମନ୍ତେ ବ୍ୟାଟେରୀ ଉତ୍ପାଦନ ପାଇଁ ଷ୍ଟାର୍ଟଅପ୍ ପଲିସି ଅନୁସାରେ ସମସ୍ତ ସୁବିଧା ଉପଲବ୍ଧ ହେବ ତଥା ବିଭିନ୍ନ ସହରଗୁଡ଼ିକରେ ବିଦ୍ୟୁତଚାଳିତ ଯାନ ନିମନ୍ତେ ରହିଥିବା ପାର୍କିଂ ଫି’ରେ ବି ରିହାତି ଦିଆଯିବ। ଏସବୁଗାଡ଼ିର ବ୍ୟାଟେରୀ ଚାର୍ଜିଂ ନିମନ୍ତେ ଚାର୍ଜିଂ ଷ୍ଟେସନଗୁଡ଼ିକର ବିଦ୍ୟୁତ ଶୁଳ୍କରେ ବି ରିହାତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଦ୍ୱାରା ଓଡ଼ିଶା ବୈଦ୍ୟୁତିକ ଯାନ ନୀତି-୨୦୨୧ ଘୋଷଣା ହେବା ସହ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଓ ପରିବହନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ଗଠନ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story