ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କୋଭିଡ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ଘରୋଇ ଓ ସରକାରୀ ହସ୍ପିଟାଲ ଲାଗି ନିର୍ଦ୍ଦେଶାବଳୀ ଜାରି ହୋଇଛି। ଜିଲ୍ଲାପାଳ, ମ୍ୟୁନିସ୍ପାଲ କମିଶନରମାନଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ। ପ୍ରଥମ ପର୍ଯ୍ୟାୟରେ କୋଭିଡ ହସ୍ପିଟାଲ ଭାବେ ବ୍ୟବହୃତ ହେଉଥିବା ହସ୍ପିଟାଲ ଲାଗି SOP ଜାରି ହୋଇଛି । କୋଭିଡ୍ ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି । ଆବଶ୍ୟକ ପଡ଼ିଲେ ଅଧିକ ୫୦ଟି ବେଡ୍ ବୃଦ୍ଧି ଲାଗି କୁହାଯାଇଛି।
ସାଧାରଣ ବେଡ୍ ସଂଖ୍ୟାର ୨୦ ପ୍ରତିଶତ ICU ବେଡ୍ ରହିବ। ଅତିକମରେ ୫୦ ପ୍ରତିଶତ ICUରେ ରହିବ ଭେଣ୍ଟିଲେଟର ବ୍ୟବସ୍ଥା । ସମସ୍ତ ଘରୋଇ ହସ୍ପିଟାଲରେ ୧୦ ପ୍ରତିଶତ ବେଡ୍ କରୋନା ରୋଗୀଙ୍କ ପାଇଁ ରହିବ। ହସ୍ପିଟାଲରେ ରହିବେ ଜଣେ ଜଣେ ପ୍ରାଧିକୃତ ଅଧିକାରୀ ଓ ସ୍ୱାସ୍ଥ୍ୟ ଅଧିକାରୀ। ADMET ଡାକ୍ତର ଉମାକାନ୍ତ ଶତପଥୀଙ୍କୁ ରାଜ୍ୟସ୍ତରୀୟ ପ୍ରାଧିକୃତ ଅଧିକାରୀ ଦାୟିତ୍ୱ ଦିଆଯାଇଛି । ସେ ଚିକିତ୍ସା ସମ୍ବନ୍ଧିତ ବିଷୟରେ ପରାମର୍ଶ ଦେବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।
Crime
ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି
ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ପାଠଶାଠ କମ୍ ପଢ଼ିଛନ୍ତି। ତଥାପି ସରକାରୀ ଚାକିରି ବାଣ୍ଟୁଥିଲେ। ମାସର ଥରେ ବେକରେ ଆଇକାର୍ଡ ପକାଇ ରାଉରକେଲା କୋର୍ଟକୁ ଯାଉଥିଲେ।