ପିଶାଚ ଅଜା; ୭ ବର୍ଷର ନାତି ସହ ରଖିଲା ଅପ୍ରାକୃତିକ ସମ୍ପର୍କ

ଉଦଳା(ମାନସ ପାଣି): କୁତ୍ସିତ ମାନସିକତା, ହୀନ ଚକ୍ରାନ୍ତ । ନିଜ ଯୌନ ଲାଳସାକୁ ଚରିତାର୍ଥ କରିବାକୁ ବୃଦ୍ଧ ସାଜିଲେ ଯୌନ ରାକ୍ଷାସ । ୭ ବର୍ଷର ନାତିକୁ ଜଙ୍ଗଲକୁ ଡାକି ନେଇ ତା’ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଲେ। ନାବାଳକଜଣକ ଘରେ ଏକଥା ଜଣାଇବା ପରେ ଏହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ୍‌ ଅଭିଯୁକ୍ତ ଅଜା ଲିଟୁ ସିଂଙ୍କୁ ଗିରଫ କରିଥିବା ବେଳେ ନାତିଙ୍କ ଅବସ୍ଥା ଗୁରୁତର ରହିଛି। ଏପରି ଅଭାବନୀୟ ଘଟଣା […]

minor-boy

  • Published: Wednesday, 19 October 2022
  • , Updated: 19 October 2022, 10:00 AM IST

ଉଦଳା(ମାନସ ପାଣି): କୁତ୍ସିତ ମାନସିକତା, ହୀନ ଚକ୍ରାନ୍ତ । ନିଜ ଯୌନ ଲାଳସାକୁ ଚରିତାର୍ଥ କରିବାକୁ ବୃଦ୍ଧ ସାଜିଲେ ଯୌନ ରାକ୍ଷାସ । ୭ ବର୍ଷର ନାତିକୁ ଜଙ୍ଗଲକୁ ଡାକି ନେଇ ତା’ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଲେ। ନାବାଳକଜଣକ ଘରେ ଏକଥା ଜଣାଇବା ପରେ ଏହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ୍‌ ଅଭିଯୁକ୍ତ ଅଜା ଲିଟୁ ସିଂଙ୍କୁ ଗିରଫ କରିଥିବା ବେଳେ ନାତିଙ୍କ ଅବସ୍ଥା ଗୁରୁତର ରହିଛି। ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଘଟିଛି।

ଜଙ୍ଗଲକୁ ପକ୍ଷୀ ଶିକାର କରିବାକୁ ଯିବା କହି ଲିଟୁ ସିଂ ସମ୍ପର୍କୀୟ ୭ ବର୍ଷର ନାତିକୁ ସାଙ୍ଗରେ ଡାକି ନେଇଥିଲେ। ହେଲେ ଜଙ୍ଗଲ ଭିତରେ ଅଜା ସାଜିଲା ଯୌନ ପିଶାଚ । ନାତିକୁ ଧମକ ଦେଇ ତା ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା।

ଜଙ୍ଗଲରୁ ଫେରିବା ପରେ ନାବାଳକ ଜଣକ ପୁରା ଘଟଣା ବାବଦରେ ପରିବାର ଲୋକଙ୍କୁ କହିବା ପରେ ପରିବାର ଲୋକେ ଏ ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ପୀଡ଼ିତ ନାବାଳକଙ୍କ ଡାକ୍ତରୀ ମାଇନା କରିବା ସହ ଅଭିଯୁକ୍ତ ଅଜା ଲିଟୁ ସିଂକୁ ଗିରଫ କରିଛି ।

Related story