ସମ୍ପର୍କର ମାନେ ବୁଝିଲାନି ସମ୍ପର୍କୀୟ ନାତି; କାଳ ହେଲା ଟଙ୍କା, ସୁନା ଲୋଭ

ସାଲେପୁର(ମନୋଜ ଆଚାର୍ଯ୍ୟ): ଯାହାକୁ ନିଜର ଭାବି ଘରେ ରଖିଥିଲେ, ପାଳି ପୋଷି ବଡ଼ କରିଥିଲେ ଶେଷରେ ସିଏ ହିଁ ଚୋଟ ମାରିଲା। ସମ୍ପର୍କର ମାନେ ବୁଝିଲାନି ସମ୍ପର୍କୀୟ ନାତି। ସାମାନ୍ୟ ସୁନା, ଟଙ୍କା ପାଇଁ ପାଳିପୋଷି ବଡ଼ କରିଥିବା ସମ୍ପର୍କୀୟ ଜେଜେବାପା, ଜେଜେମା’ଙ୍କୁ ରାସ୍ତାରୁ ସଫା କରିବାକୁ ଯୋଜନା କଲ। । ନାତି ଆକ୍ରମଣରେ ଜେଜେ ଆଖି ବୁଜି ସାରିଥିବା ବେଳେ କଟକ ବଡ଼ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଜେଜେ ମା’ । କଟକ […]

pic

  • Published: Saturday, 10 December 2022
  • , Updated: 10 December 2022, 11:45 AM IST

ସାଲେପୁର(ମନୋଜ ଆଚାର୍ଯ୍ୟ): ଯାହାକୁ ନିଜର ଭାବି ଘରେ ରଖିଥିଲେ, ପାଳି ପୋଷି ବଡ଼ କରିଥିଲେ ଶେଷରେ ସିଏ ହିଁ ଚୋଟ ମାରିଲା। ସମ୍ପର୍କର ମାନେ ବୁଝିଲାନି ସମ୍ପର୍କୀୟ ନାତି। ସାମାନ୍ୟ ସୁନା, ଟଙ୍କା ପାଇଁ ପାଳିପୋଷି ବଡ଼ କରିଥିବା ସମ୍ପର୍କୀୟ ଜେଜେବାପା, ଜେଜେମା’ଙ୍କୁ ରାସ୍ତାରୁ ସଫା କରିବାକୁ ଯୋଜନା କଲ। । ନାତି ଆକ୍ରମଣରେ ଜେଜେ ଆଖି ବୁଜି ସାରିଥିବା ବେଳେ କଟକ ବଡ଼ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଜେଜେ ମା’ । କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଗ୍ରାମରେ ଗତକାଲି ଘଟିଥିବା ଏପରି ଏକ ହୃଦୟ ବିଦାରକ ଘଟଣା ନେଇଛି ପୂରାପୂରି ଟ୍ୱିଷ୍ଟ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସମ୍ପର୍କୀୟ ନାତିକୁ ପୁଲିସ୍‌ ଅଟକ ରଖିଛି।

ଗତ ଗୁରୁବାର ବିଳମ୍ବିତ ରାତିରେ ନିଜ ଘରେ ଥିବା ବେଳେ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇ ପଡ଼ିଥିଲେ ହୃଷିକେଶ ମୁଦୁଲି।  ଅତ୍ୟଧିକ ରକ୍ତସ୍ରାବ ହେତୁ ନିଜ ଘରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ତେବେ ତାଙ୍କ ପତ୍ନୀ  କନକଲତା ଏବେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଟଙ୍କା, ସୁନା ଲୁଟ ଉଦ୍ଦେଶ୍ୟରେ ଘରେ ପଶିଥିବା ୪ ଦୁର୍ବୃତ୍ତ ଏପରି କାଣ୍ଡ ଭିଆଇଥିବା ପ୍ରଥମେ ତାଙ୍କ ସମ୍ପର୍କୀୟ ନାତି ଓଁକାର କହିଥିଲା।

ପୁଲିସ୍‌ର ଘନ ଘନ ଜେରା ପରେ କିନ୍ତୁ ସବୁ ସତ ବାହାର କରିଛନ୍ତି ଓଁକାର। କେବଳ ଟଙ୍କା, ସୁନା ପାଇଁ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଛି। ଏପରିକି ନିଜେ ଏକୁଟିଆ ହିଁ ଏହି ସମସ୍ତ କାମ କରିଥିବା ଓଁକାର ନିଜ ଖସିବା ପାଇଁ ବି ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରି ରଖିଥିଲା। ହେଲେ ପୁଲିସ୍‌ର ଅଡ଼ୁଆ ପ୍ରଶ୍ନ ଆଗରେ ହାର ମାନିଗଲା ଓଁକାରର ଚାଲାକି, ଆଉ ହତ୍ୟା ପଛର ସବୁ ସତ୍ୟ ଉଗାଳି ଦେଇଛି।

ପ୍ରଥମେ ୪ ଦୁର୍ବୃତ୍ତ ଘରେ ପଶି ସବୁ ସୁନା, ଟଙ୍କା ଲୁଟି ଜେଜେଙ୍କୁ ଓ ଜେଜେମା’ଙ୍କୁ ଆକ୍ରମଣ କରିଥିବା ପୁଲିସ୍‌କୁ କହିଥିଲା ଓଁକାର। କେବଳ ସେତିକି ନୁହେଁ, ଭୟଭୀତ ହୋଇଯାଇଥିବାରୁ ପଡ଼ୋଶୀଙ୍କୁ ବି ବିଳମ୍ବରେ ଡାକିଥିବା କହିଥିଲା । ତେବେ ଗାଁ ଭିତରେ ଦୁର୍ବୃତ୍ତ ପଶି ହାଣିକି ପଳାଇଥିବା ବେଳେ ଗାଁ ଲୋକେ ଟେର ନ ପାଇବା ତଥା ପାଖରେ ଜଣେ ବୃଦ୍ଧା ଛଟପଟ ହେଉଥିବା ବେଳେ ପ୍ରାୟ ଘଣ୍ଟାଏ ପରେ ସାହାଯ୍ୟ ମାଗିବାକୁ ନେଇ ପୁଲିସ୍‌ର ସନ୍ଦେହ ବଢ଼ିଥିଲ।

ଏହାପରେ ପୁଲିସ୍‌ ଘଟଣାର ତନାଘନା କରି ଓଁକାରଙ୍କୁ ପଚରାଉଚରା କରି ସବୁ ସତ ବାହାର କରିଛି। ଆଜି ଅପରାହ୍ନରେ ଏ ନେଇ ଏକ ପ୍ରେସ ମିଟ୍‌ରେ ପୁଲିସ୍‌ ସବୁ କିଛି ତଥ୍ୟ ରଖିବ ବୋଲି ଜଣାଯାଇଛି।

Related story