ଜେଲ୍‌ରୁ ବାହାରିବେ ରାଜା ଆଚାର୍ଯ୍ୟ, ଚିନ୍ତାରେ ଗୀତାଞ୍ଜଳି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜେଲ୍‌ରୁ ବାହାରିପାରନ୍ତି ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ। ଏହା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଏହାକୁ ନେଇ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି ଜୁଡୋ କୋଞ୍ଚ ବିରଞ୍ଚି ଦାସଙ୍କ ପତ୍ନୀ ଗୀତାଞ୍ଜଳି। ନିଜର ଓ ନିଜ ପରିବାର ଲୋକଙ୍କ ସୁରକ୍ଷା ପାଇଁ ପୋଲିସ କମିସନରଙ୍କ ପାଖରେ ଗୁହାରି କରିବେ ବୋଲି ଗୀତାଞ୍ଜଳି କହିଛନ୍ତି। ଜ୍ୟୋତି ମୋଟର୍ସ ଅଧିକାରୀଙ୍କୁ ଅପହରଣ ଓ ଦାଦାବଟି ମାମଲାରେ ତାଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ। ୫୦ହଜାର ଟଙ୍କା ଓ […]

raja acharaya

Rakesh Mallick
  • Published: Friday, 20 April 2018
  • , Updated: 20 April 2018, 06:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜେଲ୍‌ରୁ ବାହାରିପାରନ୍ତି ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ। ଏହା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଏହାକୁ ନେଇ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି ଜୁଡୋ କୋଞ୍ଚ ବିରଞ୍ଚି ଦାସଙ୍କ ପତ୍ନୀ ଗୀତାଞ୍ଜଳି। ନିଜର ଓ ନିଜ ପରିବାର ଲୋକଙ୍କ ସୁରକ୍ଷା ପାଇଁ ପୋଲିସ କମିସନରଙ୍କ ପାଖରେ ଗୁହାରି କରିବେ ବୋଲି ଗୀତାଞ୍ଜଳି କହିଛନ୍ତି।

ଜ୍ୟୋତି ମୋଟର୍ସ ଅଧିକାରୀଙ୍କୁ ଅପହରଣ ଓ ଦାଦାବଟି ମାମଲାରେ ତାଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ। ୫୦ହଜାର ଟଙ୍କା ଓ ଦୁଇଟି ଜାମିନଦାର ବଳରେ ତାଙ୍କୁ ଏହି ଜାମିନ ମିଳିଛି। ଏହାଛଡ଼ା ପ୍ରତି ସପ୍ତାହରେ ଲିଙ୍ଗରାଜ ମନ୍ଦିର ଥାନାରେ ହାଜିରା ଦେବେ ରାଜା। ଅନ୍ୟ କୌଣସି ଅପରାଧୀକ ମାମଲାରେ ଯେପରି ସଂପୃକ୍ତ ନହେବେ ସେଥିପାଇଁ ଜାମିନରେ ସର୍ତ ରହିଛି। ରାଜାଙ୍କ ଓକିଲଙ୍କ ଅନୁସାରେ, ତାଙ୍କ ବିରୋଧରେ ଆଉ କୌଣସି ମାମଲା ନଥିବାରୁ ଜାମିନ ମିଳିବା ବାଟ ଖୋଲିଯାଇଛି।

ପୂର୍ବରୁ ଜୁଡୋ କୋଚ ବିରଞ୍ଚି ଦାସ ହତ୍ୟା ମାମଲାରେ ଆଜୀବନ ସଜାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଜାମିନ ଆବେଦନ କରିଥିଲେ ରାଜା। ଆଜୀବନ ସଜାକୁ ନେଇ ଚ୍ୟାଲେଞ୍ଜ କରିଥିବା ଅପିଲର ଶୁଣାଣି କରି ରାଜାଙ୍କୁ ମିଳିଛି ଏହି ଜାମିନ୍। ପୂର୍ବରୁ ଏହି ମାମଲାରେ ରାଜାଙ୍କୁ ଜାମିନ ମିଳିବା ସମ୍ଭାବନା ଥିଲା। ତେବେ ଜ୍ୟୋତି ମୋଟର୍ସ ମାମଲା ଜାମିନରେ ବାଧକ ସାଜିଥିଲା।  ବର୍ତ୍ତମାନ ଜାମିନ ମିଳିଥିବାରୁ ଜେଲରୁ ବାହାରିବା ସମ୍ଭାବନା ରହିଛି।

୨୦୦୮ ଏପ୍ରିଲ ୧୩ ତାରିଖରେ ଜୁଡୋ କୋଚ ବିରଞ୍ଚି ଦାସଙ୍କୁ ଜୁଡୋ ହଲ ଭିତରେ ଗୁଳିକରି ହତ୍ୟା କରାଯାଇଥିଲା। ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡରେ ରାଜା ଗୋଆର ପାନାଜୀ କୋର୍ଟରେ ସରେଣ୍ଡର କରିଥିଲା।

ଚିନ୍ତାରେ ଗୀତାଞ୍ଜଳି

ରାଜାକୁ ଜାମିନ ମିଳିବା ପରେ ଚିନ୍ତାରେ ପଡ଼ିଗଲେଣି ଜୁଡୋ କୋଚ ବିରଞ୍ଚ ଦାସଙ୍କ ପତ୍ନୀ ଗୀତାଞ୍ଜଳି। ନିଜ ତଥା ନିଜ ପରିବାର ପ୍ରତି ବିପଦ ଥିବା ଆଶଂକା କରି ପୋଲିସ କମିସନରକୁ ଗୁହାରି ଜଣାଇବେ ବୋଲି କହିଛନ୍ତି। ଗୀତାଞ୍ଜଳିଙ୍କୁ ବର୍ତ୍ତମାନ କମିଶନରେଟ ପୋଲିସ ପକ୍ଷରୁ ଗୋଟିଏ ପିଏସ୍‌ଓ ଦିଆଯାଇଛି। ଗତ କିଛି ଦିନ ତଳେ ତାଙ୍କ ପୁତୁରାଙ୍କୁ କିଛି ଦୁର୍ବୃତ୍ତ ଧମକ ଦେଉଥିବା ଅଭିଯୋଗ ମଧ୍ୟ ସେ କରିଛନ୍ତି।

Related story