- Videos
- Odisha
- କଅଁଳ ବୟସରେ କ୍ରାନ୍ତିକାରୀ ଭାଷଣ, ଶୁଣିଲେ ଲୋମ ଟାଙ୍କୁରି ଉଠିବ
କଅଁଳ ବୟସରେ କ୍ରାନ୍ତିକାରୀ ଭାଷଣ, ଶୁଣିଲେ ଲୋମ ଟାଙ୍କୁରି ଉଠିବ
- Published: Tuesday, 30 January 2018
- , Updated: 30 January 2018, 08:59 PM IST
<p>ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ସ୍ୱାଧିନତାର ପ୍ରକୃତ ଅର୍ଥ କ’ଣ। ଆମ ଦେଶର ସମ୍ୱିଧାନର ମୂଲ୍ୟ କ’ଣ। ଗଣତନ୍ତ୍ର ଦିବସ କାହିଁକି ପାଳନ କରାଯାଏ? ଏ ସବୁ ବୁଝିବା ପାଇଁ ତା’ ବୟସ ହୋଇନି। କିନ୍ତୁ କୁନି ମୁହଁରେ ସମ୍ବିଧାନର ମହତ୍ୱ ଆଉ ଗାରିମା ଶୁଣିଲେ ଯେ କେହି ବି ଆବାକ୍‌ ହୋଇଯିବ। ଏମିତି ଭାଷଣ କୌଣସି କ୍ରାନ୍ତିକାରୀ ବକ୍ତାର ଓଜସ୍ୱିନୀ ଭାଷଣଠାରୁ ବି କମ୍‌ ନୁହଁ। ଏକ ସ୍ୱରରେ ଏବଂ ଗୋଟିଏ ନିଃଶ୍ୱାସରେ ସେ ବଖାଣି ଯାଉଛି ଗଣତନ୍ତ୍ର ଦିବସର ମହତ୍ୱ। ଜଣେ କୋମଳମତି ଛାତ୍ରୀ ମୁହଁରେ ଏଭଳି କିଛି ଚମତ୍କାର ଭାଷଣ ଏବେ ସୋସିଆଲ ମିଡିଆରେ ପ୍ରଖର ଗତିରେ ଭାଇରାଲ ହେଉଛି। ଝିଅଟିର ନାଁ ହେଉଛି ପ୍ରତ୍ୟାଶା ପତି। ଗଣତନ୍ତ୍ର ଦିବସରେ ନିଜ ସ୍କୁଲରେ ଏହି କୁନି ଝିଅଟି ଦେଇଥିବା ଭାଷଣ ଖୁବ୍‌ ହୃଦୟସ୍ପର୍ଷୀ ଏବଂ ମହତ୍ୱପୂର୍ଣ୍ଣ।</p>
<p>ସମ୍ବିଧାନର ପ୍ରଣେତା କିଏ , ସମ୍ବିଧାନ ଗଠନର ଉଦ୍ଦେଶ୍ୟ, ଜାତୀୟ ପତାକାର ମହନୀୟତା ଏ ସବୁ ସେ ଗୋଟି ଗୋଟି କରି ଗର୍ବର ସହ ବଖାଣି ଯାଉଛି। କହିବା ବେଳେ ତା’ର ଚାହାଣୀରେ ଫୁଟି ଉଠୁଥିଲା ଦେଶ ପ୍ରେମର ବହ୍ନି। ଭାବଭଙ୍ଗୀରେ ଥିଲା ବୀରତାର ଝଲକ। ଶୁଣିଲେ ଟାଙ୍କୁରି ଯିବ ଲୋମ । ଏବେ ଏହି ଭିଡିଓଟି ଭାଇରାଲ ହେବା ପରେ ଛୁଟୁଛି ପ୍ରଂଶସା। ବର୍ଷିଯାଉଛି ଆଶୀବାର୍ଦ ଆଉ ଶୁଭେଚ୍ଛାର ବର୍ଷା।ଆଜିର ସମାଜରେ ଯେଉଁମାନେ ଧର୍ମ ନାମରେ ବିଭାଜନର ଖେଳ ଖେଳୁଛନ୍ତି , ହୀନ ରାଜନୀତି କରି ଦେଶର ଅଖଣ୍ଡତାକୁ ନଷ୍ଠ କରୁଛନ୍ତି , ସମ୍ପ୍ରଦାୟର ବିଷ ମଞ୍ଜି ବୁଣୁଛନ୍ତି ଏବଂ ସମ୍ବିଧାନର ମୂଲ୍ୟବୋଧକୁ ନଷ୍ଟଭ୍ରଷ୍ଟ କରୁଛନ୍ତି ସେମାନଙ୍କ ପାଇଁ ଏହି କୁନି ପିଲାର ଭାଷଣ ଏକ ଶକ୍ତି ଚାପୁଡ଼ା ଭଳି ମନେ ହେଉଛି।</p>