କରୋନା ଯୁଦ୍ଧରେ ସାମିଲ ହେଲେ ଗ୍ରୀନ ସୋଲଜର

ବାରିପଦା (ମାଣିକଲାଲ ପାଣି): କରୋନା ଯୁଦ୍ଧରେ ଏବେ ସାମିଲ ହୋଇଛନ୍ତି ଗ୍ରୀନ୍ ସୋଲଜର। ପୂର୍ବରୁ ସବୁ‌ଆଡେ ପୁଲିସ ନିୟୋଜିତ ହେଉଥିବା ବେଳେ ପ୍ରଥମ କରି ମୟୂରଭଞ୍ଜ ଜିଲ୍ଲାରେ ଗ୍ରୀନ୍ ସୋଲଜର ଅର୍ଥାତ୍ ବନ ବିଭାଗ କର୍ମଚାରୀଙ୍କୁ  ଏହି  ଯୁଦ୍ଧରେ ନିୟୋଜିତ କରାଯାଇଛି। ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ମୟୂରଭଞ୍ଜ ଜିଲ୍ଲା ଦେଇ ଅନେକ ରାସ୍ତା ପଶ୍ଚିମବଙ୍ଗକୁ ଲାଗି ରହିଛି। ଏହି ରାସ୍ତାରେ ପଶ୍ଚିମବଙ୍ଗ ଏବଂ ଅନ୍ୟ ରାଜ୍ୟରୁ କରୋନା ସଂକ୍ରମିତ କିପରି ଓଡ଼ିଶା ପ୍ରବେଶ କରିନପାରିବେ,  ତାହା  ଉପରେ  ନଜର  […]

hhhyjjjjj

Tapaswini Nayak
  • Published: Friday, 24 April 2020
  • , Updated: 24 April 2020, 09:49 AM IST

ବାରିପଦା (ମାଣିକଲାଲ ପାଣି): କରୋନା ଯୁଦ୍ଧରେ ଏବେ ସାମିଲ ହୋଇଛନ୍ତି ଗ୍ରୀନ୍ ସୋଲଜର। ପୂର୍ବରୁ ସବୁ‌ଆଡେ ପୁଲିସ ନିୟୋଜିତ ହେଉଥିବା ବେଳେ ପ୍ରଥମ କରି ମୟୂରଭଞ୍ଜ ଜିଲ୍ଲାରେ ଗ୍ରୀନ୍ ସୋଲଜର ଅର୍ଥାତ୍ ବନ ବିଭାଗ କର୍ମଚାରୀଙ୍କୁ  ଏହି  ଯୁଦ୍ଧରେ ନିୟୋଜିତ କରାଯାଇଛି।

ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ମୟୂରଭଞ୍ଜ ଜିଲ୍ଲା ଦେଇ ଅନେକ ରାସ୍ତା ପଶ୍ଚିମବଙ୍ଗକୁ ଲାଗି ରହିଛି। ଏହି ରାସ୍ତାରେ ପଶ୍ଚିମବଙ୍ଗ ଏବଂ ଅନ୍ୟ ରାଜ୍ୟରୁ କରୋନା ସଂକ୍ରମିତ କିପରି ଓଡ଼ିଶା ପ୍ରବେଶ କରିନପାରିବେ,  ତାହା  ଉପରେ  ନଜର  ରଖିଛନ୍ତି  ସରକାର ।

ବନ ବିଭାଗ କର୍ମଚାରୀଙ୍କର ଏହି ସବୁ ରାସ୍ତା ସମ୍ପର୍କରେ ବିଶେଷ ଧାରଣା ରହିଛି । ତେଣୁ  ସେମାନଙ୍କୁ  ବର୍ଡରରେ ମୁତୟନ କରାଯାଇଛି।

ବାରିପଦା ବନଖଣ୍ଡ ଅଧୀନ ଝାରପୋଖରିଆ, ଶୁଳିଆପଦା, ରାସଗୋବିନ୍ଦପୁର, ଚାନ୍ଦୁଆ ଓ ମୋରଡ଼ା ଆଦି ୫ଟି ଥାନା ଅଧୀନରେ ଥିବା  ବିଭିନ୍ନ ଜଙ୍ଗଲିଆ ରାସ୍ତାରେ ଏହି ବନ କର୍ମଚାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।

Related story