ଡେଲିଭରୀ ବୟ ନାଁରେ ୧୦ ଲକ୍ଷର ଜିଏସ୍‌ଟି ଠକେଇ!

ରାଉରକେଲା(ପବନ ତିୱାରୀ): ଜିଏସ୍‌ଟି ଠକେଇର ପେଣ୍ଠସ୍ଥଳୀ ପାଲଟିଛି ଷ୍ଟିଲ୍‌ ସିଟି ରାଉରକେଲା। ଡ୍ରାଇଭର, ପାଇପ୍‌ ମିସ୍ତ୍ରୀଙ୍କ ପରେ ଏବେ ଏକ ଘରୋଇ କମ୍ପାନୀର ଡେଲିଭରି ବୟଙ୍କ ନାଁରେ ୧୦ ଲକ୍ଷ ଟଙ୍କାର GST ଠକେଇର ଅଭିଯୋଗ ଆସିଛି। ୨୦୧୯ ମସିହାରେ ମନୋରମା ଟ୍ରେଡିଂ ନାମକ ଏକ କମ୍ପାନୀ ସମ୍ପୃକ୍ତ ଡେଲିଭରି ବୟଙ୍କ ନାଁରେ ଜାଲିଆତି କରି ୧୦ ଲକ୍ଷ ଟଙ୍କାର ବେନାମୀ କାରବାର କରିଥିବା ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ, ୨୦୧୮ ମସିହାରେ ଫ୍ଲିପ୍‌କାଟରେ ଡେଲିଭରୀ ବୟ […]

rati

Manoranjan Sial
  • Published: Wednesday, 11 November 2020
  • , Updated: 11 November 2020, 04:43 PM IST

ରାଉରକେଲା(ପବନ ତିୱାରୀ): ଜିଏସ୍‌ଟି ଠକେଇର ପେଣ୍ଠସ୍ଥଳୀ ପାଲଟିଛି ଷ୍ଟିଲ୍‌ ସିଟି ରାଉରକେଲା। ଡ୍ରାଇଭର, ପାଇପ୍‌ ମିସ୍ତ୍ରୀଙ୍କ ପରେ ଏବେ ଏକ ଘରୋଇ କମ୍ପାନୀର ଡେଲିଭରି ବୟଙ୍କ ନାଁରେ ୧୦ ଲକ୍ଷ ଟଙ୍କାର GST ଠକେଇର ଅଭିଯୋଗ ଆସିଛି। ୨୦୧୯ ମସିହାରେ ମନୋରମା ଟ୍ରେଡିଂ ନାମକ ଏକ କମ୍ପାନୀ ସମ୍ପୃକ୍ତ ଡେଲିଭରି ବୟଙ୍କ ନାଁରେ ଜାଲିଆତି କରି ୧୦ ଲକ୍ଷ ଟଙ୍କାର ବେନାମୀ କାରବାର କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗରୁ ପ୍ରକାଶ, ୨୦୧୮ ମସିହାରେ ଫ୍ଲିପ୍‌କାଟରେ ଡେଲିଭରୀ ବୟ ଭାବେ କାମ କରୁଥିଲେ ରତି ନାଗ। ୨୦୧୯ ମେ’ ମାସରେ ତାଙ୍କ ନାଁରେ ଆସିଥିଲା ୧୦ ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ। ମନୋରମା ଟ୍ରେଡିଂ ନାମକ ଏକ କମ୍ପାନୀ ରତିଙ୍କ ନାଁରେ ଏଭଳି ଠକେଇ କରିଥିବା ଅଭିଯୋଗ ହୋଇଥିଲା।

ନୋଟିସ୍‌ ଅନୁସାରେ ରତି ସେହି ବର୍ଷ ଜିଏସ୍‌ଟିରେ ହାଜର ହୋଇଥିଲେ। ଆଉ ନିଜର ଅସହାୟତା ପ୍ରକାଶ କରିଥିଲେ। ସେ ଜଣେ ଗରିବ ବ୍ୟକ୍ତି ଓ ଡେଲିଭରୀ ବୟ ଭାବେ ପ୍ଲିପ୍‌କାଟ୍‌ରେ କାମ କରୁଥିବା କହିଥିଲେ। ଏହାପରେ ଜିଏସ୍‌ଟିର ଉଚ୍ଚ ପଦସ୍ଥ ଅଧିକାରୀମାନେ ରତିଙ୍କ ଘରକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ଏପରିକି ତାଙ୍କ ବ୍ୟାଙ୍କ ଆକାଣ୍ଟକୁ ମଧ୍ୟ ଯାଞ୍ଚ କରିଥିଲେ। ଶେଷରେ ରତି ଅଣ୍ଡରଟେକିଂ ଲେଖି ଜିଏସ୍‌ଟି ଠକେଇରୁ ମୁକ୍ତି ପାଇଥିଲେ।

ଆଜି ଗଣମାଧ୍ୟମକୁ ଆସିଥିବା ଜିଏସ୍‌ଟି ଠକେଇ ଘଟଣାଟି ୨୦୧୯। ଗତ କିଛି ଦିନ ଧରି ରାଉରକେଲାରେ ଜିଏସ୍‌ଟି ଠକ ଧରା ପଡ଼ୁଥିବା ବେଳେ ଚର୍ଚ୍ଚାରେ ରତିଙ୍କ ନାଁ ଆସିଛି।

Related story