ନିର୍ଦ୍ଦୟ ଜେଜେ ମା’, ନାତିକୁ ମାଇଲା ଗୋଇଠା

ଜଳେଶ୍ୱର(ଅଜିତ ଦାସ): କୌଣସି କାରଣରୁ  ବାପାମା’ଙ୍କ ଠାରୁ ମାଡ଼, ଗାଳି ଖାଇଲେ ଛୁଆଟି ଯାଇ ଜେଜେ ମା’ର ପଣତ କାନିରେ ପଶିଯାଏ। ଘରେ ଜେଜେ ମା’ ପାଖରେ ଥିଲେ, ପିଲାଟିକୁ କୌଣସି ପ୍ରକାର ଭୟ ନ ଥାଏ। ହେଲେ ଯଦି ରକ୍ଷକ ଭକ୍ଷକ ସାଜେ, ଅର୍ଥାତ ଖୋଦ ଜେଜେ ମା’ ଯଦି ନିର୍ଦ୍ଦୟ ହୋଇଯାଏ, ତା’ ହେଲେ ପିଲାଟିର ଅବସ୍ଥା କ’ଣ ହେବ କେବେ ଭାବିଛନ୍ତି। ଆପଣ ଏପରି ଜେଜେ ମା’ କେବେ ଦେଖି ନଥିବେ, ଯେ […]

sora-1000000

Tapaswini Nayak
  • Published: Saturday, 03 August 2019
  • , Updated: 03 August 2019, 02:23 PM IST

ଜଳେଶ୍ୱର(ଅଜିତ ଦାସ): କୌଣସି କାରଣରୁ  ବାପାମା’ଙ୍କ ଠାରୁ ମାଡ଼, ଗାଳି ଖାଇଲେ ଛୁଆଟି ଯାଇ ଜେଜେ ମା’ର ପଣତ କାନିରେ ପଶିଯାଏ। ଘରେ ଜେଜେ ମା’ ପାଖରେ ଥିଲେ, ପିଲାଟିକୁ କୌଣସି ପ୍ରକାର ଭୟ ନ ଥାଏ। ହେଲେ ଯଦି ରକ୍ଷକ ଭକ୍ଷକ ସାଜେ, ଅର୍ଥାତ ଖୋଦ ଜେଜେ ମା’ ଯଦି ନିର୍ଦ୍ଦୟ ହୋଇଯାଏ, ତା’ ହେଲେ ପିଲାଟିର ଅବସ୍ଥା କ’ଣ ହେବ କେବେ ଭାବିଛନ୍ତି।

ଆପଣ ଏପରି ଜେଜେ ମା’ କେବେ ଦେଖି ନଥିବେ, ଯେ କି ନାତି ଲାଗି ସବୁ ନିର୍ଦ୍ଦୟତାର ସୀମା ଟପି ଯାଇଥିବ। ଏପରି ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ନିହାତି ଭାବେ ଆପଣଙ୍କ ମନକୁ ତରଳାଇ ଦେବ।

ଭିଡିଓରେ  ୭ ବର୍ଷର କୋମଳମତି ନାତିର ଭୁଲ ଲାଗି ତାକୁ ତଳେ ପକାଇ ଲଗାତର ଭାବେ  ଗୋଇଠା ମାରିବାକୁ ପଛାଉ ନାହାନ୍ତି ବୃଦ୍ଧା ଜଣକ। ପିଲାଟି ଜେଜେ ମା’ର ଗୋଡ଼ ଧରି ଯେତେ କାକୁତିମିନତି ହେଲେ ମଧ୍ୟ କିଛି ଶୁଣିବା ପରିସ୍ଥିତିରେ ନାହାନ୍ତି ସେ।

ଛୋଟ ଛୁଆଟିକୁ ଅକଥନୀୟ ଶାରିରୀକ ନିର୍ଯାତନା ଦେବା ସତ୍ତ୍ୱେ ତାଙ୍କ ମନ ତରଳି ନାହିଁ।  ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ। କେହି ଜଣେ ବ୍ୟକ୍ତି ଭିଡିଓଟି ମୋବାଇଲରେ ଉତ୍ତୋଳନ କରିବା ପରେ ଏହା ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ  ହୋଇଛି।

ଏହି ଭିଡିଓରେ ଛୋଟିଆ ଶିଶୁଟିକୁ ନିର୍ଯାତନା ଦେଉଥିବା ମହିଳାଜଣଙ୍କ ହେଲେ ବୃନ୍ଦାବତୀ ଚନ୍। ନାଁ ସିନା ବୃନ୍ଦାବତୀ, ହେଲେ ଆଚରଣ କିନ୍ତୁ ଓଲଟା।

ସୂଚନା ଅନୂସାରେ,ବସ୍ତା ବ୍ଲକ୍ ବେଲୋରା ପଞ୍ଚାୟତ ଗଙ୍ଗାଧରପୁର ଗାଁରେ ନିଜ ଜେଜେମା ସହ ଶିଶୁଟି ରହୁଥିଲା। ଏହି ଶିଶୁର ବାପା-ମା ମୁମ୍ବାଇରେ ରୁହନ୍ତି। ସେମାନେ ସେଠାରେ ଦାଦନ ଖଟୁଥିବାରୁ ଛୁଆକୁ ଜେଜେମା ପାଖରେ ଛାଡ଼ି ଦେଇଛନ୍ତି।

ତେବେ ଗତକାଲି କୌଣସି କାରଣକୁ ନେଇ ନାତି ଉପରେ ରାଗିଥିବା ଜେଜେମା ତାକୁ ଏପରି ନିର୍ଦ୍ଦୟ ଭାବେ ଦଣ୍ଡ ଦେଇଥିବା କୁହାଯାଉଛି। ପିଲାଟି ଯନ୍ତ୍ରଣାରେ ଛଟପଟ ହୋଇ ଅତି ଦୟନୀୟ ଭାବେ କାକୁତି ମିନତି ହେଉଥିଲେ ବି ଜେଜେମାର ମନ ତରଳି ନଥିଲା। ଏହି ଭିଡିଓଟି ଭାଇରାଲ ହେବା ପରେ ନିଜ ପରିବାରରେ ମଧ୍ୟ ଶିଶୁଟି କେତେ ଅସୁରକ୍ଷିତ, ସେ ନେଇ ପ୍ରଶ୍ନ ଉଠିଛି।

Related story