ଗ୍ରାହାମ୍‌ ଷ୍ଟେନ୍ସ ପୋଡ଼ି ହତ୍ୟା ମାମଲା; ୨୦ ‍ବର୍ଷ ପରେ ଆଉ ଜଣେ ଅଭିଯୁକ୍ତ ଗିରଫ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଗ୍ରାହାମ୍‌ ଷ୍ଟେନ୍ସ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କୁ ପୋଡ଼ି ହତ୍ୟା ମାମଲାର ଦୀର୍ଘ ୨୦ ବର୍ଷ ପରେ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ସିବିଆଇ। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ବୁଦ୍ଧଦେବ ନାଏକ(୪୫) । ସେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂର ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି। ବୁଦ୍ଧଦେବକୁ ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ନିଶ୍ଚିତପୁର ଗାଁସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଛି। ଏହି ଗିରଫଦାରୀ ପରେ ପୁଣି […]

Untitled-2-1

Niharika Rout
  • Published: Saturday, 21 September 2019
  • , Updated: 21 September 2019, 10:38 AM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଗ୍ରାହାମ୍‌ ଷ୍ଟେନ୍ସ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କୁ ପୋଡ଼ି ହତ୍ୟା ମାମଲାର ଦୀର୍ଘ ୨୦ ବର୍ଷ ପରେ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ସିବିଆଇ। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ବୁଦ୍ଧଦେବ ନାଏକ(୪୫) । ସେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂର ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି।

ବୁଦ୍ଧଦେବକୁ ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ନିଶ୍ଚିତପୁର ଗାଁସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଛି। ଏହି ଗିରଫଦାରୀ ପରେ ପୁଣି ଚର୍ଚ୍ଚାକୁ ଆସିଛି ମାମଲା । ୧୯୯୯ ଘଟଣା ପରଠାରୁ ଫେରାର ଥିଲା ବୁଦ୍ଧଦେବ । ଗତକାଲି ବିଳମ୍ବିତ ରାତିରେ ଘରେ ଥିବା ସୂଚନା ପାଇ ସିବିଆଇ ତାକୁ ଉଠାଇ ନେଲା।

Related story