ହୋଲି ଖେଳ ବେଳେ ଚିରି ଦେଲେ ଯୁବତୀଙ୍କ ପୋଷାକ, ତା’ପରେ…

Ordigital Desk
  • Published: Saturday, 03 March 2018
  • , Updated: 03 March 2018, 09:09 AM IST
<p>ରାଉରକେଲା: ହୋଲି ଖେଳ ବେଳେ ଯୁବତୀଙ୍କ ପ୍ରତି ଅସଦାଚରଣ ଅଭିଯୋଗ ହୋଇଛି। ଗତକାଲି ହୋଲି ଖେଳ ବେଳେ ହଳଦୀ ଦଫେଇର ଜଣେ ଯୁବତୀଙ୍କ ପ୍ରତି ଅସଦାଚରଣ ସହ ତାଙ୍କ ପୋଷାକ ଚିରିଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଗାଁ ଲୋକେ ବୀରମିତ୍ରପୁର ଥାନାରେ ଏତଲା ଦେବାକୁ ଆସିଥିଲେ। ତେବେ ଏହି ସମୟରେ ଅପରପକ୍ଷ ଲୋକେ ମଧ୍ୟ&nbsp; ଥାନାକୁ ଆସିଥିଲେ। ଉଭୟ ପକ୍ଷ ମଧ୍ୟରେ ବଚସା ଓ ପରେ ଗଣ୍ଡଗୋଳ&nbsp; ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଏହାର ପ୍ରତିବାରେ ଲୋକେ ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।</p>

Related story