ଗ୍ରୀନ୍-ରେ ଚିଟଫଣ୍ଡ କମ୍ପାନୀ ନିର୍ଦ୍ଦେଶକଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଖି ବୁଜିଲେ ଗ୍ରୀନ୍-ରେ ଚିଟଫଣ୍ଡ କଂପାନିର ନିର୍ଦ୍ଦେଶକ ମୀର ସହରୁଦ୍ଦିନ ଓରଫ ଗୋରା। ଝାରପଡ଼ା ଜେଲ ବାଥରୁମରେ ଗୋଡ଼ ଖସି ଗୋରାଙ୍କ ଜୀବନ ଯାଇଛି । ଗ୍ରୀନ୍-ରେ ଚିଟଫଣ୍ଡ କମ୍ପାନୀ ଦୁଇ ଗୁଣା ଟଙ୍କା ଲୋଭ ଦେଖାଇ ସାରାଦେଶରୁ ୨ ହଜାର କୋଟିରୁ ଅଧିକ ଏବଂ କେବଳ ଓଡ଼ିଶାରୁ ୫ଶହ କୋଟିରୁ ଅଧିକ ଟଙ୍କା ଠକେଇ କରିଥିଲା। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଶେଖଓ୍ୱାର୍ଡ ଅଞ୍ଚଳର ଗୋରା ୨୦୦୫ ମସିହାରେ ଚିଟଫଣ୍ଡ କଂପାନି ଖୋଲିଥିଲେ […]

Image

Niharika Rout
  • Published: Monday, 11 July 2022
  • , Updated: 11 July 2022, 01:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଖି ବୁଜିଲେ ଗ୍ରୀନ୍-ରେ ଚିଟଫଣ୍ଡ କଂପାନିର ନିର୍ଦ୍ଦେଶକ ମୀର ସହରୁଦ୍ଦିନ ଓରଫ ଗୋରା। ଝାରପଡ଼ା ଜେଲ ବାଥରୁମରେ ଗୋଡ଼ ଖସି ଗୋରାଙ୍କ ଜୀବନ ଯାଇଛି ।

ଗ୍ରୀନ୍-ରେ ଚିଟଫଣ୍ଡ କମ୍ପାନୀ ଦୁଇ ଗୁଣା ଟଙ୍କା ଲୋଭ ଦେଖାଇ ସାରାଦେଶରୁ ୨ ହଜାର କୋଟିରୁ ଅଧିକ ଏବଂ କେବଳ ଓଡ଼ିଶାରୁ ୫ଶହ କୋଟିରୁ ଅଧିକ ଟଙ୍କା ଠକେଇ କରିଥିଲା।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଶେଖଓ୍ୱାର୍ଡ ଅଞ୍ଚଳର ଗୋରା ୨୦୦୫ ମସିହାରେ ଚିଟଫଣ୍ଡ କଂପାନି ଖୋଲିଥିଲେ । ଟଙ୍କା ଦୁଇ ଗୁଣର ଲୋଭ ଦେଖାଇ ସାରା ଦେଶରେ ୧୦୦ରୁ ଅଧିକ ଅଫିସ ଖୋଲିଥିଲେ ମୀର । ଚିଟଫଣ୍ଟ ଦୁର୍ନୀତି ସାମନାକୁ ଆସିବା ପରେ ୨୦୧୨ରୁ ବିଦେଶ ପଳାଇ ଆତ୍ମଗୋପନ କରିଥିଲେ । ୨୦୧୭ରେ ଭାରତ ଫେରିବା ବେଳେ କୋଲକାତା ଏୟାରପୋର୍ଟରୁ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଦୀର୍ଘ ୫ ବର୍ଷ ବନ୍ଦୀ ଜୀବନ କାଟି ସାରିଥିବା ମୀର ସହରୁଦ୍ଦିନ ଶେଷରେ ଜେଲ୍‌ରେ ହିଁ ଆଖି ବୁଜିଛନ୍ତି।

Related story