ଜେଜେ ମା’ କହିଲେ କାମ ନକରି ଅଳସୁଆ ହୋଇ କାହିଁକି ବସୁଛୁ: ତା’ପରେ...

ନାରାୟଣପାଟଣା(ପି.ଗୋବିନ୍ଦରାଜୁ ସୁବୁଦ୍ଧି): ସାମାନ୍ୟ କଥାକୁ ନେଇ ଜେଜେମାକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ନାତି। ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ତେନ୍ତୁଳିପଦର ପଞ୍ଚାୟତର ସାନ କୁତୁଡି ଗାଁରୁ। ମୃତକ ହେଲେ ସାଲମେ ହୁଇକା। ଅଭିଯୋଗ ଅନୁଯାୟୀ, ସାଲମେଙ୍କ ନାତି ପାଲସୁ ହୁଇକା କାମ ଧନ୍ଦା ନକରି ଘରେ ବସି ରହୁଥିଲା। ଏଥିପାଇଁ ଜେଜେମା ନାତିକୁ ତାଗିଦ କରି କହିଥିଲେ, କାମ ଧନ୍ଦା ନକରି ଅଳସୁଆ ହୋଇ ବସୁଛୁ। ଏତିକି କଥାରେ ନାତିର […]

old women

Rakesh Mallick
  • Published: Sunday, 24 June 2018
  • , Updated: 24 June 2018, 08:42 AM IST

ନାରାୟଣପାଟଣା(ପି.ଗୋବିନ୍ଦରାଜୁ ସୁବୁଦ୍ଧି): ସାମାନ୍ୟ କଥାକୁ ନେଇ ଜେଜେମାକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ନାତି। ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ତେନ୍ତୁଳିପଦର ପଞ୍ଚାୟତର ସାନ କୁତୁଡି ଗାଁରୁ। ମୃତକ ହେଲେ ସାଲମେ ହୁଇକା।

ଅଭିଯୋଗ ଅନୁଯାୟୀ, ସାଲମେଙ୍କ ନାତି ପାଲସୁ ହୁଇକା କାମ ଧନ୍ଦା ନକରି ଘରେ ବସି ରହୁଥିଲା। ଏଥିପାଇଁ ଜେଜେମା ନାତିକୁ ତାଗିଦ କରି କହିଥିଲେ, କାମ ଧନ୍ଦା ନକରି ଅଳସୁଆ ହୋଇ ବସୁଛୁ। ଏତିକି କଥାରେ ନାତିର ମୁଣ୍ଡକୁ ପିତ୍ତ ଚଢିଯିବାରୁ ଠେଙ୍ଗାରେ ଜେଜେମାକୁ ଆକ୍ରମଣ କରିଥିଲା। ଫଳରେ ସାଲମେଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଅଭିଯୁକ୍ତର ବାପା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏନେଇ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି।

Related story