୭ଦିନ ଶଟ୍‌ଡାଉନ୍ ହେଲା ଏହି ପଞ୍ଚାୟତ

ଭଦ୍ରକ(ପାର୍ଥ ସାରଥି ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକର ରହଣିଆ ପଞ୍ଚାୟତରେ କରୋନା ପଜିଟିଭି ଚିହ୍ନଟ ପରେ କେଶପୁର ଓ ରହଣିଆକୁ ସାତ ଦିନ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ। କରୋନା ସଂକ୍ରମଣ ରୋକିବା ପାଇଁ ସରପଞ୍ଚ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଶଟ୍‌ଡାଉନ୍‌ ଆଜି ସକାଳ ୯ଟାରୁ ୫ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ମେଡିସିନ୍‌ ଦୋକାନ ଓ ଅତି ଆବଶ୍ୟକ ଦୋକାନ ଖୋଲା ରହିବ। ଅନ୍ୟ ସବୁ […]

bhafrak999

Tapaswini Nayak
  • Published: Thursday, 30 July 2020
  • , Updated: 30 July 2020, 02:29 PM IST

ଭଦ୍ରକ(ପାର୍ଥ ସାରଥି ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକର ରହଣିଆ ପଞ୍ଚାୟତରେ କରୋନା ପଜିଟିଭି ଚିହ୍ନଟ ପରେ କେଶପୁର ଓ ରହଣିଆକୁ ସାତ ଦିନ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ। କରୋନା ସଂକ୍ରମଣ ରୋକିବା ପାଇଁ ସରପଞ୍ଚ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଶଟ୍‌ଡାଉନ୍‌ ଆଜି ସକାଳ ୯ଟାରୁ ୫ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।

ଏହି ସମୟରେ ମେଡିସିନ୍‌ ଦୋକାନ ଓ ଅତି ଆବଶ୍ୟକ ଦୋକାନ ଖୋଲା ରହିବ। ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିବ। ଏହା ସହ କେହି ବାହାର ଲୋକ ଗାଁ ଭିତରକୁ ପ୍ରବେଶ କରିବେ ନାହିଁ କି , ଗାଁ ଲୋକେ ବାହାରକୁ ଯିବେ ନାହିଁ।

ଶଟ୍‌ଡାଉନ ସମୟରେ ଗାଁର ଅଧିକ ଲୋକଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯିବ ଓ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କରାଯିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୭୮ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮,୯୩୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୧,୨୩୫ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ କରୋନା ଯୋଗୁ ୧୬୯ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି।

Related story